ବାତ୍ୟା ପରେ ପବନ ସାଙ୍ଗକୁ ଲାଗି ରହିଛି ବର୍ଷା, ଆକଳନ ଠାରୁ…

ଭଦ୍ରକ,୨୫ା୧୦(ସନାତନ ରାଉତ): ପାଣିପାଗ ବିଭାଗ ସୂଚନା ମୁତାବକ ୨୪ ତାରିଖ ରାତିରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। କିନ୍ତୁ ଯେଉଁ ଆକଳନ କରାଯାଇଥିଲା ତା’ଠାରୁ କମ୍‌ ବର୍ଷା ପବନ ହୋଇଛି। ସେତେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିନାହିଁ। ରାତି ୧୨ଟା ପରଠାରୁ ପବନ ଓ ବର୍ଷା ବଢ଼ିଥିଲା। ସକାଳ ୮ ଟା ପରେ ଭଦ୍ରକ ଅଞ୍ଚଳରେ ବର୍ଷା ପବନ ଲାଗି ରହିଛି।ଭଦ୍ରକ ସହରରେ ସମସ୍ତ ଦୋକାନ ବନ୍ଦ ରହିଛି। ପବନ ଗତି ଅଧିକ ଥିବାରୁ ଲୋକେ […] The post ବାତ୍ୟା ପରେ ପବନ ସାଙ୍ଗକୁ ଲାଗି ରହିଛି ବର୍ଷା, ଆକଳନ ଠାରୁ… appeared first on Dharitri Odia News.

ବାତ୍ୟା ପରେ ପବନ ସାଙ୍ଗକୁ ଲାଗି ରହିଛି ବର୍ଷା, ଆକଳନ ଠାରୁ…

ଭଦ୍ରକ,୨୫ା୧୦(ସନାତନ ରାଉତ): ପାଣିପାଗ ବିଭାଗ ସୂଚନା ମୁତାବକ ୨୪ ତାରିଖ ରାତିରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। କିନ୍ତୁ ଯେଉଁ ଆକଳନ କରାଯାଇଥିଲା ତା’ଠାରୁ କମ୍‌ ବର୍ଷା ପବନ ହୋଇଛି। ସେତେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିନାହିଁ। ରାତି ୧୨ଟା ପରଠାରୁ ପବନ ଓ ବର୍ଷା ବଢ଼ିଥିଲା। ସକାଳ ୮ ଟା ପରେ ଭଦ୍ରକ ଅଞ୍ଚଳରେ ବର୍ଷା ପବନ ଲାଗି ରହିଛି।ଭଦ୍ରକ ସହରରେ ସମସ୍ତ ଦୋକାନ ବନ୍ଦ ରହିଛି। ପବନ ଗତି ଅଧିକ ଥିବାରୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି।

ଜିଲା ପ୍ରଶାସନ ସୂଚନା ମୁତାବକ ୭୦୩ ଆଶ୍ରୟ ସ୍ଥଳରେ ମୋଟ୍‌ ୩୭ ହଜାର ୭୦ ଲୋକଙ୍କୁ ରଖାଯାଇଛି। ୩୨୦ କ୍ୱିଣ୍ଟାଲ ଚୁଡ଼ା ୫୭ କ୍ୱିଣ୍ଟାଲ ଗୁଡ଼ ସମସ୍ତ କେନ୍ଦ୍ରକୁ ଦିଆଯାଇଛି। ସୁପରଭାଜିଙ୍ଗ ଅଫିସରମାନେ ଦାୟିତ୍ୱରେ ଅଛନ୍ତି। ସମସ୍ତ ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ପାଟ୍ରୋଲିଂ ଓ ରିଲିଫ୍‌ କେନ୍ଦ୍ରରେ ଶୃଙ୍ଖଳା ରକ୍ଷା ପାଇଁ ଜିଲାରେ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିଥିବା ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି।

The post ବାତ୍ୟା ପରେ ପବନ ସାଙ୍ଗକୁ ଲାଗି ରହିଛି ବର୍ଷା, ଆକଳନ ଠାରୁ… appeared first on Dharitri Odia News.