ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା। କ୍ୟାପିଟାଲ ଜିଉସ୍ ମ୍ୟୁଜିୟମ... The post ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା appeared first on .

ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା। କ୍ୟାପିଟାଲ ଜିଉସ୍ ମ୍ୟୁଜିୟମ ନିକଟରେ ଘଟିଛି ଗୁଳିକାଣ୍ଡ। ଇହୁଦିଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କର୍ମଚାରୀଙ୍କ ଉପରେ ହୋଇଛି ଗୁଳିମାଡ। ଅତି ନିକଟରୁ ୨ ଷ୍ଟାଫଙ୍କୁ ଗୁଳି କରାଯାଇଥିବା ସୂଚନା। ଗୁଳିମାଡରେ ଜଣେ ମହିଳା ଓ ଜଣେ ପୁରୁଷ ନିହତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ହୋମଲ୍ୟାଣ୍ଡ ସିକ୍ୟୁରିଟି ସେକ୍ରେଟାରୀ କ୍ରିସ୍ତି ନୋଏମ। ଗୁଳିକାଣ୍ଡ ଘଟଣା ନେଇ ପୋଲିସର ତଦନ୍ତ ଜାରି ରହିଛି। ଅପରାଧୀଙ୍କୁ ଧରିବା ଲାଗି ପୋଲିସର ତନାଘନା କରିଛି। ଘଟଣାର ସମୀକ୍ଷା କରିଛନ୍ତି ଏଫବିଆଇ ନିର୍ଦ୍ଦେଶକ କାସ ପଟେଲ। ୱାଶିଂଟନରେ ଇହୁଦି ବିରୋଧୀ ଆତଙ୍କବାଦକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଘଟଣାବେଳେ ସେଠାରେ ଇସ୍ରାଏଲ ରାଷ୍ଟ୍ରଦୂତ ନଥିଲେ।

The post ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା appeared first on .