ଥରୁଛି ଦାରିଙ୍ଗବାଡି: ୧୦.୦୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା

ଦାରିଙ୍ଗବାଡି, ୧୪।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ଶୀତ ଲହରୀ ଲାଗି ରହିଛି। ଶନିବାର ତାପମାତ୍ରା ଆହୁରି ଖସିବା ସହ ୧୦.୦୫ ଡିଗ୍ରୀରେ ପହଞ୍ଚିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଠାରୁ ଆହୁରି କମ ତାପମାତ୍ରା ରହିଥିବା କୁହାଯାଇଛି। ଶନିବାର ସକାଳୁଆ ଶୀତ ରହିଥିବା ବେଳେ ଏହାକୁ ଖାତିର ନକରି ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପହଞ୍ଚି ଖେଳକୁଦ କରି ନିଜକୁ ଶୀତରୁ ରକ୍ଷା ପାଇବା ସହ ପାଠପଢା ମଧ୍ୟ ନିୟମିତ କରିଛନ୍ତି। […] The post ଥରୁଛି ଦାରିଙ୍ଗବାଡି: ୧୦.୦୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା appeared first on Dharitri Odia News.

ଥରୁଛି ଦାରିଙ୍ଗବାଡି: ୧୦.୦୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା

ଦାରିଙ୍ଗବାଡି, ୧୪।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ଶୀତ ଲହରୀ ଲାଗି ରହିଛି। ଶନିବାର ତାପମାତ୍ରା ଆହୁରି ଖସିବା ସହ ୧୦.୦୫ ଡିଗ୍ରୀରେ ପହଞ୍ଚିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଠାରୁ ଆହୁରି କମ ତାପମାତ୍ରା ରହିଥିବା କୁହାଯାଇଛି। ଶନିବାର ସକାଳୁଆ ଶୀତ ରହିଥିବା ବେଳେ ଏହାକୁ ଖାତିର ନକରି ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପହଞ୍ଚି ଖେଳକୁଦ କରି ନିଜକୁ ଶୀତରୁ ରକ୍ଷା ପାଇବା ସହ ପାଠପଢା ମଧ୍ୟ ନିୟମିତ କରିଛନ୍ତି। ଦାରିଙ୍ଗବାଡିଠାରୁ ତଳିଆ ଅଞ୍ଚଳରେ ରହିଥିବା ଶ୍ରାନିକେତା ପଞ୍ଚାୟତର ଦଣ୍ଡିମା, ସୁଲୁମାହା, ଡାବୁଲମାହା, ସିମନବାଡି, କିରିକୁଟି, ତିଲୋରୀ, ପାଟାଙ୍ଗି, ବାଡାବାଙ୍ଗା, ଗଦଡ଼ି ଆଦି ଅଞ୍ଚଳରେ ଶୀତର ପ୍ରକୋପ ଅଧିକା ରହିଥିବା ବେଳେ ଏହି ସବୁ ଅଞ୍ଚଳରେ ଘନ କୁହୁଡି ଯୋଗୁ ଗାଡିମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

The post ଥରୁଛି ଦାରିଙ୍ଗବାଡି: ୧୦.୦୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା appeared first on Dharitri Odia News.