ରାଜ୍ୟରେ ସରିଯିବ ତେଲ! ପେଟ୍ରୋଲ ଡିଲ୍ର ସଂଘର ସାଂଘାତିକ ବୟାନ
ଭୁବନେଶ୍ୱର, ୧୦।୭: ରାଜ୍ୟରେ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଙ୍ଘର ଅର୍ନିଦ୍ଦିଷ୍ଟକାଳୀନ ଧର୍ମଘଟ ଯୋଗୁଁ ପେଟ୍ରୋଲ ଓ ଡିଜେଲ ସଙ୍କଟର ଆଶଙ୍କା ଦେଖାଯାଇଛି। ତେବେ, ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏକ ବିବୃତିରେ ସୂଚନା ଦେଇଛନ୍ତି ଯେ, ଏହି ସଙ୍କଟ ଏବେ ଅଧିକରୁ ଅଧିକ ଘନେଇଲାଣି। ଲାଠଙ୍କ କହିବା ଅନୁସାରେ, ଗତକାଲିଠାରୁ ତୈଳ ପରିବହନ ପୁଣି ଆରମ୍ଭ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ପ୍ରାୟ ୧୫୦ରୁ ୨୫୦ ପେଟ୍ରୋଲ ଓ ଡିଜେଲ […] The post ରାଜ୍ୟରେ ସରିଯିବ ତେଲ! ପେଟ୍ରୋଲ ଡିଲ୍ର ସଂଘର ସାଂଘାତିକ ବୟାନ appeared first on Dharitri Odia News.
ଭୁବନେଶ୍ୱର, ୧୦।୭: ରାଜ୍ୟରେ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଙ୍ଘର ଅର୍ନିଦ୍ଦିଷ୍ଟକାଳୀନ ଧର୍ମଘଟ ଯୋଗୁଁ ପେଟ୍ରୋଲ ଓ ଡିଜେଲ ସଙ୍କଟର ଆଶଙ୍କା ଦେଖାଯାଇଛି। ତେବେ, ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏକ ବିବୃତିରେ ସୂଚନା ଦେଇଛନ୍ତି ଯେ, ଏହି ସଙ୍କଟ ଏବେ ଅଧିକରୁ ଅଧିକ ଘନେଇଲାଣି।
ଲାଠଙ୍କ କହିବା ଅନୁସାରେ, ଗତକାଲିଠାରୁ ତୈଳ ପରିବହନ ପୁଣି ଆରମ୍ଭ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ପ୍ରାୟ ୧୫୦ରୁ ୨୫୦ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ଆସି ପହଞ୍ଚିଛି। ଫଳରେ, ପେଟ୍ରୋଲ ପମ୍ପଗୁଡ଼ିକରେ ତୈଳ ସରିଯିବାର ଆଶଙ୍କା ଏବେ ନାହିଁ। ସେ ଆହୁରି କହିଛନ୍ତି ଯେ, ଏବେକା ସ୍ଥିତିରେ ତେଲର ଅଭାବ ପରିଲକ୍ଷିତ ହୋଇନାହିଁ। ହେଲେ ଆଜି ସୁଦ୍ଧା ଅଧିକ ତେଲ ନ ଆସିଲେ ସଂକଟ ଦେଖାଦେଇପାରେ। କାଲି ସଂଧ୍ୟା ସୁଦ୍ଧା ପେଟ୍ରୋଲ ପମ୍ପଗୁଡ଼ିକରୁ ତେଲ କମିଯିବ। ତେଣୁ କାଲିଠୁ ରାଜ୍ୟରେ ତେଲ ସଂକଟ ଉପୁଜିପାରେ।
ସଞ୍ଜୟ ଲାଠ ରାଜ୍ୟବାସୀଙ୍କୁ ଅଯଥା ଆତଙ୍କିତ ନ ହେବାକୁ ଓ ଆବଶ୍ୟକଠାରୁ ଅଧିକ ତୈଳ କିଣି ଭିଡ଼ ନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏବେ ତୈଳ ପରିବହନ ସ୍ବାଭାବିକ ହେଉଛି। ଆମେ ସମସ୍ତ ପେଟ୍ରୋଲ ପମ୍ପରେ ନିୟମିତ ତୈଳ ଯୋଗାଣ ନିଶ୍ଚିତ କରୁଛୁ। ତେଣୁ, ଲୋକମାନେ ଆତଙ୍କିତ ହୋଇ ଅଯଥା ତୈଳ କିଣିବା ଠାରୁ ବିରତ ରହିବା ଉଚିତ।
ପାରାଦୀପରେ ଡ୍ରାଇଭର ମହାସଙ୍ଘର ଧର୍ମଘଟ ଯୋଗୁଁ ତୈଳ ଓ ଏଲପିଜି ପରିବହନରେ ବାଧା ସୃଷ୍ଟି ହୋଇଥିଲା, ଯାହା ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୈଳ ଯୋଗାଣକୁ ପ୍ରଭାବିତ କରିଥିଲା। ତେବେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଲାଠ ସ୍ପଷ୍ଟ କରିଛନ୍ତି। ଏହା ସହିତ, ପେଟ୍ରୋଲିୟମ ଡିଲର ସଂଘ ସରକାର ଓ ଡ୍ରାଇଭର ମହାସଙ୍ଘ ମଧ୍ୟରେ ଆଲୋଚନା ଜାରି ରହିଛି ବୋଲି ଜଣାପଡ଼ିଛି, ଯାହା ଆଗାମୀ ଦିନରେ ଏହି ସଙ୍କଟକୁ ସମ୍ପୂର୍ଣ୍ଣ ଭାବେ ନିରାକରଣ କରିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସ୍ଥିର ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦.୯୨ ଟଙ୍କା ଓ ଡିଜେଲର ମୂଲ୍ୟ ୯୨.୫୦ ଟଙ୍କା ରହିଛି।
The post ରାଜ୍ୟରେ ସରିଯିବ ତେଲ! ପେଟ୍ରୋଲ ଡିଲ୍ର ସଂଘର ସାଂଘାତିକ ବୟାନ appeared first on Dharitri Odia News.