କାର୍ ଭିତରେ ବିରାଟକାୟ ଅଜଗର, ୫ ଘଣ୍ଟାର ଉଦ୍ୟମ ପରେ ହେଲା ଉଦ୍ଧାର

 ଯାଜପୁର ରୋଡ : କାର୍ ଭିତରେ ବିରାଟକାୟ ଅଜଗର ।  ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର ହେଲା ୭ ଫୁଟର ଅଜଗର । ଯାଜପୁର ରୋଡ ତେନ୍ତୁଲିଖୁଣ୍ଟା ଗାଁ ସ୍ଥିତ ହୁଣ୍ଡାଇ କାର ସୋରୁମ ନିକଟରେ ଦେଖିବାକୁ ମିଳିଛି ଏପରି ଘଟଣା । ଗାଡି ସର୍ଭିସିଂ ପାଇଁ ସୋରୁମ ଆସିଥିଲେ ଗାଡି ମାଲିକ ।  ଏହି ସମୟରେ ନିଜ କାରରେ ଏକ ବିଶାଳ ଅଜଗର ଦେଖିଥିଲେ । ହଠାତ ଗାଡ଼ିର ଏସି ଚାମ୍ବର ଭିତରେ ପଶିଯାଇଥିଲା […] The post କାର୍ ଭିତରେ ବିରାଟକାୟ ଅଜଗର, ୫ ଘଣ୍ଟାର ଉଦ୍ୟମ ପରେ ହେଲା ଉଦ୍ଧାର appeared first on KNews Odisha.

କାର୍ ଭିତରେ ବିରାଟକାୟ ଅଜଗର, ୫ ଘଣ୍ଟାର ଉଦ୍ୟମ ପରେ ହେଲା ଉଦ୍ଧାର
jajpur road snake

 ଯାଜପୁର ରୋଡ : କାର୍ ଭିତରେ ବିରାଟକାୟ ଅଜଗର ।  ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର ହେଲା ୭ ଫୁଟର ଅଜଗର । ଯାଜପୁର ରୋଡ ତେନ୍ତୁଲିଖୁଣ୍ଟା ଗାଁ ସ୍ଥିତ ହୁଣ୍ଡାଇ କାର ସୋରୁମ ନିକଟରେ ଦେଖିବାକୁ ମିଳିଛି ଏପରି ଘଟଣା । ଗାଡି ସର୍ଭିସିଂ ପାଇଁ ସୋରୁମ ଆସିଥିଲେ ଗାଡି ମାଲିକ ।  ଏହି ସମୟରେ ନିଜ କାରରେ ଏକ ବିଶାଳ ଅଜଗର ଦେଖିଥିଲେ ।

ହଠାତ ଗାଡ଼ିର ଏସି ଚାମ୍ବର ଭିତରେ ପଶିଯାଇଥିଲା ସାପଟି । ସାପକୁ ଧରିବା ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଫୋନ କରିଥିଲେ ।  ଅଜଗରକୁ ଉଦ୍ଧାର କରିବା ପାଇଁ ନାକେଦମ ହୋଇଥିଲେ ସୋରୁମ କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ । ଦୀର୍ଘ ୫ ଘଣ୍ଟା ଉଦ୍ୟମ ପରେ ସାପଟି ଗାଡ଼ିରୁ ଉଦ୍ଧାର ହୋଇଥିଲା । ଉଦ୍ଧାର କରିବା ପରେ ଅଜଗରକୁ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି ।

The post କାର୍ ଭିତରେ ବିରାଟକାୟ ଅଜଗର, ୫ ଘଣ୍ଟାର ଉଦ୍ୟମ ପରେ ହେଲା ଉଦ୍ଧାର appeared first on KNews Odisha.