ଦୁଇ ପୁରାତନ କଲେଜର ବିକାଶ ପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା, ସମୀକ୍ଷା ପରେ ବିଧାୟକ କହିଲେ…

ଭଞ୍ଜନଗର,୫ା୭(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଦୁଇ ପୁରାତନ ମହାବିଦ୍ୟାଳୟ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବେବି କିଛି କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଅଛି। ତେଣୁ ତାହାର ବିକାଶ ହୋଇପାରିବ ସେଥିପାଇଁ ପ୍ରସ୍ତୁତି ଚାଲିଛି। ଦୁଇ ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟ ଲକ୍ଷ୍ୟ ରଖାଯାଇଛି। ତେଣୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁକ୍ରବାର ଅପରାହ୍ନରେ ହଠାତ୍‌ କେଏସ୍‌ୟୁବି […] The post ଦୁଇ ପୁରାତନ କଲେଜର ବିକାଶ ପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା, ସମୀକ୍ଷା ପରେ ବିଧାୟକ କହିଲେ… appeared first on Dharitri Odia News.

ଦୁଇ ପୁରାତନ କଲେଜର ବିକାଶ ପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା, ସମୀକ୍ଷା ପରେ ବିଧାୟକ କହିଲେ…

ଭଞ୍ଜନଗର,୫ା୭(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଦୁଇ ପୁରାତନ ମହାବିଦ୍ୟାଳୟ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବେବି କିଛି କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଅଛି। ତେଣୁ ତାହାର ବିକାଶ ହୋଇପାରିବ ସେଥିପାଇଁ ପ୍ରସ୍ତୁତି ଚାଲିଛି। ଦୁଇ ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟ ଲକ୍ଷ୍ୟ ରଖାଯାଇଛି। ତେଣୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁକ୍ରବାର ଅପରାହ୍ନରେ ହଠାତ୍‌ କେଏସ୍‌ୟୁବି କଲେଜ ପରିଦର୍ଶନରେ ଆସି କେଉଁଠି କ’ଣ ହେବ ତାହାର ସମୀକ୍ଷା କରିଥିଲେ। ଏଥିସହ ଆଉ କିଛି ନୂତନ ପ୍ରକଳ୍ପ କିଭଳି ହେବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଉଚ୍ଚ ଶିକ୍ଷାମନ୍ତ୍ରୀ କଲେଜ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ବର୍ତ୍ତମାନ କଲେଜରେ ୧୪ କୋଟି ଟଙ୍କା ବ୍ୟୟରେ ନୂଆ ଷ୍ଟାଡିୟମ ହେବ। ୨୫ କୋଟି ଟଙ୍କା ବ୍ୟୟରେ ସମ୍ମିଳନୀ କକ୍ଷ ହେବ। କଲେଜ ଚତୁଃପାର୍ଶ୍ୱରେ ବାଉଣ୍ଡରୀ ହେବ। ଷ୍ଟାଫ୍‌ଙ୍କ ପାଇଁ ୨୫ଟି କ୍ୱାର୍ଟର, ନୂତନ ଶ୍ରେଣୀକକ୍ଷ, ୫୦୦ ଛାତ୍ରୀଛାତ୍ର ରହିଲା ଭଳି ଦୁଇଟି ହଷ୍ଟେଲ ନିର୍ମାଣ ହେବ ବୋଲି ବିଧାୟକ ନାୟକ କହିଥିଲେ। ଏଥିସହ କେନ୍ଦ୍ରୀୟ ବିଦ୍ୟାଳୟରେ ଆସନ୍ତା ଶିକ୍ଷା ବର୍ଷରୁ ଯୁକ୍ତ ୨ ଖୋଲିବ। ଏନେଇ ମୁଁ କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଛି। ତେଣୁ କଲେଜ ପକ୍ଷରୁ ଆଉ କିଛି ରୁମ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଧାୟକ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବିଧାୟକଙ୍କ ଗସ୍ତ ସମୟରେ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ହର ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ସ୍ଥାନୀୟ ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଧାୟକ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ବିଧାୟକ ସହରର କିଛି ପୁରାତନ ସମସ୍ୟା କିଭଳି ସମାଧାନ ହେବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। କିଛିବର୍ଷ ପୂର୍ବେ ଲୋହରଖଣ୍ଡି ସେତୁ ଆଧୁନିକୀକରଣ ସମୟରେ ଡିଜାଇନରେ କିଛିଟା ତ୍ରୁଟି ରହିଥିଲା। ତେଣୁ ସହରର ମଇଳା ପାଣି ସେତୁ ନିକଟରେ ଅଟକି ରହିଯାଉଛି। ଏହାଦ୍ବାରା ପରିବେଶ ପ୍ରଦୂଷିତ ହେଉଛି। ତାହାର ସ୍ଥାୟୀ ସମାଧାନ କିଭଳି ହେବ ସେଥିପାଇଁ ପଦକ୍ଷେପ ନେବାକୁ ବିଧାୟକ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଜମି ବିଭିନ୍ନ ସ୍ଥାନରେ ଜବରଦଖଲ ହେଉଛି। ଏହାଦ୍ବାରା ସରକାରୀ ଯୋଜନା କାର୍ଯ୍ୟକାରି କରିବା ସମୟରେ ଜମି ଅଭାବ ସମସ୍ୟା ରହୁଛି। ତେଣୁ ସରକାରୀ ଜମି କିଭଳି ସୁରକ୍ଷିତ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ ସମ୍ମୁଖରେ କେନାଲ ପାଣି ଠିକ ଭାବେ ନିଷ୍କାସିତ ହେଉନାହିଁ। ଫଳରେ ପାଣି ବିଭିନ୍ନ ସମୟରେ ରାସ୍ତା ଉପରକୁ ଚାଲି ଆସୁଛି। କେନାଲରେ ପାଣି କିଭଳି ଠିକ ଭାବେ ନିଷ୍କାସିତ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ।

ସମୀକ୍ଷା ବୈଠକରେ ବିଧାୟକ ନାୟକଙ୍କ ସମେତ ଉପଜିଲାପାଳ ଉମା ଶଙ୍କର ବେହେରା, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଅତିରିକ୍ତ ତହସିଲଦାର ଅବିନାଶ ମହାର, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସତ୍ୟରଞ୍ଜନ ପରିଡ଼ା, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ, କେଏସ୍‌ୟୁବି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ସୁଶାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

The post ଦୁଇ ପୁରାତନ କଲେଜର ବିକାଶ ପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା, ସମୀକ୍ଷା ପରେ ବିଧାୟକ କହିଲେ… appeared first on Dharitri Odia News.