ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ, ସଂଗ୍ରହ ହେଲା ଚାଉଳ,ଗୁଆ

ଗୋପାଳପୁର ୮/୧ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ପୂର୍ବାହ୍ନରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ଗୋପାଳପୁର ଏନ୍‌ଏସି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲା । ଏହି ଅବସରରେ ଏନ୍‌ଏସି କାର୍ଯ୍ୟାଳୟରେ ରଙ୍ଗ ବିରଙ୍ଗ ଆକର୍ଷଣୟ ଝୋଟି ସହ ଫୁଲରେ ସୁସଜ୍ଜିତ କରାଯାଇଥିଲା । କାର୍ଯ୍ୟାଳୟରେ ଜଗନ୍ନାଥ ଙ୍କ ମୂର୍ତ୍ତି ଏବଂ ଅର୍ପଣ ରଥକୁ ପୂଜାର୍ଚ୍ଚନା କରାଯାଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ […] The post ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ, ସଂଗ୍ରହ ହେଲା ଚାଉଳ,ଗୁଆ appeared first on Odisha.News.

ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ, ସଂଗ୍ରହ ହେଲା ଚାଉଳ,ଗୁଆ

ଗୋପାଳପୁର ୮/୧
ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ପୂର୍ବାହ୍ନରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ଗୋପାଳପୁର ଏନ୍‌ଏସି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲା । ଏହି ଅବସରରେ ଏନ୍‌ଏସି କାର୍ଯ୍ୟାଳୟରେ ରଙ୍ଗ ବିରଙ୍ଗ ଆକର୍ଷଣୟ ଝୋଟି ସହ ଫୁଲରେ ସୁସଜ୍ଜିତ କରାଯାଇଥିଲା । କାର୍ଯ୍ୟାଳୟରେ ଜଗନ୍ନାଥ ଙ୍କ ମୂର୍ତ୍ତି ଏବଂ ଅର୍ପଣ ରଥକୁ ପୂଜାର୍ଚ୍ଚନା କରାଯାଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଏବଂ ଅଧ୍ୟକ୍ଷ ଏ. ଜାନକୀ ରାମ ପୂଜାର୍ଚ୍ଚନା କରିବା ପରେ ରଥକୁ ପୁଷ୍ପମାଲ୍ୟ ଅର୍ପଣ କରି ରଥ ସହ ଜଗନ୍ନାଥଙ୍କ ଭଜନ ସହ ଅଞ୍ଚଳର ସଙ୍କୀର୍ତ୍ତନ ମଣ୍ଡଳୀ ପଟୁଆର ବାହାରି ଜୟ ଜଗନ୍ନାଥ ଓ ହୁଲ ହୁଲି ଦେଇ ବଜାର ଛକ, ରାହିଣୀ ଛକ ଦେଇ ୨ନଂ ୱାର୍ଡ , ୪ ନଂ ୱାର୍ଡ ଓ ୭ ନଂ ୱାର୍ଡର ସାହି ସାହି ବୁଲି ଚାଉଳ ଓ ଗୁଆ ସଂଗ୍ରହ କରି ରେଉ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଥିଲେ। ଏହି ପରିକ୍ରମାରେ ଏନ୍ ଏ ସି ଉପାଧକ୍ଷା ବି ଉମା, ସିଇଓ ସାଗରିକା ବିଷୋୟୀ, ଜେ.ଇ ମନୋଜିତା ରଥ, କାଉନସିଲର , କର୍ମଚାରୀଙ୍କ ସମେତ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ, ପଞ୍ଚୁ ବେହେରା, ଏମ.ଚନ୍ଦ୍ରଶେଖର, ଏମ.ଶିବପାତ୍ର, ମହିଳା ସଂଘ , ଯୁବଗୋଷ୍ଟି , ମତ୍ସ୍ୟଜିବୀ ବିଭିନ୍ନ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିଲେ। ଏହି ରଥ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସାହି ବୁଲିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୭ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି।

The post ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ, ସଂଗ୍ରହ ହେଲା ଚାଉଳ,ଗୁଆ appeared first on Odisha.News.