ଆଜିଠୁ ପବିତ୍ର ପଞ୍ଚୁକ, ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ : ଆଜିଠୁ ପବିତ୍ର ପଞ୍ଚୁକ। ଚଳିତବର୍ଷ ୫ଦିନ ପରିବର୍ତ୍ତେ ୪ଦିନ ହେବ ପଞ୍ଚୁକ ବ୍ରତ ।  ଆଜି ପ୍ରଥମ ଦିନ ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାଲି ବାଙ୍କଚୂଡ଼ା ବେଶ, ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ ହେବ। ୧୫ ତାରିଖ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ କରାଯିବ ।  ଚଳିତ ବର୍ଷ ତିଥିରେ କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ହେବ ନାହିଁ ।  ପଞ୍ଚୁକରେ […] The post ଆଜିଠୁ ପବିତ୍ର ପଞ୍ଚୁକ, ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ appeared first on KNews Odisha.

ଆଜିଠୁ ପବିତ୍ର ପଞ୍ଚୁକ, ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
panchuka1

ପୁରୀ : ଆଜିଠୁ ପବିତ୍ର ପଞ୍ଚୁକ। ଚଳିତବର୍ଷ ୫ଦିନ ପରିବର୍ତ୍ତେ ୪ଦିନ ହେବ ପଞ୍ଚୁକ ବ୍ରତ ।  ଆଜି ପ୍ରଥମ ଦିନ ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାଲି ବାଙ୍କଚୂଡ଼ା ବେଶ, ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ ହେବ। ୧୫ ତାରିଖ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ କରାଯିବ ।  ଚଳିତ ବର୍ଷ ତିଥିରେ କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ହେବ ନାହିଁ ।  ପଞ୍ଚୁକରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ବେଶକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ପବିତ୍ର ପଞ୍ଚୁକରେ ଅତି ନିଷ୍ଠାର ସହ ଯେଉଁମାନେ ପଞ୍ଚୁକ ବ୍ରତ ପାଳନ କରିଥାନ୍ତି ସେମାନେ କୋଟି ଜନ୍ମର ପୁଣ୍ୟଫଳ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି । ପଞ୍ଚୁକରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି । ସିଂହଦ୍ବାର ପଟେ ପ୍ରବେଶ କରି ଅନ୍ୟ ତିନି ଦ୍ବାର ପଟେ ପ୍ରସ୍ଥାନ କରୁଛନ୍ତି ଭକ୍ତ । ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

The post ଆଜିଠୁ ପବିତ୍ର ପଞ୍ଚୁକ, ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ appeared first on KNews Odisha.