ଅନିଶ୍ଚିତତାରେ ଋଷି ସୁନକଙ୍କ ନେତୃତ୍ୱ

ଲଣ୍ଡନ,୧୮।୩(ପି.ଟି.): ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍‌ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି ଉଠାଇଛନ୍ତି। ଫଳରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ୱକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏଥିରୁ ବର୍ତ୍ତିବା ଲାଗି ସୁନକ ଉଦ୍ୟମ ଚଳାଇଥିବାବେଳେ ଜଣେ ମନ୍ତ୍ରୀ ତାଙ୍କୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ଆଗୁଆ ନିର୍ବାଚନ ସମ୍ଭାବନାକୁ ୪୩ ବର୍ଷୀୟ ବ୍ରିଟିଶ ଭାରତୀୟ ନେତା ଖଣ୍ଡନ କରିଛନ୍ତି। ସେ ପ୍ରଚାରକୁ ଓହ୍ଲାଇବା […] The post ଅନିଶ୍ଚିତତାରେ ଋଷି ସୁନକଙ୍କ ନେତୃତ୍ୱ appeared first on Dharitri Odia News.

ଅନିଶ୍ଚିତତାରେ ଋଷି ସୁନକଙ୍କ ନେତୃତ୍ୱ

ଲଣ୍ଡନ,୧୮।୩(ପି.ଟି.): ଚଳିତବର୍ଷ ଶେଷ ଭାଗରେ ବ୍ରିଟେନ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ କଞ୍ଜରଭେଟିଭ୍‌ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ଦାବି ଉଠାଇଛନ୍ତି। ଫଳରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ୱକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏଥିରୁ ବର୍ତ୍ତିବା ଲାଗି ସୁନକ ଉଦ୍ୟମ ଚଳାଇଥିବାବେଳେ ଜଣେ ମନ୍ତ୍ରୀ ତାଙ୍କୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ଆଗୁଆ ନିର୍ବାଚନ ସମ୍ଭାବନାକୁ ୪୩ ବର୍ଷୀୟ ବ୍ରିଟିଶ ଭାରତୀୟ ନେତା ଖଣ୍ଡନ କରିଛନ୍ତି। ସେ ପ୍ରଚାରକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ଆସନ ହରାଇବା ଆଶଙ୍କାରେ ଥିବା ଦଳର କେତେଜଣ ବିଦ୍ରୋହୀ ନେତାଙ୍କ ମଧ୍ୟରେ ଅସନ୍ତୋଷର ସ୍ବର ଦେଖାଯାଇଛି। ତେବେ ସାଧାରଣ ନିର୍ବାଚନରେ ସୁନକ କଞ୍ଜରଭେଟିଭ୍‌ ପାର୍ଟିର ନେତା ରହିବେ ବୋଲି ପରିବହନ ମନ୍ତ୍ରୀ ମାର୍କ ହାର୍ପର ଦୃଢ଼ୋକ୍ତି କରିଛନ୍ତି। ସୁନକଙ୍କ ସ୍ଥାନରେ ପୂର୍ବତନ ପ୍ରତିଦ୍ୱନ୍ଦ୍ୱୀ ନେତା ତଥା ବର୍ତ୍ତମାନର ହାଉସ୍‌ ଅଫ୍‌ କମନ୍ସ ନେତା ପେନ୍ନି ମର୍ଡାଉଣ୍ଟ ନେତୃତ୍ୱ ନେବା ନେଇ ଚାଲିଥିବା ଗୁଜବକୁ ହାର୍ପର ଖଣ୍ଡନ କରିଛନ୍ତି।

The post ଅନିଶ୍ଚିତତାରେ ଋଷି ସୁନକଙ୍କ ନେତୃତ୍ୱ appeared first on Dharitri Odia News.