ଅଭିନେତ୍ରୀଙ୍କୁ ବାଛନ୍ତି ଅଭିନେତା
ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ଅନେକ ସୁପରଷ୍ଟାରଙ୍କ ସହ କାର୍ଯ୍ୟ କରିଛନ୍ତି। ଅଭିନେତା ଅମିତାଭ ବଚ୍ଚନଙ୍କ ସହ ‘ବଦଲା’, ଶାହରୁଖ ଖାନ୍ଙ୍କ ସହ ‘ଡଙ୍କି’ ଆଦି ବହୁ ଫିଲ୍ମରେ ସେ ସୁପରଷ୍ଟାର ଅଭିନେତାଙ୍କ ମୁଖ୍ୟ ନାୟିକା ଭାବେ କାର୍ଯ୍ୟ କରିଛନ୍ତି। ତେବେ ରବିବାର ଏକ ସାକ୍ଷାତ୍କାରରେ ତାପସୀଙ୍କର ଏକ ବୟାନକୁ ନେଇ ବଲିଉଡ୍ରେ ହଇଚଇ ସୃଷ୍ଟି ହୋଇଛି। ସେ କହିଛନ୍ତି, ସାଧାରଣତଃ ନିର୍ଦ୍ଦେଶକମାନେ ସେମାନଙ୍କ ଫିଲ୍ମକୁ ହିଟ୍ କରାଇବା ପାଇଁ ଷ୍ଟାର୍ ଅଭିନେତାମାନଙ୍କର ଆବଶ୍ୟକ କରିଥାନ୍ତି। ସେମାନେ […] The post ଅଭିନେତ୍ରୀଙ୍କୁ ବାଛନ୍ତି ଅଭିନେତା appeared first on Dharitri Odia News.
ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ଅନେକ ସୁପରଷ୍ଟାରଙ୍କ ସହ କାର୍ଯ୍ୟ କରିଛନ୍ତି। ଅଭିନେତା ଅମିତାଭ ବଚ୍ଚନଙ୍କ ସହ ‘ବଦଲା’, ଶାହରୁଖ ଖାନ୍ଙ୍କ ସହ ‘ଡଙ୍କି’ ଆଦି ବହୁ ଫିଲ୍ମରେ ସେ ସୁପରଷ୍ଟାର ଅଭିନେତାଙ୍କ ମୁଖ୍ୟ ନାୟିକା ଭାବେ କାର୍ଯ୍ୟ କରିଛନ୍ତି। ତେବେ ରବିବାର ଏକ ସାକ୍ଷାତ୍କାରରେ ତାପସୀଙ୍କର ଏକ ବୟାନକୁ ନେଇ ବଲିଉଡ୍ରେ ହଇଚଇ ସୃଷ୍ଟି ହୋଇଛି। ସେ କହିଛନ୍ତି, ସାଧାରଣତଃ ନିର୍ଦ୍ଦେଶକମାନେ ସେମାନଙ୍କ ଫିଲ୍ମକୁ ହିଟ୍ କରାଇବା ପାଇଁ ଷ୍ଟାର୍ ଅଭିନେତାମାନଙ୍କର ଆବଶ୍ୟକ କରିଥାନ୍ତି। ସେମାନେ ବଡ଼ ଅଭିନେତାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ରୁହନ୍ତି ଓ ତାଙ୍କ କଥାରେ କାର୍ଯ୍ୟ କରନ୍ତି। ବଲିଉଡ୍ର ପ୍ରାୟ ୭୫% ଫିଲ୍ମରେ ନାୟିକା କିଏ ହେବେ, ସେନେଇ ଷ୍ଟାର୍ ଅଭିନେତାଙ୍କର ପ୍ରଭାବ ଥାଏ। ସାଧାରଣତଃ ଅଧିକ ଟ୍ରେଣ୍ଡ୍ରେ ଥିବା କିମ୍ବା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରୁଥିବା ଅଭିନେତ୍ରୀମାନଙ୍କୁ ଷ୍ଟାର ଅଭିନେତାମାନେ ଚୟନ କରିଥାନ୍ତି। ତେବେ କିଛି ଅଭିନେତ୍ରୀଙ୍କୁ ନେଇ ଷ୍ଟାର୍ ଅଭିନେତାମାନେ ନିଜକୁ ଅସୁରକ୍ଷିତ ମଣିଥାନ୍ତି। ସେମାନେ ଏପରି ଅଭିନେତ୍ରୀଙ୍କ ଚୟନ କରନ୍ତି, ଯେଉଁମାନେ ନିଜ ଅଭିନୟ ମାଧ୍ୟମରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି ନାହିଁ। ଯେଉଁ ଫିଲ୍ମରେ ଜଣେ ବଡ଼ ଷ୍ଟାର୍ ଅଭିନେତା ରହିଥାନ୍ତି, ସେଥିରେ ଅନ୍ୟ ଅଭିନେତ୍ରୀ ଓ ଅଭିନେତାମାନଙ୍କ ଭୂମିକା ଗୌଣ ହୋଇଯାଇଥାଏ। ବଲିଉଡ୍ର ଏପ୍ରକାର ମାନସିକତା ବିରୋଧରେ ପ୍ରତି ଦିନ ଲଢ଼ିବାକୁ ପଡ଼ିଥାଏ ବୋଲି ତାପସୀ ଏହି ସାକ୍ଷାତ୍କାରରେ କହିଛନ୍ତି।
The post ଅଭିନେତ୍ରୀଙ୍କୁ ବାଛନ୍ତି ଅଭିନେତା appeared first on Dharitri Odia News.