ଓଡ଼ିଶା ପାଇଁ ସତର୍କ ଘଣ୍ଟି, ରାଜଧାନୀରେ ଭୂତଳ ଜଳସ୍ତର ଖସିଗଲାଣି ୨୩ ମିଟର

ଭୁବନେଶ୍ୱର ୧୮/୦୩ ରାଜଧାନୀ  ୟୁନିଟ୍‌-୬ ରାଧାକୃଷ୍ଣ ବସ୍ତିରେ ରବିବାର ଡହ ଡହ  ଖରାରେ ଜଣେ ଲୋକ ଆମ୍ବୁଲାନ୍ସ ଧୋଉଥିଲେ ।  ଟ୍ୟାପ୍‌ ଖୋଲି ମନଇଚ୍ଛା ପାଣି ଢାଳୁଥିଲେ । ୱାଟ୍‌କୋ  ଯୋଗାଉଥିବା ପିଇବା ପାଣିରେ ଆମ୍ବୁଲାନ୍ସ ଧୋଇ  ଚାଲିଥିଲେ । ଘଣ୍ଟାଏ ପରେ ଧୁଆ ସରିଲା, ହେଲେ  ରାସ୍ତା କଡ଼ କାଦୁଅ ପଚପଚ ସହ ପାଣିର ଧାର  ଚାଲିଥିଲା । ରାଜ୍ୟର ପ୍ରାୟ ସବୁ ଜାଗା, ଘର ଓ  ଅଫିସ୍‌ରେ ପାଣି ବ୍ୟବହାରକୁ ନେଇ ଏମିତି  ବେପରୁଆ ଭାବ ଭରି ରହିଛି । ଯାହାର ପରିଣତି  ଚିତ୍ର ‘ଜଳସଙ୍କଟ’ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି ।  ଜଳସଙ୍କଟର ଭୟଙ୍କର ସ୍ଥିତି ଏବେ  ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଇଛି । ପାଣି  ପାଇଁ ଲୋକେ ଲମ୍ବା ଲାଇନ୍‌ ଲଗାଉଛନ୍ତି । କିଛି ଲୋକେ ସହର ଛାଡ଼ୁଥିବା ବେଳେ ଅନେକ କମ୍ପାନୀ କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ  ଦେଇଛନ୍ତି । ବିଶେଷଜ୍ଞଙ୍କ ମତରେ ଦିନ ଥିଲା  ବେଙ୍ଗାଲୁରୁ ସହରରେ ଶହେ ଫୁଟ ଖୋଳିଲେ  ପାଣି ମିଳୁଥିବା ବେଳେ ଏବେ ଏହି ସ୍ତର ଅନେକ  ସ୍ଥାନରେ ଏକ ହଜାରରୁ ୧୮୦୦ ମିଟରକୁ ତଳକୁ  ଖସିଯାଇଛି । ଏହାର କାରଣ ଖୋଜିବାକୁ ଯାଇ  ସେମାନଙ୍କ ତଥ୍ୟ କହୁଛି ୧୯୭୦ରେ ବେଙ୍ଗାଲୁରୁ  ସହରରେ ୬୮% ଅଞ୍ଚଳରେ ସବୁଜ ବଳୟ  ଥିଲା । ଏବେ ୮୬% ଅଞ୍ଚଳରେ କଂକ୍ରିଟ ଜଙ୍ଗଲ ।  ବିଗତ କେଇ ବର୍ଷ ମଧ୍ୟରେ କଂକ୍ରିଟ ଅଞ୍ଚ

ଓଡ଼ିଶା ପାଇଁ ସତର୍କ ଘଣ୍ଟି, ରାଜଧାନୀରେ ଭୂତଳ ଜଳସ୍ତର ଖସିଗଲାଣି ୨୩ ମିଟର

ଭୁବନେଶ୍ୱର ୧୮/୦୩ ରାଜଧାନୀ  ୟୁନିଟ୍‌-୬ ରାଧାକୃଷ୍ଣ ବସ୍ତିରେ ରବିବାର ଡହ ଡହ  ଖରାରେ ଜଣେ ଲୋକ ଆମ୍ବୁଲାନ୍ସ ଧୋଉଥିଲେ ।  ଟ୍ୟାପ୍‌ ଖୋଲି ମନଇଚ୍ଛା ପାଣି ଢାଳୁଥିଲେ । ୱାଟ୍‌କୋ  ଯୋଗାଉଥିବା ପିଇବା ପାଣିରେ ଆମ୍ବୁଲାନ୍ସ ଧୋଇ  ଚାଲିଥିଲେ । ଘଣ୍ଟାଏ ପରେ ଧୁଆ ସରିଲା, ହେଲେ  ରାସ୍ତା କଡ଼ କାଦୁଅ ପଚପଚ ସହ ପାଣିର ଧାର  ଚାଲିଥିଲା । 


ରାଜ୍ୟର ପ୍ରାୟ ସବୁ ଜାଗା, ଘର ଓ  ଅଫିସ୍‌ରେ ପାଣି ବ୍ୟବହାରକୁ ନେଇ ଏମିତି  ବେପରୁଆ ଭାବ ଭରି ରହିଛି । ଯାହାର ପରିଣତି  ଚିତ୍ର ‘ଜଳସଙ୍କଟ’ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି ।  ଜଳସଙ୍କଟର ଭୟଙ୍କର ସ୍ଥିତି ଏବେ  ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଇଛି । ପାଣି  ପାଇଁ ଲୋକେ ଲମ୍ବା ଲାଇନ୍‌ ଲଗାଉଛନ୍ତି । 


କିଛି ଲୋକେ ସହର ଛାଡ଼ୁଥିବା ବେଳେ ଅନେକ କମ୍ପାନୀ କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ  ଦେଇଛନ୍ତି । ବିଶେଷଜ୍ଞଙ୍କ ମତରେ ଦିନ ଥିଲା  ବେଙ୍ଗାଲୁରୁ ସହରରେ ଶହେ ଫୁଟ ଖୋଳିଲେ  ପାଣି ମିଳୁଥିବା ବେଳେ ଏବେ ଏହି ସ୍ତର ଅନେକ  ସ୍ଥାନରେ ଏକ ହଜାରରୁ ୧୮୦୦ ମିଟରକୁ ତଳକୁ  ଖସିଯାଇଛି । ଏହାର କାରଣ ଖୋଜିବାକୁ ଯାଇ  ସେମାନଙ୍କ ତଥ୍ୟ କହୁଛି ୧୯୭୦ରେ ବେଙ୍ଗାଲୁରୁ  ସହରରେ ୬୮% ଅଞ୍ଚଳରେ ସବୁଜ ବଳୟ  ଥିଲା । ଏବେ ୮୬% ଅଞ୍ଚଳରେ କଂକ୍ରିଟ ଜଙ୍ଗଲ ।  


ବିଗତ କେଇ ବର୍ଷ ମଧ୍ୟରେ କଂକ୍ରିଟ ଅଞ୍ଚଳର  କଳେବର ୧୦୫୫% ବୃଦ୍ଧି ପାଇଛି । ଗତ ଏକ  ମାସ ମଧ୍ୟରେ ସହରରେ ୭ ହଜାର ନଳକୂପ  ଶୁଖିଯାଇଥିବା ଖୋଦ୍‌ ରାଜ୍ୟ ସରକାର କହିଛନ୍ତି ।  କେବଳ ବେଙ୍ଗାଲୁରୁ ନୁହେଁ ସମଗ୍ର କର୍ଣ୍ଣାଟକରେ  ସ୍ଥିତି ବିଗୁଡ଼ୁଛି । ଗତ ଶୀତ ଦିନର ରିପୋର୍ଟ  ଅନୁସାରେ ରାଜ୍ୟର ୨୧୦ଟି ସହରରେ ଜଳ  ସ୍ତର ୪ ମିଟର ଖସିଯାଇଥିଲା । 


ଜଳ କଷ୍ଟରେ ଘାଣ୍ଟିହେଉଥିବା ବେଙ୍ଗାଲୁରୁର ଯନ୍ତ୍ରଣା, 'ଓ୍ୱାର୍କ ଫ୍ରମ୍‌ ହୋମ୍‌ ନୁହେଁ ସମ୍ପୂର୍ଣ୍ଣ ଘରକୁ ପଳାଅ' ଅବସ୍ଥା ଦେଖି ଅନେକ ବିଶେଷଜ୍ଞ  ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ସହର  ଆଗକୁ ଏଭଳି ସ୍ଥିତିର ସମ୍ମୁଖୀନ ହେବେ ବୋଲି  ଚେତାବନୀ ଦେଇଛନ୍ତି । ରାଜ୍ୟରେ ଭୂତଳ  ଜଳସ୍ତର ଦିନକୁ ଦିନ ତଳକୁ ଖସୁଛି । ଗତ ୬ମାସ ତଳେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଯେଉଁ  ତଥ୍ୟ ଦେଇଥିଲା ସେଥିରେ ଉଦ୍‌ବେଗଜନକ ଚିତ୍ର  ସାମ୍ନାକୁ ଆସିଥିଲା । 


ଭୁବନେଶ୍ୱରର ୟୁନିଟ୍‌-୧ରେ  ଭୂତଳ ଜଳସ୍ତର ୨୩ମିଟର ତଳକୁ ଖସିଗଲାଣି ।  ମଞ୍ଚେଶ୍ୱରରେ ଏହା ୧୮ମିଟର ଓ ଅନ୍ଧାରୁଆରେ ୧୫ମିଟର ତଳକୁ ଖସିଲାଣି । ପୂର୍ବରୁ ଅଧିକାଂଶ  ସ୍ଥାନରେ ୪ରୁ ୮ମିଟରଖୋଳିଲେ ପାଣି ବାହାରୁଥିଲା । ଏହାତ ଭୁବନେଶ୍ୱରର ଚିତ୍ର । ଯଦି ଆମେ ରାଜ୍ୟର ଭୂତଳ ଜଳସ୍ଥିତି ନେଇ କେନ୍ଦ୍ରୀୟ ଭୂତଳ  ଜଳ ବୋର୍ଡ (ସିଜିଡବ୍ଲ୍ୟୁବି)ର ୨୦୨୨ ମସିହାର ରିପୋର୍ଟ ଦେଖିବା, ତାହା ଗଭୀର ଉଦ୍‌ବେଗଜନକ । 


ରାଜ୍ୟର  ୧୫ ଜିଲ୍ଲାରେ ପ୍ରତି ବର୍ଷ ଅଗଷ୍ଟରୁ ମାର୍ଚ୍ଚ ମଧ୍ୟରେ ଭୂତଳ  ଜଳ ୪ରୁ ୬ ମିଟର ହ୍ରାସ ପାଉଛି । ରାଜ୍ୟର ୫୨ଟି ବ୍ଲକ  ଏବଂ ଭୁବନେଶ୍ୱର ସମେତ ୨୭ଟି ସହରାଞ୍ଚଳରେ ସ୍ଥିତି  ଚିନ୍ତାଜନକ । ଡିରେକ୍ଟୋରେଟ ଅଫ ଗ୍ରାଉଣ୍ଡ ୱାଟର ସର୍ଭେ  ଆଣ୍ଡ ଇନଭେଷ୍ଟିଗେସନ (ଡିଜିଡବ୍ଲୁଏସ୍‌ଆଇ)ର ତଥ୍ୟ  ଅନୁସାରେ ୨୦୦୭ରୁ ୨୦୧୧ ମଧ୍ୟରେ ରାଜଧାନୀର ଅନେକ  ସ୍ଥାନରେ ଭୂତଳ ଜଳସ୍ତର ପ୍ରାୟ ଦଶ ମିଟର ହ୍ରାସ ପାଇଥିଲା,  ଯାହାକି ପରେ ଆଉ ରିଚାର୍ଜ ହୋଇନଥିଲା । 


ପରବର୍ତ୍ତୀ ବର୍ଷ  ମାନଙ୍କରେ ଏହି ପରିମାଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।  ଜଳସ୍ତର ଗ୍ରୀଷ୍ମ ଋତୁରେ ଯେତିକି ହ୍ରାସ ପାଉଛି, ପରବର୍ତ୍ତୀ ସମୟରେ ତାହା ରିଚାର୍ଜ ହୋଇଗଲେ ସ୍ଥିତି ସଙ୍କଟ ଆଡ଼କୁ  ଗତି କରନ୍ତା ନାହିଁ । କିନ୍ତୁ କଂକ୍ରିଟ ଜଙ୍ଗଲ ଏଥିରେ ବାଧକ  ହେଉଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।  


ସବୁଠୁ ଚିନ୍ତାଜନକ କଥା ହେଉଛି, ଭୂତଳ ଜଳସ୍ତର  ଶୁଖୁଥିଲେ ବି ଶିଳ୍ପ ସଂସ୍ଥା ଓ ଆପାର୍ଟମେଣ୍ଟଗୁଡ଼ିକ ମନଇଚ୍ଛା  ଭୂତଳ ଜଳ ଶୋଷୁଛନ୍ତି । ବିନା ଅନୁମତିରେ ବେଆଇନ ଭାବେ  ଅଧିକ କ୍ଷମତାସମ୍ପନ୍ନ ଡିପ୍‌ ବୋରୱେଲ ଖୋଳୁଛନ୍ତି । ଏମାନେ  କେନ୍ଦ୍ରୀୟ ଭୂତଳ ଜଳବୋର୍ଡର ଅନୁମତି ନେବା ପରେ ହିଁ ଡିପ୍‌  ବୋରୱେଲ ଖୋଳିପାରିବେ । 


କିନ୍ତୁ ମନଇଚ୍ଛା ବୋରୱେଲ ଖୋଳି  ଏହାକୁ ବେପରୁଆ ଭାବେ ବ୍ୟବହାର କରୁଛନ୍ତି । କେଉଁଠି  ଆପାର୍ଟମେଣ୍ଟର ସୁଇମିଂପୁଲ୍‌ରେ ପାଣି ବଦଳାଇବା ପାଇଁ ଏହାକୁ  ବ୍ୟବହାର କରାଯାଉଛି ତ’ ଆଉ କେଉଁଠି ବଗିଚାରେ ପାଣି  ଦେବା, କାର୍‌ ଓ ଘର ଧୂଆରେ ବେହିସାବ ଭାବେ ପିଇବା ପାଣି  ବ୍ୟବହାର କରାଯାଉଛି । ଶିଳ୍ପ ସଂସ୍ଥାଗୁଡ଼ିକ ବି ଆବଶ୍ୟକତାଠାରୁ  ଅଧିକ ପାଣି ବ୍ୟବହାର କରୁଛନ୍ତି । 


ବିନା କୌଣସି ଅନୁମତିରେ  କଳିଙ୍ଗନଗର, ପାରାଦୀପ, ମଞ୍ଚେଶ୍ୱର, ଖୋର୍ଦ୍ଧା ଶିଳ୍ପାଞ୍ଚଳରେ  ଡିପ୍‌ ବୋରୱେଲ ଖୋଳା ଚାଲିଛି ।  ରାଜଧାନୀରେ ୨୪ ଘଣ୍ଟିଆ ପାଣି ଯୋଗାଣ ପାଇଁ ୱାଟ୍‌କୋ  ଏବେ ମେଗା ପାଣି ଟାଙ୍କି ତିଆରି କରୁଛି । କିନ୍ତୁ ସହରରେ ପାଣି  ଯୋଗାଣ ପାଇଁ ମହାନଦୀ, କୁଆଖାଇ ଓ ଦୟା ନଦୀରୁ ଯେତିକି  ପାଣି ଟ୍ରିଟ୍‌ମେଣ୍ଟ କରି ଅଣାଯାଉଛି ତାହା ପର୍ଯ୍ୟାପ୍ତ ହେଉନି ।  ଏଥିପାଇଁ ବୋରୱେଲ ଖୋଳାରେ ମାତିଛି ୱାଟ୍‌କୋ । 


୨୦୨୧  ମସିହାର ତଥ୍ୟ ଅନୁସାରେ କେବଳ ରାଜଧାନୀରେ ୱାଟ୍‌କୋର  ୨୯୪୮ଟି ନଳକୂପ ରହିଛି । ବାସ୍ତବ ସଂଖ୍ୟା ଏହାଠାରୁ ଯଥେଷ୍ଟ  ଅଧିକ ନିଶ୍ଚିତ । ଖାଲି ଭୁବନେଶ୍ୱର ନୁହେଁ, ପୁରୀରେ ବି  ସମାନ ଢାଞ୍ଚାରେ ପାଣି ଯୋଗାଣ ଚାଲିଛି । ଏବେ କିଛି ଘଣ୍ଟା  ପାଣି ଯୋଗାଣ ବେଳେ ପାଣି ଉଠାଇବାରେ ସମସ୍ୟା ହେଉଛି ।  ପ୍ରାକୃତିକ ଜଳାଶୟକୁ ବେଧଡ଼କ ଭାବେ ପୋତାଚାଲିଛି ।  କେଉଁଠି ଜବରଦଖଲ ତ’ ଆଉ କେଉଁଠି ବିକାଶ ନାଁରେ  ଜଳାଶୟ ପୋତି ଦେଉଛନ୍ତି । ଏଠାରେ ସପିଂ ମଲ୍‌ ଓ  ଆପାର୍ଟମେଣ୍ଟ ଛିଡ଼ା ହେଉଛି । 


ପ୍ରାକୃତିକ ଜଳ ଉତ୍ସର ବାଟକୁ  ବନ୍ଦ କରି କଂକ୍ରିଟ୍‌ ନିର୍ମାଣ ଚାଲିଛି । ସହରର ରାସ୍ତା କଡ଼ରେ  ଥିବା ଖାଲି ସ୍ଥାନରେ ପେଭର ବ୍ଲକ୍‌ ପକାଚାଲିଛି । କଂକ୍ରିଟ୍‌ର ସ୍ତର  ଉପରେ ପେଭର ବ୍ଲକ ପକାଉଛନ୍ତି । ସରକାରୀ କ୍ୱାର୍ଟର୍ସ ପଛ  ପାଖରେ ଥିବା କନଜରଭେନ୍ସି ଲେନ୍‌ରେ ଆବଶ୍ୟକତା ନ ଥାଇ  କଂକ୍ରିଟ୍‌ ଓ ପେଭର ବ୍ଲକ୍‌ ପକାହେଉଛି । ସୌନ୍ଦର୍ଯ୍ୟକରଣ ନାଁରେ  କଂକ୍ରିଟ୍‌ ବିକାଶ ଯୋଗୁ ଭୂତଳ ଜଳ ଭରଣା ହୋଇପାରୁନି ।  


ଏହା ହିଁ ଜଳ ସଙ୍କଟ ପାଇଁ ସତର୍କଘଣ୍ଟି । ଦୈନିକ ୧୦ ହଜାର  ଲିଟରରୁ ଅଧିକ ଜଳ ଖର୍ଚ୍ଚ କରୁଥିବା ଆପାର୍ଟମେଣ୍ଟ ଗୁଡ଼ିକ  ପାଇଁ ରୁଫ୍‌ଟପ୍‌ ରେନ୍‌ ୱାଟର ହାର୍ଭେଷ୍ଟିଙ୍ଗ ବା ଛାତ ଉପରେ  ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ବାଧ୍ୟତାମୂଳକ ଥିଲେ ମଧ୍ୟ ଏହାର  ଅବମାନନା କରାଯାଉଛି ।   ଭୁବନେଶ୍ୱର ଭଳି ନୟାଗଡ଼ରେ ବି ଭୂତଳ ଜଳସ୍ତର  ବହୁତ ତଳକୁ ଖସିଗଲାଣି । 


ପାର୍କ  ଓ ମେଡିଆନ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଗଛରେ ପିଇବା  ପାଣି ଢଳାଯାଉଛି । ସରକାରୀ ଓ ବେସରକାରୀ ଦପ୍ତରରେ ବି ମାତ୍ରାଧିକ ପାଣି ବ୍ୟବହାର ସହିତ ଅପଚୟ ହେଉଛି । ସହର ପରିଚାଳନା ବିଶେଷଜ୍ଞ ଡ. ପିୟୁଷ ରାଉତ  କହିଛନ୍ତି, ଯେଉଁଭଳି ହାରରେ ଭୁବନେଶ୍ୱର ଭଳି ସହରରେ  ବୋରୱେଲ ଖୋଳା ଚାଲିଛି, ତାହା ଭବିଷ୍ୟତ ପାଇଁ ବିପଦ ଡାକି  ଆଣିବ । 


ଯେତେ କୋଠା ନିର୍ମାଣ ହେଉଛି, ସେତେ ବୋରୱେଲ  ଖୋଲା ହେଉଛି । ଭୂତଳ ଜଳ ବୋର୍ଡରୁ ଅନୁମତି ଆଣିବା  ନିୟମକୁ କେହି ମାନୁନାହାନ୍ତି । ଏ ନେଇ ଲଗାମ ନଥିବାରୁ ଅନେକ ଅଞ୍ଚଳରେ ଭୂତଳ ଜଳସ୍ତର ଖସିଲାଣି । ପାଇପ ଜଳ  ଯୋଗାଣ ହିଁ ଏକମାତ୍ର ବାଟ, ଯାହା ଶତ ପ୍ରତିଶତ କାର୍ଯ୍ୟକାରୀ  ହେବା ଆବଶ୍ୟକ । 


You can also read...

୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା, ଗାଡି ଚଳାଚଳ ସହ ଦୋକାନ ବଜାର ବନ୍ଦ