ଜିମ୍ନାଷ୍ଟିକ୍କୁ ବାଏ ବାଏ କହିଲେ ଦୀପା କର୍ମକାର
ନୂଆଦିଲ୍ଲୀ,୭ା୧୦(ପି.ଟି.): ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାର ସୋମବାର ଅବସର ଘୋଷଣ କରିଛନ୍ତି। ପ୍ରଥମ ଭାରତୀୟ ଭାବରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ବେଳେ ରିଓ ୨୦୧୬ରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ସେ ବଞ୍ଚିତ ହୋଇଥିଲେ। ମାତ୍ର ୦.୧୫ ପଏଣ୍ଟ ପଛରେ ରହି ସେ ଚତୁର୍ଥ ସ୍ଥାନରେ ରହିଥିଲେ। ରିଓରେ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ କୋଟି କୋଟି ଭାରତୀୟଙ୍କୁ ଜିମ୍ନାଷ୍ଟିକ୍ସରେ କ୍ୟାରିୟର କରିବା ପାଇଁ ଦୀପା ଅନୁପ୍ରାଣିତ କରିଥିଲେ। ୫ ବର୍ଷ ବୟସରେ ଫ୍ଲାଟ୍ ଫୁଟ୍ କାରଣରୁ […] The post ଜିମ୍ନାଷ୍ଟିକ୍କୁ ବାଏ ବାଏ କହିଲେ ଦୀପା କର୍ମକାର appeared first on Dharitri Odia News.
ନୂଆଦିଲ୍ଲୀ,୭ା୧୦(ପି.ଟି.): ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାର ସୋମବାର ଅବସର ଘୋଷଣ କରିଛନ୍ତି। ପ୍ରଥମ ଭାରତୀୟ ଭାବରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ବେଳେ ରିଓ ୨୦୧୬ରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ସେ ବଞ୍ଚିତ ହୋଇଥିଲେ। ମାତ୍ର ୦.୧୫ ପଏଣ୍ଟ ପଛରେ ରହି ସେ ଚତୁର୍ଥ ସ୍ଥାନରେ ରହିଥିଲେ। ରିଓରେ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ କୋଟି କୋଟି ଭାରତୀୟଙ୍କୁ ଜିମ୍ନାଷ୍ଟିକ୍ସରେ କ୍ୟାରିୟର କରିବା ପାଇଁ ଦୀପା ଅନୁପ୍ରାଣିତ କରିଥିଲେ। ୫ ବର୍ଷ ବୟସରେ ଫ୍ଲାଟ୍ ଫୁଟ୍ କାରଣରୁ ଜିମ୍ନାଷ୍ଟିକ୍ କରି ପାରିବେ ନାହିଁ ବୋଲି ସମସ୍ତେ କହିଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଥିଲେ ଦୀପା। ନିଜ ଅଧ୍ୟବସାୟ ଓ ଦୃଢ ଇଚ୍ଛାଶକ୍ତି ବଳରେ ଭାରତ ପାଇଁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ। ଦୀର୍ଘ ଦିନ ଧରି ଚିନ୍ତା କରିବା ପରେ ଅବସର ପାଇଁ ନିଷ୍ପତ୍ତି ନେଇଛି ବୋଲି ମଧ୍ୟ କହିଛନ୍ତି ଦୀପା। ଶରୀର ସମୟ ସହ ଦୁର୍ବଳ ହୋଇଥିଲେ ମଧ୍ୟ ମନ ଅବସର ନିଷ୍ପତ୍ତିକୁ ବିରୋଧ କରୁଥିଲା। ତେବେ କଷ୍ଟ ହୋଇଥିଲେ ମଧ୍ୟ ଉପଯୁକ୍ତ ସମୟରେ ସେ ଅବସର ନେଇଥିବା କହିଛନ୍ତି ଦୀପା। ଅନେକ ସ୍ମରଣୀୟ ମୂହୂର୍ତ୍ତ ସହ କିଛି ବିଫଳତାର ମୂହୂର୍ତ୍ତ ମଧ୍ୟ ସାମ୍ନାକୁ ଆସିଛି। ତେବେ ସବୁ ସମୟ ପାଇଁ ମୁଁ ଜିମ୍ନାଷ୍ଟିକ୍ ନିକଟରେ କୃତଜ୍ଞ ରହିବି। ଜିମ୍ନାଷ୍ଟିକ୍ ମୋ ପାଇଁ ଅସମ୍ଭବ ବୋଲି ଡାକ୍ତର ମାନେ କହିଥିଲେ ମଧ୍ୟ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବାରୁ ମୁଁ ଗର୍ବିତ। ରିଓ ଅଲିମ୍ପିକ୍ସରେ କଷ୍ଟସାଧ୍ୟ ପ୍ରୋଡୁନୋଭା ଭଲ୍ଟ ପ୍ରଦର୍ଶନ କରିବା ସହ ୧୫.୦୬୬ ପଏଣ୍ଟ ସ୍କୋର କରି ବ୍ରୋଞ୍ଜ ବିଜେତାଙ୍କ ଠାରୁ ମାତ୍ର ୦.୧୫ ପଏଣ୍ଟ ପଛରେ ରହିଥିଲେ ଦୀପା। ୨୦୧୬ରେ ଦୀପାଙ୍କୁ ଖେଳରତ୍ନ ଓ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୨୧ରେ ଡୋପିଂ ଅଭିଯୋଗରେ ନାଡା ପକ୍ଷରୁ ଦୀପାଙ୍କୁ ୨୧ ମାସ ବାସନ୍ଦ ମଧ୍ୟ କରାଯାଇଥିଲା। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ସେ ୨୦୨୪ ତାସକେଣ୍ଟ ଏସିଆନ୍ ଚାମ୍ପିୟନଶିପ୍ରେ ଭଲ୍ଟ ଇଭେଣ୍ଟରେ ୧୩.୫୬୬ର ସ୍କୋର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କୋଚ୍ ବିଶ୍ୱେଶ୍ୱର ନନ୍ଦୀ, ସାଇ, କ୍ରୀଡା ବିଭାଗ ଓ ତ୍ରିପୁରା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୀପା। ଏହା ସହ ଆଗାମୀ ଦିନରେ ଯୁବ ଜିମ୍ନାଷ୍ଟଙ୍କ ପାଇଁ କିଛି କରିବା ପାଇଁ ସେ ପ୍ରତିଶ୍ରୁତବଦ୍ଧ ବୋଲି ମଧ୍ୟ କହିଛନ୍ତି।
ମୁଦ୍ରା ବିନିମୟ ଉପରେ ଏକ ଚୁକ୍ତିନାମା ସମେତ ଦୁଇ ଦେଶର ନେତାଙ୍କ ମଧ୍ୟରେ ପାଞ୍ଚଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ନ୍ୟାୟିକ ଅଧିକାରୀଙ୍କ ତାଲିମ, ଦୁର୍ନୀତି ରୋକିବା, ଆଇନ ପ୍ରଣୟନ ତାଲିମ, କ୍ରୀଡା ଏବଂ ଯୁବ ବ୍ୟାପାର ଉପରେ ଅନ୍ୟାନ୍ୟ ଚୁକ୍ତିନାମା ରହିଛି।
The post ଜିମ୍ନାଷ୍ଟିକ୍କୁ ବାଏ ବାଏ କହିଲେ ଦୀପା କର୍ମକାର appeared first on Dharitri Odia News.