ଆଇପିଏଲ୍-୨୦୨୪ର କ୍ରୀଡ଼ାସୂଚୀ ଜାରି, କଟକ ବାରବାଟୀରେ ଖେଳିପାରେ ଦିଲ୍ଲୀ କ୍ୟାପିଟାଲ୍ସ !
ନୂଆଦିଲ୍ଲୀ: ଓଡ଼ିଶାରେ ପୁଣି ଖେଳାଯାଇପାରେ ଆଇପିଏଲ । ବାରବାଟୀ ଷ୍ଟାଡିୟମରେ ପୁଣି ଥରେ ଦର୍ଶକ ଆଇପିଏଲର ମଜା ଉଠାଇ ପାରିବେ। ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀରେ ଖେଳିପାରେ ମ୍ୟାଚ୍। ଦିଲ୍ଲୀ ତା’ର ପ୍ରଥମ ୨ଟି ମ୍ୟାଚ୍ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। IPL team Delhi Capitals is likely to play their first two IPL matches in Pune and Cuttack as Delhi’s Arun Jaitley Cricket […]

ନୂଆଦିଲ୍ଲୀ: ଓଡ଼ିଶାରେ ପୁଣି ଖେଳାଯାଇପାରେ ଆଇପିଏଲ । ବାରବାଟୀ ଷ୍ଟାଡିୟମରେ ପୁଣି ଥରେ ଦର୍ଶକ ଆଇପିଏଲର ମଜା ଉଠାଇ ପାରିବେ। ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀରେ ଖେଳିପାରେ ମ୍ୟାଚ୍। ଦିଲ୍ଲୀ ତା’ର ପ୍ରଥମ ୨ଟି ମ୍ୟାଚ୍ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।
IPL team Delhi Capitals is likely to play their first two IPL matches in Pune and Cuttack as Delhi’s Arun Jaitley Cricket Stadium will not be ready to host the tournament just days after hosting the Women’s Premier League final match. IPL schedule is expected later today;…
— ANI (@ANI) February 22, 2024
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍ ଅନ୍ୟ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି। ମହିଳା ପ୍ରିମିୟର୍ ଲିଗ୍ର ଫାଇନାଲ ମ୍ୟାଚ୍ ଆୟୋଜନର ଗୋଟିଏ ଦିନ ପରେ ଆଇପିଏଲ ମ୍ୟାଚ୍ ଆୟୋଜନ କରିବାକୁ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍ ଅନ୍ୟତ୍ର ଖେଳାଯିବ। ଏନେଇ ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ସୂଚନା ମିଳୁଛି ।
ଏହାସହ ଆଜି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଉଦଘାଟନୀ ମ୍ୟାଚ୍ ଚେନ୍ନାଇ-ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଏହି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ମାର୍ଚ୍ଚ ୨୨ରେ ଚେନ୍ନାଇର ଚେପକରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ପ୍ରଥମ ୨୧ଟି ମ୍ୟାଚ୍ ପାଇଁ କ୍ରୀଡ଼ା ସୂଚୀ ଜାରି କରାଯାଇଛି। ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ୟ୍ୟସୂଚୀ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।