ଗାଁରେ ଜଳ ସମସ୍ୟା: ଗଭୀର କୂଅରୁ ପାଣିକାଢ଼ିଦେଲେ ପାରଳା ବିଧାୟକ
ଗଜପତି,୨୧।୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର କ୍ଷେତଡା ଗ୍ରାମରେ ଚାଲିଛି ଠାକୁରାଣୀ ଯାତ୍ରା। ଏଥିରେ ଯୋଗଦେବାପାଇଁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯିବା ସମୟରେ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ବିଷୟରେ ତାଙ୍କୁ ଅବଗତ କରାଇଥିଲେ। ଫଳରେ ବିଧାୟକ ପାଣିଗ୍ରାହୀ ତୁରନ୍ତ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଅଧିକାରୀ ତପତପା ବେହେରାଙ୍କ ସହ ଫୋନ ଯୋଗେ କଥାହୋଇ ଗ୍ରାମର ପାଣି ସମସ୍ୟା ବିଷୟରେରେ ଜଣାଇଥିଲେ। ତୁରନ୍ତ ପିଇବା ପାଣି ଯୋଗାଇବା […] The post ଗାଁରେ ଜଳ ସମସ୍ୟା: ଗଭୀର କୂଅରୁ ପାଣିକାଢ଼ିଦେଲେ ପାରଳା ବିଧାୟକ appeared first on Dharitri Odia News.
ଗଜପତି,୨୧।୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର କ୍ଷେତଡା ଗ୍ରାମରେ ଚାଲିଛି ଠାକୁରାଣୀ ଯାତ୍ରା। ଏଥିରେ ଯୋଗଦେବାପାଇଁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯିବା ସମୟରେ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ବିଷୟରେ ତାଙ୍କୁ ଅବଗତ କରାଇଥିଲେ। ଫଳରେ ବିଧାୟକ ପାଣିଗ୍ରାହୀ ତୁରନ୍ତ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଅଧିକାରୀ ତପତପା ବେହେରାଙ୍କ ସହ ଫୋନ ଯୋଗେ କଥାହୋଇ ଗ୍ରାମର ପାଣି ସମସ୍ୟା ବିଷୟରେରେ ଜଣାଇଥିଲେ। ତୁରନ୍ତ ପିଇବା ପାଣି ଯୋଗାଇବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଯେହେତୁ ଗାଁରେ ଠାକୁରାଣୀ ଯାତ୍ରା ଚାଲିଛି ଗ୍ରାମକୁ ସହସ୍ର ଲୋକଙ୍କ ଆଗମନ ହେଉଛି।
ପରେ ଏକମାତ୍ର ଗଭୀର କୂଅରେ ଅଳ୍ପ ପାଣି ଥିବା ବେଳେ ବିଧାୟକ ନିଜେ କୂଅରୁ ପାଣକାଢ଼ି ଲୋକଙ୍କୁ ଦେଇଥିଲେ। ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ସଙ୍ଗେସଙ୍ଗେ ଟ୍ୟାଙ୍କର ଯୋଗେ ପାଣି ପଞ୍ଚିଥିଲ। ଏହିଭଳି ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ପାନୀୟ ଜଳ ସମସ୍ୟା ସମାଧାନ ହେବାରୁ ଗ୍ରାମବାସୀ ବିଧାୟକଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ।
The post ଗାଁରେ ଜଳ ସମସ୍ୟା: ଗଭୀର କୂଅରୁ ପାଣିକାଢ଼ିଦେଲେ ପାରଳା ବିଧାୟକ appeared first on Dharitri Odia News.