କାଜୁବଗିଚାରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ
ଝରିଗାଁ,୧୩ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତର ସିଉନାଗୁଡ଼ା ଗ୍ରାମରେ ବେକରେ ଓଢ଼ଣୀ ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାନୁସାରେ ସିଉନାଗୁଡ଼ା ଗ୍ରାମର ଲକ୍ଷି ଗୌଡଙ୍କ ପୁଅ ଭଗବାନ ଗୌଡ଼(୧୯) ଗତ ବୁଧବାର ରାତିରେ ବାପାଙ୍କ ସହ ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ। ତେବେ ଲକ୍ଷି ଶୋଇ ପଡ଼ିବା ପରେ ପୁଅ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା।ସେହିପରି ଭାଲିଆଗୁଡା ଗ୍ରାମର ଶନିବାରୀ ଭତ୍ରାଙ୍କ ଝିଅ ସବିତା ଭତ୍ରା(୨୧) ରାତିରେ […] The post କାଜୁବଗିଚାରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ appeared first on Dharitri Odia News.
ଝରିଗାଁ,୧୩ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତର ସିଉନାଗୁଡ଼ା ଗ୍ରାମରେ ବେକରେ ଓଢ଼ଣୀ ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ସୂଚନାନୁସାରେ ସିଉନାଗୁଡ଼ା ଗ୍ରାମର ଲକ୍ଷି ଗୌଡଙ୍କ ପୁଅ ଭଗବାନ ଗୌଡ଼(୧୯) ଗତ ବୁଧବାର ରାତିରେ ବାପାଙ୍କ ସହ ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ। ତେବେ ଲକ୍ଷି ଶୋଇ ପଡ଼ିବା ପରେ ପୁଅ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା।ସେହିପରି ଭାଲିଆଗୁଡା ଗ୍ରାମର ଶନିବାରୀ ଭତ୍ରାଙ୍କ ଝିଅ ସବିତା ଭତ୍ରା(୨୧) ରାତିରେ ଖାଇବା ପରେ ଗୋଟିଏ ବଖରାରେ ମାଆ ସହ ଶୋଇଥିଲେ। ତେବେ ମା’ ଶନିବାରୀ ଶୋଇ ପଡ଼ିବା ପରେ ରାତିରେ ଝିଅ ସବିତା ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା। ଉଭୟ ପରିବାର ରାତିରେ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ଶେଷରେ ଗୁରୁବାର ସକାଳୁ ଦୁହେଁ ସିଉନାଗୁଡ଼ା ନିକଟସ୍ଥ କାଜୁ ବଗିଚାରେ ଆତ୍ମହତ୍ୟା କରିଥିବା କିଛି ଲୋକ ଦେଖିଥିଲେ। ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ଝରିଗାଁ ପୋଲିସକୁ ଖବର ଦେଇଥିଲେ। ଝରିଗାଁ ପୋଲିସ ଉଭୟ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଝରିଗାଁ ଥାନା କେସ୍ ନମ୍ବର ୮/୨୦୨୫ ଏବଂ ୯ /୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ପୋଲିସ ଏଏସ୍ଆଇ ମମତା ସେଠୀ ଏବଂ ଏଏସ୍ଆଇ ବେଦବ୍ୟାସ ବାଞ୍ଜାରା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିବା ସୂଚନା ମିଳିଛି।
The post କାଜୁବଗିଚାରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ appeared first on Dharitri Odia News.