କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ୍, ୫ ବର୍ଷରେ ନିଯୁକ୍ତି ହେବେ ୩.୫ ଲକ୍ଷ ଲୋକ: ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ଟାସ୍କଫୋର୍ସ ଗଠନ ହେବ। ଶିଳ୍ପ ପ୍ରକଳ୍ପର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ଆଗ୍ରହୀ ଶିଳ୍ପ ସଂସ୍ଥା ସହ ଆଲୋଚନା କରି ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ ବୋଲି ମୋହନ କହିଛନ୍ତି। ୫ ବର୍ଷରେ ୩.୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି। ଅଧିକ ନିଯୁକ୍ତି […] The post କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ୍, ୫ ବର୍ଷରେ ନିଯୁକ୍ତି ହେବେ ୩.୫ ଲକ୍ଷ ଲୋକ: ମୁଖ୍ୟମନ୍ତ୍ରୀ appeared first on Dharitri Odia News.
କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ଟାସ୍କଫୋର୍ସ ଗଠନ ହେବ। ଶିଳ୍ପ ପ୍ରକଳ୍ପର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ଆଗ୍ରହୀ ଶିଳ୍ପ ସଂସ୍ଥା ସହ ଆଲୋଚନା କରି ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ ବୋଲି ମୋହନ କହିଛନ୍ତି।
୫ ବର୍ଷରେ ୩.୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି। ଅଧିକ ନିଯୁକ୍ତି ସମ୍ଭାବନା ଥିବା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଧ୍ୟାନ ଦିଆଯିବା ସହ ଓଡ଼ିଆ ଉଦ୍ୟୋଗୀଙ୍କୁ ଶିଳ୍ପ ସ୍ଥାପନ ପାଇଁ ଉତ୍ସାହିତ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଯେ କେନ୍ଦୁଝର ଜିଲାରେ ପୂର୍ବ ସରକାରରେ ପାଟଣା ତହସିଲ ଅଞ୍ଚଳରେ ଆର୍ସେଲର ମିତ୍ତଲ, ସଦର ତହସିଲ ଅଞ୍ଚଳର ରାଇସୁଆଁ ନିକଟରେ ଷ୍ଟାର ଲାଇଟ୍ ଓ ପଳାଶପଙ୍ଗା ନିକଟରେ ଉତ୍ତମ ଗଲଭା ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ବୁଝାମଣା ସାକ୍ଷର କରିଥିଲେ। ପରବର୍ତ୍ତୀ ସମୟରେ ଖଣି ନ ମିଳିବାରୁ ଫେରି ଯାଇଥିଲେ। କେନ୍ଦୁଝର ଜିଲାରେ ସୃଦୃଢ଼ ଭିତ୍ତିଭୂମି ରହିଛି। ଚାରୋଟି ଜାତୀୟ ରାଜପଥ, ଏୟାର ଷ୍ଟ୍ରିପ, ରେଳପଥ ପ୍ରଚୁର କଞ୍ଚାମାଲ ଗଚ୍ଛିତ ରହିଥିବାବେଳେ କୋଇଲା ଖଣି, ବନ୍ଦରକୁ ମଧ୍ୟ ସିଧାସଳଖ ଯିବା ଆସିବା ପାଇଁ ରାଜପଥ ରହିଛି। ଏହା ସତ୍ତ୍ଵେ ଏଠାରେ ବୃହତ୍ ଶିଳ୍ପ ପ୍ରତିଷ୍ଠା ହୋଇ ପାରିନାହିଁ। ଏଣୁ ଖଣି ଥିବା କମ୍ପାନୀଙ୍କୁ ବୃହତ୍ ଶିଳ୍ପ ପାଇଁ ପ୍ରସ୍ତାବ ଦେଲେ ସୁବିଧା ହେବ ବୋଲି ମତ ପ୍ରକାଶ ପାଉଛି।
The post କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ୍, ୫ ବର୍ଷରେ ନିଯୁକ୍ତି ହେବେ ୩.୫ ଲକ୍ଷ ଲୋକ: ମୁଖ୍ୟମନ୍ତ୍ରୀ appeared first on Dharitri Odia News.