କଂଗ୍ରେସକୁ ପୁଣି ଝଟ୍‌କା, ଭାଜପାରେ ସାମିଲ ହେଲେ କମଳନାଥଙ୍କ ନିକଟତମ

ଭୋପାଳ,୧।୪: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସୋମବାର ଛିନ୍ଦୱାଡା ମ୍ୟୁନିସିପାଲ କର୍ପୋରେସନ ମେୟର ବିକ୍ରମ ଅହାକେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଭାଜପା ରାଜ୍ୟ ସଭାପତି ଭି.ଡି ଶର୍ମା ସଦସ୍ୟତା ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କହିଛନ୍ତି ଯେ ନକୁଳନାଥଙ୍କ ଅମରୱାଡାର ପୂର୍ବତନ ବିଧାୟକ କମଲେଶ ଶାହାଙ୍କ ବିଷୟରେ ଦିଆଯାଇଥିବା ବୟାନକୁ ନେଇ ଦୁଃଖ ପ୍ରକାଶ କରିବା ସହ ବିକ୍ରମ […] The post କଂଗ୍ରେସକୁ ପୁଣି ଝଟ୍‌କା, ଭାଜପାରେ ସାମିଲ ହେଲେ କମଳନାଥଙ୍କ ନିକଟତମ appeared first on Dharitri Odia News.

କଂଗ୍ରେସକୁ ପୁଣି ଝଟ୍‌କା, ଭାଜପାରେ ସାମିଲ ହେଲେ କମଳନାଥଙ୍କ ନିକଟତମ

ଭୋପାଳ,୧।୪: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସୋମବାର ଛିନ୍ଦୱାଡା ମ୍ୟୁନିସିପାଲ କର୍ପୋରେସନ ମେୟର ବିକ୍ରମ ଅହାକେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଭାଜପା ରାଜ୍ୟ ସଭାପତି ଭି.ଡି ଶର୍ମା ସଦସ୍ୟତା ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କହିଛନ୍ତି ଯେ ନକୁଳନାଥଙ୍କ ଅମରୱାଡାର ପୂର୍ବତନ ବିଧାୟକ କମଲେଶ ଶାହାଙ୍କ ବିଷୟରେ ଦିଆଯାଇଥିବା ବୟାନକୁ ନେଇ ଦୁଃଖ ପ୍ରକାଶ କରିବା ସହ ବିକ୍ରମ ଅହାକେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ବାସ୍ତବରେ, କମଲେଶ ଶାହା ଭାଜପାରେ ଯେତେବେଳେ ଦସାମିଲ ହୋଇଥିଲେ ସେତେବେଳେ ନକୁଳନାଥ ତାଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ। ଶାହା ଆଦିବାସୀ ସମ୍ପ୍ରଦାୟର ଜଣେ ବଡ ନେତା। ବିକ୍ରମ ଅହାକେ ମଧ୍ୟ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ବିକ୍ରମ ଆହାକେଙ୍କ ସହିତ, ଛିନ୍ଦୱାଡା ମ୍ୟୁନିସିପାଲିଟି କର୍ପୋରେସନ ଜଳ ବିଭାଗର ଅଧ୍ୟକ୍ଷ ପ୍ରମୋଦ ଶର୍ମା, ଅନୁସୂଚିତ ଜାତି ବିଭାଗ ଜିଲା ସଭାପତି ସିଦ୍ଧାନ୍ତ ଥାନେସର, ପୂର୍ବତନ ଏନଏସୟୁ ଜିଲା ସଭାପତି ଆଶିଷ ସାହୁ, ଏନଏସୟୁ ଜିଲା ଉପାଧ୍ୟକ୍ଷ ଧୀରଜ ରାଉତ, ପୂର୍ବତନ ଏନଏସୟୁ ଜିଲା କାର୍ଯ୍ୟନିର୍ବାହୀ ସଭାପତି ଆଦିତ୍ୟ ଉପାଧ୍ୟାୟ, ପୂର୍ବତନ ଏନଏସୟୁଆଇ ବିଧାନସଭା ସଭାପତି ସୁମିତ ଦୁବେ ଭାଜପାରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କହିଛନ୍ତି ଯେ ଛିନ୍ଦଓ୍ବାଡାରେ କମଲ ନାଥ ଜୀ ବହୁତ ଭୁଲ କରିଛନ୍ତି। ନାକୁଲନାଥ ଜୀ ଆଦିବାସୀ ଅଞ୍ଚଳକୁ ଅପମାନିତ କରିଥିଲେ। ସେ ବିଧାୟକ କମଲେଶ ଶାହାଙ୍କୁ ଅସାଧୁ ତଥା ଦେଶଦ୍ରୋହୀ ବୋଲି କହି ଆଦିବାସୀ ଶ୍ରେଣୀକୁ ଅପମାନିତ କରିଥିଲେ। ବିକ୍ରମ ଅହାକେ କହିଛନ୍ତି ଯେଉଁ ଦଳ ଆଦିବାସୀ ସମ୍ପ୍ରଦାୟର ଅପମାନ କରୁଛି ସେଥଇରେ ମୁଁ ରହିବା ଉଚିତ ନୁହେଁ। ଏହାକହି ସେ ଭାଜପାର ସଦସ୍ୟତା ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଛିନ୍ଦଓ୍ବାଡାର ବିକାଶରେ କୌଣସି କମି ରହିବ ନାହିଁ। ବିକ୍ରମ ଅହାକେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ନେତୃତ୍ୱରେ ଦେଶ ତଥା ରାଜ୍ୟ ଆଗକୁ ବଢୁଛନ୍ତି। ଛିନ୍ଦୱାଡାରେ ଏଥର ପଦ୍ମ ଫୁଲ ଫୁଟିବ।

The post କଂଗ୍ରେସକୁ ପୁଣି ଝଟ୍‌କା, ଭାଜପାରେ ସାମିଲ ହେଲେ କମଳନାଥଙ୍କ ନିକଟତମ appeared first on Dharitri Odia News.