ଗୋଟିଏ ବି ଫିଲ୍ମ ହୋଇନାହିଁ ହିଟ୍‌, କିନ୍ତୁ କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ

ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଉର୍ବଶୀ ରଉତେଲା ଅନ୍ୟତମ। ଯଦିଓ ତାଙ୍କ ଅଭିନୟ କ୍ୟାରିଅର୍‌ ବହୁତ ଉଚ୍ଚତାକୁ ଛୁଇଁ ନାହିଁ, ଏହାସତ୍ତ୍ୱେ ସେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଉର୍ବଶୀ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ହିଟ ଫିଲ୍ମ ଦେଇନାହାଁନ୍ତି କିନ୍ତୁ ସେ କୋଟି କୋଟି ରୋଜଗାର କରନ୍ତି। ଏବେ ସେ ସାଉଥ୍‌ ସୁପରଷ୍ଟାରଙ୍କ ସହିତ ବଡ ପରଦାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ଉର୍ବଶୀ ଅଭିନୟ ପାଇଁ ପ୍ରତି ମିନିଟରେ ୧ କୋଟି ଟଙ୍କା ନିଅନ୍ତି। ଇନଷ୍ଟାଗ୍ରାମରେ ଉର୍ବଶୀଙ୍କର […] The post ଗୋଟିଏ ବି ଫିଲ୍ମ ହୋଇନାହିଁ ହିଟ୍‌, କିନ୍ତୁ କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ appeared first on Dharitri Odia News.

ଗୋଟିଏ ବି ଫିଲ୍ମ ହୋଇନାହିଁ ହିଟ୍‌, କିନ୍ତୁ କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ

ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଉର୍ବଶୀ ରଉତେଲା ଅନ୍ୟତମ। ଯଦିଓ ତାଙ୍କ ଅଭିନୟ କ୍ୟାରିଅର୍‌ ବହୁତ ଉଚ୍ଚତାକୁ ଛୁଇଁ ନାହିଁ, ଏହାସତ୍ତ୍ୱେ ସେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଉର୍ବଶୀ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ହିଟ ଫିଲ୍ମ ଦେଇନାହାଁନ୍ତି କିନ୍ତୁ ସେ କୋଟି କୋଟି ରୋଜଗାର କରନ୍ତି। ଏବେ ସେ ସାଉଥ୍‌ ସୁପରଷ୍ଟାରଙ୍କ ସହିତ ବଡ ପରଦାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ।
ଉର୍ବଶୀ ଅଭିନୟ ପାଇଁ ପ୍ରତି ମିନିଟରେ ୧ କୋଟି ଟଙ୍କା ନିଅନ୍ତି। ଇନଷ୍ଟାଗ୍ରାମରେ ଉର୍ବଶୀଙ୍କର ୭୨ ମିଲିୟନରୁ ଅଧିକ (୭.୨୦ କୋଟି) ଫଲୋଅର୍ସ ଅଛନ୍ତି ଏବଂ ତାଙ୍କର ସମ୍ପତ୍ତି ମୂଲ୍ୟ ୫୫୦ କୋଟିରୁ ଅଧିକ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ, ଉର୍ବଶୀ ମଧ୍ୟ ଫୋର୍ବସ ଟପ ୧୦ରେ ସାମିଲ ହୋଇଥିବା ସର୍ବକନିଷ୍ଠ ଭାରତୀୟ।
ଉର୍ବଶୀ ରାଉତେଲା ନନ୍ଦାମୁରୀ ବାଲକ୍ରିଷ୍ଣାଙ୍କ ସହ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘NBK 109’ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆକ୍ସନ ଏବଂ ଷ୍ଟଣ୍ଟ ପାଇଁ ଉର୍ବଶୀ ସ୍ବତନ୍ତ୍ର ତାଲିମ ନେଉଛନ୍ତି।

The post ଗୋଟିଏ ବି ଫିଲ୍ମ ହୋଇନାହିଁ ହିଟ୍‌, କିନ୍ତୁ କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ appeared first on Dharitri Odia News.