ୱାୟନାଡ଼ରେ ଭୂସ୍ଖଳନ ସ୍ଥଳ ବୁ‌ଲିଲେ ରାହୁଲ, ପ୍ରିୟଙ୍କା, ପ୍ରଭାବିତ ଲୋକଙ୍କୁ ଭେଟିଲେ

ୱାୟନାଡ଼ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି କେରଳର ୱାୟନା୍‌ଡ଼ ଭୂସ୍ଖଳନ ସ୍ଥଳ ଗସ୍ତ କରିଛନ୍ତି। ଭୂସ୍ଖଳନ ଘଟିଥିବା ସ୍ଥଳରେ ଉଭୟ ରାହୁଲ ଏବଂ ପ୍ରିୟଙ୍କା ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି। ଭୂସ୍ଖଳନରେ ପୂରା ମୁଣ୍ଡାକାଇ ଏବଂ ଚୁରାଲମାଲ୍‌ ଅଞ୍ଚଳ ମାଟି‌ରେ ମିଶି ଯାଇଥିବାବେଳେ ଏହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। କିନ୍ତୁ ଲଗାତାର ବର୍ଷା ଉଦ୍ଧାର […]

ୱାୟନାଡ଼ରେ ଭୂସ୍ଖଳନ ସ୍ଥଳ ବୁ‌ଲିଲେ ରାହୁଲ, ପ୍ରିୟଙ୍କା, ପ୍ରଭାବିତ ଲୋକଙ୍କୁ ଭେଟିଲେ

ୱାୟନାଡ଼ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି କେରଳର ୱାୟନା୍‌ଡ଼ ଭୂସ୍ଖଳନ ସ୍ଥଳ ଗସ୍ତ କରିଛନ୍ତି। ଭୂସ୍ଖଳନ ଘଟିଥିବା ସ୍ଥଳରେ ଉଭୟ ରାହୁଲ ଏବଂ ପ୍ରିୟଙ୍କା ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି। ଭୂସ୍ଖଳନରେ ପୂରା ମୁଣ୍ଡାକାଇ ଏବଂ ଚୁରାଲମାଲ୍‌ ଅଞ୍ଚଳ ମାଟି‌ରେ ମିଶି ଯାଇଥିବାବେଳେ ଏହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। କିନ୍ତୁ ଲଗାତାର ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଲଗାଣ ବର୍ଷା ଯୋଗୁଁ ରାହୁଲ ଏବଂ ପ୍ରିୟଙ୍କାଙ୍କ ୱାୟନାଡ଼ ଗସ୍ତ ବାତିଲ ହୋଇଥିଲା। ଖରାପ ପାଣିପାଗ ଏବଂ ହେଲିକପ୍ଟର ଅବତରଣ କରିବାରେ ସମସ୍ୟାକୁ ନେଇ ଗସ୍ତ ବାତିଲ କରାଯାଇଥିଲା। ଆଜି ପାଗ ଟିକେ ସୁଧୁରିବାରୁ ଉଭୟ ନେତା ୱାୟନାଡ଼ ଗସ୍ତ କରିଛନ୍ତି।