୯୭ କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ
ଢେଙ୍କାନାଳ,୧୬ା୨(ରତନ ନାୟାର): ଆସନ୍ତା ୨୦ ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା କରାଯିବ। ଚଳିତବର୍ଷ ଢେଙ୍କାନାଳ ଜିଲାରେ ମୋଟ ୯୭ଟି କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତନ୍ମଧ୍ୟରେ ରେଗୁଲାର ପରୀକ୍ଷାର୍ଥୀ ୧୬,୬୬୮ ଓ ଏକ୍ସ ରେଗୁଲାର ୩୪, ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟରେ ୬୭ ପରୀକ୍ଷାର୍ଥୀ ଏବଂ ମଧ୍ୟମାରେ ୧୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଜିଲାର ଭୁବନ ବ୍ଲକରେ ୧୧ଟି […] The post ୯୭ କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ appeared first on Dharitri Odia News.
ଢେଙ୍କାନାଳ,୧୬ା୨(ରତନ ନାୟାର): ଆସନ୍ତା ୨୦ ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା କରାଯିବ। ଚଳିତବର୍ଷ ଢେଙ୍କାନାଳ ଜିଲାରେ ମୋଟ ୯୭ଟି କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତନ୍ମଧ୍ୟରେ ରେଗୁଲାର ପରୀକ୍ଷାର୍ଥୀ ୧୬,୬୬୮ ଓ ଏକ୍ସ ରେଗୁଲାର ୩୪, ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟରେ ୬୭ ପରୀକ୍ଷାର୍ଥୀ ଏବଂ ମଧ୍ୟମାରେ ୧୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଜିଲାର ଭୁବନ ବ୍ଲକରେ ୧୧ଟି ପରୀକ୍ଷା କେନ୍ଦ୍ର, ଢେଙ୍କାନାଳରେ ୧୬, ଗଁଦିଆରେ ୧୩, ହିନ୍ଦୋଳରେ ୧୩, କାମାକ୍ଷାନଗରରେ ୧୨, କଙ୍କଡ଼ାହାଡ଼ରେ ୯, ଓଡ଼ାପଡ଼ାରେ ୧୩ ଓ ପରଜଙ୍ଗର ୧୦ଟି କେନ୍ଦ୍ରକୁ ମିଶାଇ ମୋଟ ୯୭ଟି କେନ୍ଦ୍ର ଜିଲାରେ କରାଯାଇଛି। ସେହିପରି ଜିଲାର ଦୁର୍ଗମ ଓ ଉତ୍ତେଜନା ପ୍ରବଣକେନ୍ଦ୍ର ସଂଖ୍ୟା ୫୦ ରହିଛି। ସେଥିରୁ ଭୁବନରେ ୪, ଢେଙ୍କାନାଳରେ ୯, ଗଁଦିଆରେ ୭, ହିନ୍ଦୋଳରେ ୫, କାମାକ୍ଷାନଗରରେ ୩, କଙ୍କଡାହାଡରେ ୬, ଓଡାପଡାରେ ୮ ଓ ପରଜଙ୍ଗରେ ୮ଟି ରହିଛି। ପ୍ରଶ୍ନପତ୍ର ରହିବା ପାଇଁ ୧୦ଟି ନୋଡାଲ ସେଣ୍ଟର କରାଯାଇଛି। ଢେଙ୍କାନାଳ ଓ କଙ୍କଡ଼ାହାଡ଼ ବ୍ଲକରେ ୨ଟି ଲେଖାଏ ରହିଥିବା ବେଳେ ବାକି ସମସ୍ତ ବ୍ଲକରେ ଗୋଟିଏ ଲେଖାଏ ନୋଡାଲ ସେଣ୍ଟର ରହିଛି। ଚଳିତବର୍ଷ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ୍ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ପରୀକ୍ଷା କେନ୍ଦ୍ର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ର ମଧ୍ୟରେ ମୋବାଇଲ ଫୋନ ରଖିପାରିବେ ନାହିଁ। କେବଳ ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ମୋବାଇଲ ବ୍ୟବହାର କରିପାରିବେ। ସେ ପରୀକ୍ଷା ସମୟରେ ପରୀକ୍ଷା ପରିଚାଳନା ସମ୍ପର୍କିତ ସୂଚନା ଦେବା ପାଇଁ ମୋବାଇଲକୁ ସାଇଲେଣ୍ଟ ମୋଡରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବେ। ସେହିପରି କପି ରୋକିବା ପାଇଁ ବୋର୍ଡ ସ୍କ୍ବାର୍ଡ ବ୍ୟତୀତ ଜିଲା ଶିକ୍ଷା ବିଭାଗ ପକ୍ଷରୁ ୨ଟି ଓ ଜିଲାପାଳଙ୍କ ପକ୍ଷରୁ ଗୋଟିଏ ସ୍କ୍ବାଡ୍ ଗଠନ କରାଯାଇଛି। ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର ପ୍ରାୟ ୧ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ସମସ୍ତ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନେଇ ତାଲିମ ଏବଂ ବୈଠକ ଅନୁଷ୍ଠିତ ହୋଇସାରିଛି ବୋଲି ଜିଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଗୁରୁବାର ସୂଚନା ଦେଇଛନ୍ତି। ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଢେଙ୍କାନାଳ ଜିଲା ସଦର ବ୍ଲକ ବଳଭଦ୍ରପୁର ଗ୍ରାମ ଭାନିରାମ ମଡେଲ ହାଇସ୍କୁଲ ଏକମାତ୍ର କେନ୍ଦ୍ର ହୋଇଥିବା ସୂଚନା ଦିଆଯାଇଛି। ସେହିପରି ପରୀକ୍ଷା ସୁପରିଚାଳନା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏ ଅବଜରଭର ପରୀକ୍ଷା ସରିବା ପର୍ଯ୍ୟନ୍ତ ରହିବେ। ମାଜିଷ୍ଟ୍ରେଟ୍, ପୋଲିସ ଅଧିକାରୀ ଓ ସଶସ୍ତ୍ର ଫୋର୍ସ ମୁତୟନ କରାଯିବ। ପ୍ରଶ୍ନପତ୍ର ରଖାଯିବାକୁ ଥିବା ନୋଡାଲ କେନ୍ଦ୍ରଗୁଡିକରୁ ୮ ବ୍ଲକରେ ୨୪ଟି ଡେସ୍ପାଚ୍ ଟିମ୍ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ରକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା ହୋଇଥିବା ଜିଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।
The post ୯୭ କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ appeared first on Dharitri Odia News.