ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ, ଏହି ସବୁ ଜିଲାରେ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୮।୫: ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭବାନୀପାଟଣା ଏବଂ ତା’ ପରେ ରାୟଗଡା ଭାଜପା ପାଇଁ ନିର୍ବାଚନୀ ପ୍ରଚାର କରିବେ। ସୂଚନା ଅନୁସାରେ, ଦିନ ୧୨ଟା ୪୦ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲା ଭବାନୀପାଟଣା ପୁଲିସ ଗ୍ରାଉଣ୍ଡରେ ପହଞ୍ଚିବେ। ଦିନ ଗୋଟାଏରେ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଏଥିରେ ଜିଲା ଭାଜପା ସଭାପତି, ଜିଲା ଭାଜପା ପ୍ରଭାରୀ, […] The post ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ, ଏହି ସବୁ ଜିଲାରେ କରିବେ ନିର୍ବାଚନୀ ପ୍ରଚାର appeared first on Dharitri Odia News.

ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ, ଏହି ସବୁ ଜିଲାରେ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୮।୫: ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭବାନୀପାଟଣା ଏବଂ ତା’ ପରେ ରାୟଗଡା ଭାଜପା ପାଇଁ ନିର୍ବାଚନୀ ପ୍ରଚାର କରିବେ।

ସୂଚନା ଅନୁସାରେ, ଦିନ ୧୨ଟା ୪୦ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲା ଭବାନୀପାଟଣା ପୁଲିସ ଗ୍ରାଉଣ୍ଡରେ ପହଞ୍ଚିବେ। ଦିନ ଗୋଟାଏରେ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଏଥିରେ ଜିଲା ଭାଜପା ସଭାପତି, ଜିଲା ଭାଜପା ପ୍ରଭାରୀ, କଳାହାଣ୍ଡି ଭାଜପା ଏମ୍‌ପି ପ୍ରାର୍ଥୀ ମାଳବିକା ଦେଓଙ୍କ ସମେତ ଜିଲାର ଭାଜପା ବିଧାୟକ ପ୍ରାର୍ଥୀ ମାନେ ଯୋଗଦେବେ। ଅନ୍ୟପଟେ, ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ।

The post ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ, ଏହି ସବୁ ଜିଲାରେ କରିବେ ନିର୍ବାଚନୀ ପ୍ରଚାର appeared first on Dharitri Odia News.