ଛକା ମାରି ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ ଫଟାଇଦେଲେ ବିରାଟ କୋହଲି !
ପର୍ଥ,୨୪।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଦୃଢ଼ ସ୍ଥିତିରେ ପହଞ୍ଚିଛି। ଏହି ମୁକାବିଲାର ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ବିଫଳ ହେବା ପରେ ଦ୍ୱିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରୁଛି। ପ୍ରଥମେ ଯଶସ୍ବୀ ଜୈସଓ୍ବାଲଙ୍କ ଶତକ ପରେ କେଏଲ୍ ରାହୁଲ ଦମଦାର ଅର୍ଦ୍ଧଶତକ ବଳରେ ଦଳର ସ୍କୋର ଆଗେଇ ଚାଲିଥିଲା। ଏସବୁ ମଧ୍ୟରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଦ୍ୱିତୀୟ ଇନିଂସରେ ଲୟକୁ ଫେରିଥିଲେ। ଶତକୀୟ ଇନିଂସରେ ସେ ଏଭଳି ଏକ ଶର୍ଟ ଖେଳିଥିଲେ […] The post ଛକା ମାରି ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ ଫଟାଇଦେଲେ ବିରାଟ କୋହଲି ! appeared first on Dharitri Odia News.
ପର୍ଥ,୨୪।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଦୃଢ଼ ସ୍ଥିତିରେ ପହଞ୍ଚିଛି। ଏହି ମୁକାବିଲାର ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ବିଫଳ ହେବା ପରେ ଦ୍ୱିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରୁଛି। ପ୍ରଥମେ ଯଶସ୍ବୀ ଜୈସଓ୍ବାଲଙ୍କ ଶତକ ପରେ କେଏଲ୍ ରାହୁଲ ଦମଦାର ଅର୍ଦ୍ଧଶତକ ବଳରେ ଦଳର ସ୍କୋର ଆଗେଇ ଚାଲିଥିଲା। ଏସବୁ ମଧ୍ୟରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଦ୍ୱିତୀୟ ଇନିଂସରେ ଲୟକୁ ଫେରିଥିଲେ। ଶତକୀୟ ଇନିଂସରେ ସେ ଏଭଳି ଏକ ଶର୍ଟ ଖେଳିଥିଲେ ଯାହା ଚର୍ଚ୍ଚାରେ ରହିଛି। ଏହାଦ୍ୱାରା ବାଉଣ୍ଡ୍ରି ପାଖରେ ବସିଥିବା ସୁରକ୍ଷା କର୍ମୀ ଆହତ ହୋଇଥିଲେ।
ମ୍ୟାଚ୍ର ତୃତୀୟ ଦିନ କୋହଲି ମଇଦାନକୁ ଓହ୍ଲାଇଥିଲେ। ପ୍ରଥମ ଇନିଂସରେ ୫ ରନ୍ କରି ଆଉଟ୍ ହୋଇଥିବା କୋହଲି ଭଲ ଶର୍ଟ ଖେଳିଥିଲେ। ଦ୍ରୁତ ବୋଲର ମାଇକେଲ ଷ୍ଟାର୍କଙ୍କ ଏକ ଶର୍ଟ ପିଚ୍ ବଲ୍କୁ ସେ ଅପର୍ କଟ୍ ଖେଳିଥିଲେ। ବଲ୍ଟି ସିଧା ଯାଇ ଥାର୍ଡ ମ୍ୟାନ୍ ବାଉଣ୍ଡ୍ରି ବାହାରେ ୬ ରନ୍ ଯାଏ ଯାଇଥିଲା। ହେଲେ ଏହି ସମୟରେ ଏକ ଦୁର୍ଘଟଣା ଘଟିଥିଲା।
ବାଉଣ୍ଡ୍ରି ନିକଟରେ ସୁରକ୍ଷାକର୍ମୀ ବସିଥିବା ବେଳେ ବଲ୍ଟି ସିଧା ଯାଇ ତାଙ୍କ ମୁଣ୍ଡରେ ବାଜିଥିଲା। ଏହି ଦୃଶ୍ୟ ଦେଖି ସମସ୍ତେ ଡରି ଯାଇଥିଲେ। ବିରାଟ ମଧ୍ୟ ଚିନ୍ତାରେ ପଡ଼ିଥିଲେ। ତୁରନ୍ତ ମେଡିକାଲ ଟିମ୍ ସେଠାରେ ପହଞ୍ଚି ତାଙ୍କ ଯାଞ୍ଚ କରିଥିଲେ। ବାଉଣ୍ଡ୍ରି କୁଶନ୍ରେ ବାଜି ବଲ୍ ଧୀର ହୋଇଯାଇଥିବା ଯୋଗୁ ମୁଣ୍ଡରେ ଅଧିକ ଆଘାତ ଲାଗି ନ ଥିବା କୁହାଯାଉଛି।
The post ଛକା ମାରି ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ ଫଟାଇଦେଲେ ବିରାଟ କୋହଲି ! appeared first on Dharitri Odia News.