ଆଗେଇ ଚାଲିଛି ରଥନିର୍ମାଣ କାମ, ତିନି ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି କାମ ଶେଷ

ପୁରୀ :  ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥନିର୍ମାଣ କାମ ।  ୩ ରଥର ପାଞ୍ଚ ଦଣ୍ଡା ଚଉପଟ ସହ ଦଣ୍ଡା ଗୁଡ଼ିକର ଉଭୟ ମୁଖ ସାଲ ହୋଇ ମୁହାଁଟ ସଂଯୋଗ ହୋଇଛି। ଏହାସହ ପାର୍ଶ୍ଵ ଦଣ୍ଡା ଗୁଡ଼ିକର ଚଉପଟ କାମ ଜାରି ରହିଛି  l ତିନି ରଥର ଚେଚିସ୍ ପ୍ରସ୍ତୁତି ବା ଦଣ୍ଡା ଫ୍ରେମ ପ୍ରସ୍ତୁତି କାମ ଶେଷ ହୋଇ ତିନି ରଥର ପାଞ୍ଚ ଦଣ୍ଡାରେ ମୁହାଁଟ ସଂଯୋଗ ପରେ ପାର୍ଶ୍ଵ ଦଣ୍ଡାରେ କୁଡୁକା […] The post ଆଗେଇ ଚାଲିଛି ରଥନିର୍ମାଣ କାମ, ତିନି ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି କାମ ଶେଷ appeared first on KNews Odisha.

ଆଗେଇ ଚାଲିଛି ରଥନିର୍ମାଣ କାମ, ତିନି ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି କାମ ଶେଷ
ratha

ପୁରୀ :  ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥନିର୍ମାଣ କାମ ।  ୩ ରଥର ପାଞ୍ଚ ଦଣ୍ଡା ଚଉପଟ ସହ ଦଣ୍ଡା ଗୁଡ଼ିକର ଉଭୟ ମୁଖ ସାଲ ହୋଇ ମୁହାଁଟ ସଂଯୋଗ ହୋଇଛି। ଏହାସହ ପାର୍ଶ୍ଵ ଦଣ୍ଡା ଗୁଡ଼ିକର ଚଉପଟ କାମ ଜାରି ରହିଛି  l ତିନି ରଥର ଚେଚିସ୍ ପ୍ରସ୍ତୁତି ବା ଦଣ୍ଡା ଫ୍ରେମ ପ୍ରସ୍ତୁତି କାମ ଶେଷ ହୋଇ ତିନି ରଥର ପାଞ୍ଚ ଦଣ୍ଡାରେ ମୁହାଁଟ ସଂଯୋଗ ପରେ ପାର୍ଶ୍ଵ ଦଣ୍ଡାରେ କୁଡୁକା ଲାଗି ହୋଇ ପାର୍ଶ୍ଵ ନୀରାଡି ପଡ଼ିଛି । ଦଣ୍ଡା ଫ୍ରେମ୍ ପ୍ରସ୍ତୁତି କାମ ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇ ୪ଟି ଲେଖାଏଁ ଧ୍ଵଜାବତାର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଚିଛି । ଚିରଟ କାମ ଶେଷ ହୋଇଛି ।

The post ଆଗେଇ ଚାଲିଛି ରଥନିର୍ମାଣ କାମ, ତିନି ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି କାମ ଶେଷ appeared first on KNews Odisha.