ଦଳର ଭିତିରି କଥା କହିଲେ ମନ୍ମଥ, ବିଜେଡିରେ ବଡ଼ ହଲଚଲ!
ଭୁବନେଶ୍ୱର,୨।୧୦: ବିଜେଡିର ଭିତିରି କନ୍ଦଳ ଏବେ ପଦାରେ ପଡିଲାଣି। ବଡ଼ ବଡ଼ ନେତା ଏବେ ପରାଜୟର କାରଣ ମୁହଁ ଖୋଲି କହୁଛନ୍ତି। ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ନେତା ତଥା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ଗଣମାଧ୍ୟମରେ ସେ କହିଛନ୍ତି, ଦଳରେ ଶୃଙ୍ଖଳା କମିଛି। ଖାଲି ସମ୍ମାନ ଆଶା କଲେ ହେବନି, ସେମାନେ ବି ସମ୍ମାନ ଦେବା ଶିଖନ୍ତୁ। ଦଳର ଭିତର କଥା ବାହାରକୁ ଆଣି କେତେ ଠିକ ନିଜକୁ ପଚାରନ୍ତୁ। ଆମର ତ୍ରୁଟି […] The post ଦଳର ଭିତିରି କଥା କହିଲେ ମନ୍ମଥ, ବିଜେଡିରେ ବଡ଼ ହଲଚଲ! appeared first on Dharitri Odia News.
ଭୁବନେଶ୍ୱର,୨।୧୦: ବିଜେଡିର ଭିତିରି କନ୍ଦଳ ଏବେ ପଦାରେ ପଡିଲାଣି। ବଡ଼ ବଡ଼ ନେତା ଏବେ ପରାଜୟର କାରଣ ମୁହଁ ଖୋଲି କହୁଛନ୍ତି। ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ନେତା ତଥା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ।
ଗଣମାଧ୍ୟମରେ ସେ କହିଛନ୍ତି, ଦଳରେ ଶୃଙ୍ଖଳା କମିଛି। ଖାଲି ସମ୍ମାନ ଆଶା କଲେ ହେବନି, ସେମାନେ ବି ସମ୍ମାନ ଦେବା ଶିଖନ୍ତୁ। ଦଳର ଭିତର କଥା ବାହାରକୁ ଆଣି କେତେ ଠିକ ନିଜକୁ ପଚାରନ୍ତୁ। ଆମର ତ୍ରୁଟି ପାଇଁ ଆମେ ହାରିଲୁ ବୋଲି କହିଛନ୍ତି ମନ୍ମଥ।
ଏବେ ପ୍ରାୟ ସବୁବେଳେ ଶଙ୍ଖ ଭବନରେ ହଲଚଲ ଦେଖିବାକୁ ମିଳୁଛି। ଥମିବାର ନାଁ ନେଉନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ସୋମବାର ଖୋର୍ଦ୍ଧା ଜିଲା ବିଜେଡି ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ଖୋର୍ଦ୍ଧା ଜିଲା ବିଜେଡିର ବୈଠକ ବସିଥିଲା। ଏହି ସମୟରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ଏପରିକି ଶୁଣାଯାଉଛି ଜଣେ ନେତ୍ରୀଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ତେବେ କାହିଁକି ଏବଂ କେଉଁ ପ୍ରସଙ୍ଗରେ ଉପୁଜିଥିଲା ଏଭଳି ମୁହାଁମୁହିଁ ପରିସ୍ଥିତି, ସେନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ।
ପୂର୍ବରୁ ଭଦ୍ରକ କଳି ଶଙ୍ଖଭବନରେ ପହଞ୍ଚି ଥିବାବେଳେ ଭୁବନେଶ୍ବର ବିଜେଡି ଗୋଷ୍ଠୀ କନ୍ଦଳ ତ୍ରୀବ୍ର ହୋଇଛି। ଅମରେଶ ଓ ବିରଞ୍ଚିଙ୍କ ବିରୋଧରେ ବିଜେଡି କର୍ପୋରେଟର ମେଳି ବାନ୍ଧିଥିଲେ । ବିଜେଡିର ୩୦ କର୍ପୋରେଟର ଗୋଟିଏ ବସରେ ପୁରୀ ଯାଇ ଲୋକନାଥଙ୍କ ଦର୍ଶନ କରିଥିଲେ। ତେବେ କାହିଁକି ବିଜେଡିର ୩୦ କର୍ପୋରେଟର ମେଳି କଲେ? ଚର୍ଚ୍ଚା ହେଉଛି ଅମରେଶ ଓ ବିରଞ୍ଚିଙ୍କୁ ଚେକ ଦେବାପାଇଁ ଏବେ ଭୁବନେଶ୍ବର ଏକାମ୍ର ଓ ମଧ୍ୟ ର୍ନିବାଚନ ମଣ୍ଡଳୀର କିଛି କର୍ପୋରେଟର ଏକାଠି ହୋଇଛନ୍ତି।
The post ଦଳର ଭିତିରି କଥା କହିଲେ ମନ୍ମଥ, ବିଜେଡିରେ ବଡ଼ ହଲଚଲ! appeared first on Dharitri Odia News.