କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେତେବେଳେ,କେଉଁଠି ଦେଖିପାରିବେ ମ୍ୟାଚ୍‌

କାନପୁର, ୨୭ା୯ (ପି.ଟି.):ଭ୍ରମଣକାରୀ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହେବ। ସିରିଜ କ୍ଲିନ୍‌ ସୁଇପ୍‌ କରିବାକୁ ହେଲେ ଭାରତ ଏହାର ଦୁଇ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କଠାରୁ ପ୍ରଭାବୀ ବ୍ୟାଟିଂ ଆଶା କରୁଛି। ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ବାଂଲାଦେଶ ପେସ୍‌ ବୋଲରଙ୍କ ଚମତ୍କାର ବୋଲିଂ ସତ୍ତ୍ୱେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଶୁବମନ ଗିଲ୍‌ଙ୍କ ଉପଯୋଗୀ ଶତକ ଏବଂ ରିଷଭ […] The post କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେତେବେଳେ,କେଉଁଠି ଦେଖିପାରିବେ ମ୍ୟାଚ୍‌ appeared first on Dharitri Odia News.

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେତେବେଳେ,କେଉଁଠି ଦେଖିପାରିବେ ମ୍ୟାଚ୍‌

କାନପୁର, ୨୭ା୯ (ପି.ଟି.):ଭ୍ରମଣକାରୀ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହେବ। ସିରିଜ କ୍ଲିନ୍‌ ସୁଇପ୍‌ କରିବାକୁ ହେଲେ ଭାରତ ଏହାର ଦୁଇ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କଠାରୁ ପ୍ରଭାବୀ ବ୍ୟାଟିଂ ଆଶା କରୁଛି। ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ବାଂଲାଦେଶ ପେସ୍‌ ବୋଲରଙ୍କ ଚମତ୍କାର ବୋଲିଂ ସତ୍ତ୍ୱେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଶୁବମନ ଗିଲ୍‌ଙ୍କ ଉପଯୋଗୀ ଶତକ ଏବଂ ରିଷଭ ପନ୍ତଙ୍କ ଦୃଢ଼ ପ୍ରତ୍ୟାବର୍ତ୍ତନ ଯୋଗୁ ଭାରତ ସହଜ ବିଜୟ ହାସଲ କରିପାରିଥିଲା। ବିଶେଷ କରି ଘରୋଇ ଗ୍ରାଉଣ୍ଡରେ ପ୍ରତ୍ୟାବର୍ତ୍ତନ କରି ଭାରତ ଯେପରି ଟେଷ୍ଟ କ୍ରିକେଟରେ ଏହାର ଆଧିପତ୍ୟ ଜାହିର କଲା ଏଥିରୁ ମନେହେଉଛି ଦଳ ନିଜ ଦେଶରେ କ୍ରମାଗତ ୧୮ ସିରିଜ ବିଜୟ ସହ ଏହାର ରେକର୍ଡ ସଂଖ୍ୟାକୁ ବୃଦ୍ଧି କରିବା ପଥରେ ଅଗ୍ରସର ହେଉଛି।

ହ୍ବାଇଟବଲ୍‌ କ୍ରିକେଟକୁ ପ୍ରତ୍ୟାବର୍ତ୍ତନରେ ସଫଳ ହୋଇଥିବା ପନ୍ତ ପୁଣି ପ୍ରମାଣ କରି ଦେଖାଇବାକୁ ହେବ ଯେ, ଟେଷ୍ଟ କ୍ରିକେଟରେ ସେ କେ ଧୁରନ୍ଧର। ସିରିଜ ଓପନରରେ ବାଂଲାଦେଶ ପେସ୍‌ ବୋଲର ହସନ ମେହମୁଦ ଓ ତସ୍କିନ ଅହମଦଙ୍କ ଲାଇନ୍‌ ଲେନ୍ଥ ବୋଲିଂ ଆଗରେ ଉଭୟ ରୋହିତ ଓ ବିରାଟଙ୍କ ବ୍ୟାଟ୍‌ ନୀରବ ରହିଥିଲା। ଆଗକୁ ଏକ ଲମ୍ବା ଟେଷ୍ଟ ସିଜନ ରହିଥିବା ବେଳେ ଦଳର ଏହି ଦୁଇ ପ୍ରମୁଖ ବ୍ୟାଟରୁ ରନ୍‌କୁ ଅପେକ୍ଷା କରାଯାଇଛି। ଗ୍ରୀନ୍‌ପାର୍କ ଉଇକେଟ ହେଉଛି ପାରମ୍ପରିକ ଏକ ନିଚା ଆଣ୍ଡ୍‌ ଧିମା ଟ୍ରାକ୍‌ ପ୍ରଥମାବସ୍ଥାରେ ଏହା କିଛି ପରିମାଣରେ ଫାଷ୍ଟ ବୋଲରଙ୍କୁ ଏବଂ ପରେ ଏହା ସ୍ପିନ ବୋଲରଙ୍କୁ ସୁହାଇବ। ଏପରି ସ୍ଥଳେ ଭାରତ ହୁଏତ ୩ ପେସରଙ୍କ ସ୍ଥାନରେ ୩ ସ୍ପିନରଙ୍କୁ ନେଇପାରେ। ଆକାଶ ଦୀପ୍‌ଙ୍କ ସ୍ଥାନରେ କୁଲଦୀପଙ୍କୁ ଦଳରେ ସ୍ଥାନ ମିଳିପାରେ। ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଯଦି ବ୍ୟାଟିଂକୁ ଅଧିକ ଗୁରୁତ୍ୱ ଦିଏ ତେବେ ଘରୋଇ ପିଚ୍‌ର ହିରୋ ବୋଲି କୁହାଯାଉଥିବା କୁଲଦୀପଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ନିଆଯାଇପାରେ। ଗତ ୧୮ମାସ ହେଲା ଅକ୍ଷରଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି। ଗ୍ରୀନ୍‌ପାର୍କରେ ଶେଷ ଥର ପାଇଁ ଏକ ଟେଷ୍ଟ ମ୍ୟାଚ ୨୦୨୧ରେ ଖେଳାଯାଇଥିଲା। ସେଥର ଭାରତ ୩ଜଣ ସ୍ପିନର ଅଶ୍ୱିନ, ଜାଡେଜା ଓ ଅକ୍ଷରଙ୍କୁ ଖେଳାଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ ରୋମାଞ୍ଚକ ଡ୍ର ଭାବେ ଶେଷ ହୋଇଥିଲା।

ଏହି ମ୍ୟାଚ୍‌ର ସିଧାପ୍ରସାରଣ Sports18 and Colors Cineplex TV ଚ୍ୟାନେଲରେ ଦେଖିପାରିବେ। ୯.୩୦ରେ ମ୍ୟାଚ୍‌ରେ ଆରମ୍ଭ ହୋଇଛି।

The post କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେତେବେଳେ,କେଉଁଠି ଦେଖିପାରିବେ ମ୍ୟାଚ୍‌ appeared first on Dharitri Odia News.