ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲାଙ୍କୁ ଗିରଫ କଲା କାନାଡା ପୋଲିସ, ଭାରତର ଥିଲେ ‘ମୋଷ୍ଟ ୱାଣ୍ଟେଡ୍’
ଖଲିସ୍ତାନୀ ଆତଙ୍କବାଦୀ ତଥା ଭାରତର ମୋଷ୍ଟ ୱାଣ୍ଟେଡ୍ ଅର୍ଶ ଡାଲାଙ୍କୁ କାନାଡା ପୋଲିସ ଗିରଫ କରିଛି । ଗତ ମାସ ୨୭-୨୮ ତାରିଖରେ କାନାଡାରେ ହୋଇଥିବା ଏକ ଶୁଟଆଉଟ୍ ମାମଲାରେ ତାଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଥିଲା । କାନାଡାର ହାଲଟନ ରିଜିଓନାଲ୍ ପୋଲିସ ସର୍ଭିସ୍ ଅକ୍ଟୋବର ୨୭ କିମ୍ବା ୨୮ରେ ମିଲଟନରେ ହୋଇଥିବା ଗୁଳିକାଣ୍ଡର ତଦନ୍ତ କରୁଛି । ଏହି ଘଟଣାରେ ଅର୍ଶ ଡାଲାଙ୍କୁ […] The post ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲାଙ୍କୁ ଗିରଫ କଲା କାନାଡା ପୋଲିସ, ଭାରତର ଥିଲେ ‘ମୋଷ୍ଟ ୱାଣ୍ଟେଡ୍’ appeared first on KNews Odisha.

ଖଲିସ୍ତାନୀ ଆତଙ୍କବାଦୀ ତଥା ଭାରତର ମୋଷ୍ଟ ୱାଣ୍ଟେଡ୍ ଅର୍ଶ ଡାଲାଙ୍କୁ କାନାଡା ପୋଲିସ ଗିରଫ କରିଛି । ଗତ ମାସ ୨୭-୨୮ ତାରିଖରେ କାନାଡାରେ ହୋଇଥିବା ଏକ ଶୁଟଆଉଟ୍ ମାମଲାରେ ତାଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଥିଲା ।
କାନାଡାର ହାଲଟନ ରିଜିଓନାଲ୍ ପୋଲିସ ସର୍ଭିସ୍ ଅକ୍ଟୋବର ୨୭ କିମ୍ବା ୨୮ରେ ମିଲଟନରେ ହୋଇଥିବା ଗୁଳିକାଣ୍ଡର ତଦନ୍ତ କରୁଛି । ଏହି ଘଟଣାରେ ଅର୍ଶ ଡାଲାଙ୍କୁ ପଚରାଉଚରା କରାଯାଉଛି ।
ଭାରତୀୟ ସୁରକ୍ଷା ଏଜେନ୍ସି ମୁତାବକ, ଗ୍ୟାଙ୍ଗଷ୍ଟର ଅର୍ଶ ଡାଲା ଭାରତରୁ ଫେରାର୍ ହେବା ପରେ ପତ୍ନୀଙ୍କ ସହ କାନାଡାରେ ରହୁଛନ୍ତି । ପଞ୍ଜାବର ଫରିଦକୋଟରୁ ରବିବାର ସକାଳେ ତାଙ୍କ ଗ୍ୟାଙ୍ଗର ୨ ଜଣ ଶୁଟରଙ୍କୁ ଗିରଫ କରାଯାଇଛି । ସେମାନେ ଗୁରପ୍ରୀତ ସିଂ ହତ୍ୟା ମାମଲାରେ ଜଡ଼ିତ ଥିଲେ । ଏହାସହ ଅର୍ଶ ଡାଲାଙ୍କ ନିର୍ଦ୍ଦେଶରେ ଗ୍ବାଲିୟରରେ ଯଶବନ୍ତ ସିଂ ଗିଲଙ୍କୁ ହତ୍ୟା କରିଥିଲେ । ପଞ୍ଜାବ ଡିଜିପି ଏ ନେଇ ସୂଚନା ଦେଇଛନ୍ତି ।
ଡିଜିପି କହିଛନ୍ତି, ଷ୍ଟେଟ୍ ସ୍ପେଶାଲ ଅପରେସନ ସେଲ, ଆଣ୍ଟି ଗ୍ୟାଙ୍ଗଷ୍ଟାର ଟାସ୍କ ଫୋର୍ସ ଏବଂ ଫରିଦକୋଟ ପୋଲିସର ମିଳିତ ଅପରେସନରେ ଦୁଇ ଶୁଟରଙ୍କୁ ଗିରଫ କରାଯାଇଛି ।
ସେପଟେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଗ୍ୟାଙ୍ଗରେ ସାମିଲ ହୋଇଥିବା ଅର୍ଶ ଡାଲା ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ, ଦିଲ୍ଲୀ ଏବଂ ପଞ୍ଜାବ ପୋଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅଛନ୍ତି ।
The post ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲାଙ୍କୁ ଗିରଫ କଲା କାନାଡା ପୋଲିସ, ଭାରତର ଥିଲେ ‘ମୋଷ୍ଟ ୱାଣ୍ଟେଡ୍’ appeared first on KNews Odisha.