ଗୁଳିମାଡ଼ରେ ଯୁବକ ମୃତ
ସୁବାସ କୌଣସି କାମ ପାଇଁ ନୂଆବଗ ଯାଇଥିଲେ। ସେଇସମୟରେ ୨ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରିଥିଲେ। ସୁବାସ ଗୁଳିର ଶିକାର ହୋଇ ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲେ।
ଗୁଳିମାଡ଼ରେ ଯୁବକ ମୃତ। ମୃତକ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁର ସୁବାସ ଓରଫ ରିଙ୍କୁ ସାହୁ।
ସୁବାସ କୌଣସି କାମ ପାଇଁ ନୂଆବଗ ଯାଇଥିଲେ। ସେଇସମୟରେ ୨ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରିଥିଲେ। ସୁବାସ ଗୁଳିର ଶିକାର ହୋଇ ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲେ। ଦୁର୍ବୃତ୍ତ ମାନେ ସେଇସମୟରେ ବାଇକ ସାହାଯ୍ୟରେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସୁବାସକୁ ହିନ୍ଦୋଳ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହିନ୍ଦୋଳ ପୁଲିସ ଖବର ପାଇ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ କରିବା ବେଳେ ଜଣଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଧରିବା ପାଇଁ ତନାଘନା ଜାରି ରହିଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଅତିରିକ୍ତ ଏସପି ସୂର୍ଯ୍ୟନାରାୟଣ ପ୍ରଧାନ।