ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପାଇଁ ଏହି ଦେଶର ହାତ ରହିଛି: ପାକିସ୍ତାନୀ ଖବରଦାତାଙ୍କ ବଡ଼ ଦାବି
ଇସଲାମାବାଦ୍,୨୨।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ମଙ୍ଗଳବାର ଇରାନରେ ଅନ୍ତିମ ସଂସ୍କାର କରାଯାଇଛି। ଯେଉଁଥିରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ। ଅନ୍ୟପଟେ, ସମଗ୍ର ବିଶ୍ୱ ସେହି ତଥ୍ୟ ଉପରେ ନଜର ରଖିଛି ଯାହା ଦ୍ୱାରା ଜଣାପଡିପାରିବ ଯେ ପ୍ରକୃତରେ ରଇସିଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ବର୍ତ୍ତମାନ ପାକିସ୍ତାନର ପ୍ରସିଦ୍ଧ ଖବରଦାତା ଓମାର ଚିମା ରଇସିଙ୍କ ମୃତ୍ୟୁକୁ ନେଇ ତାଙ୍କ ସିଦ୍ଧାନ୍ତ ଦେଇଛନ୍ତି, ସେ ସାମଗ୍ରିକ ଭାବେ ଆମେରିକା ଆଡକୁ ସୂଚିତ କରିଛନ୍ତି। […] The post ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପାଇଁ ଏହି ଦେଶର ହାତ ରହିଛି: ପାକିସ୍ତାନୀ ଖବରଦାତାଙ୍କ ବଡ଼ ଦାବି appeared first on Dharitri Odia News.
ଇସଲାମାବାଦ୍,୨୨।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ମଙ୍ଗଳବାର ଇରାନରେ ଅନ୍ତିମ ସଂସ୍କାର କରାଯାଇଛି। ଯେଉଁଥିରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ। ଅନ୍ୟପଟେ, ସମଗ୍ର ବିଶ୍ୱ ସେହି ତଥ୍ୟ ଉପରେ ନଜର ରଖିଛି ଯାହା ଦ୍ୱାରା ଜଣାପଡିପାରିବ ଯେ ପ୍ରକୃତରେ ରଇସିଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ବର୍ତ୍ତମାନ ପାକିସ୍ତାନର ପ୍ରସିଦ୍ଧ ଖବରଦାତା ଓମାର ଚିମା ରଇସିଙ୍କ ମୃତ୍ୟୁକୁ ନେଇ ତାଙ୍କ ସିଦ୍ଧାନ୍ତ ଦେଇଛନ୍ତି, ସେ ସାମଗ୍ରିକ ଭାବେ ଆମେରିକା ଆଡକୁ ସୂଚିତ କରିଛନ୍ତି।
ପାକିସ୍ତାନୀ ଖବରଦାତା ଓମାର ବିଶ୍ୱାସ କରନ୍ତି ଯେ ରଇସିଙ୍କ ମୃତ୍ୟୁ ପାଇଁ ଆମେରିକା ମଧ୍ୟ କିଛି ମାତ୍ରାରେ ଦାୟୀ, କାରଣ ଇବ୍ରାହିମ ରାଇସି ଯାତ୍ରା କରୁଥିବା ହେଲିକପ୍ଟର ବେଲ ୨୧୨ଆମେରିକୀୟ ଥିଲା। ଓମାର କହିଛନ୍ତି ଯେ ହେଲିକପ୍ଟରଟି ଆମେରିକୀୟ, କିନ୍ତୁ ଆମେରିକା ଏହି ହେଲିକପ୍ଟରର ମରାମତି କରୁ ନ ଥିଲା। ଆମେରିକା ଇରାନ ଉପରେ ଅନେକ କଟକଣା ଲାଗୁ କରିଥିଲା, ଏହା ପରେ ଆମେରିକା ହେଲିକପ୍ଟର ରକ୍ଷଣାବେକ୍ଷଣ ବନ୍ଦ କରି ଦେଇଥିଲା।
ଉମର କହିଛନ୍ତି, ଆମେରିକାର ଅନୁଯାୟୀ ରଇସି ଯେଉଁ ହେଲିକପ୍ଟର ଯାତ୍ରା କରୁଥିଲେ ତାହା ଖରାପ ପାଗରେ କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ନୁହେଁ। ଏଭଳି ପରିସ୍ଥିତିରେ କୁହାଯାଉଛି ଯେ ରଇସି ନିଜ ରିସ୍କରେ ସେହି ବିମାନରେ ଯାତ୍ରା କରୁଥିଲେ। ଅନ୍ୟପକ୍ଷରେ ପ୍ରଶ୍ନ ଉଠିଛି ଯେ ରଇସିଙ୍କ ଜାହାଜରେ ତିନୋଟି ହେଲିକପ୍ଟର ଥିଲା, କିନ୍ତୁ କେବଳ ଇବ୍ରାହିମ ରଇସି ଯାତ୍ରା କରୁଥିବା ହେଲିକପ୍ଟର କାହିଁକି ଦୁର୍ଘଟଣାଗ୍ରସ୍ତ ହୋଇଛି।
The post ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପାଇଁ ଏହି ଦେଶର ହାତ ରହିଛି: ପାକିସ୍ତାନୀ ଖବରଦାତାଙ୍କ ବଡ଼ ଦାବି appeared first on Dharitri Odia News.