୧୨ କୋଟି କୃଷକଙ୍କ ପାଇଁ ଖୁସି ଖବର, ସରକାର ଗଠନ ପରେ ମିଳିବ ଟଙ୍କା !
ନୂଆଦିଲ୍ଲୀ,୨।୬: ଦେଶରେ ସରକାର ଗଠନ ହେବା ପରେ କୃଷକଙ୍କୁ ମିଳିପାରେ ଖୁସିଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପିଏମ୍ କିଷାନ) ଯୋଜନାରେ ପଞ୍ଜୀକୃତ ୧୨ କୋଟି କୃଷକଙ୍କ ଆକାଉଣ୍ଟକୁ ଆସିପାରେ ଟଙ୍କା। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ନୂଆ ସରକାର ଗଠନ ହେବ। ସରକାର ଗଠନ ହେବା ପରେ କୃଷକମାନଙ୍କୁ ମିଳିବାକୁ ଥିବା ୧୭ତମ କିସ୍ତି ଟଙ୍କା ଜାରି କରାଯାଇପାରେ। ପିଏମ୍ କିଷାନର ୧୬ତମ କିସ୍ତି ଫେବୃଆରୀରେ ଜାରି କରାଯାଇଥିଲା। କହି ରଖୁଛୁ ଯେ ଏନେଇ କୌଣସି ଘୋଷଣା […] The post ୧୨ କୋଟି କୃଷକଙ୍କ ପାଇଁ ଖୁସି ଖବର, ସରକାର ଗଠନ ପରେ ମିଳିବ ଟଙ୍କା ! appeared first on Dharitri Odia News.
ନୂଆଦିଲ୍ଲୀ,୨।୬: ଦେଶରେ ସରକାର ଗଠନ ହେବା ପରେ କୃଷକଙ୍କୁ ମିଳିପାରେ ଖୁସିଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପିଏମ୍ କିଷାନ) ଯୋଜନାରେ ପଞ୍ଜୀକୃତ ୧୨ କୋଟି କୃଷକଙ୍କ ଆକାଉଣ୍ଟକୁ ଆସିପାରେ ଟଙ୍କା। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ନୂଆ ସରକାର ଗଠନ ହେବ। ସରକାର ଗଠନ ହେବା ପରେ କୃଷକମାନଙ୍କୁ ମିଳିବାକୁ ଥିବା ୧୭ତମ କିସ୍ତି ଟଙ୍କା ଜାରି କରାଯାଇପାରେ। ପିଏମ୍ କିଷାନର ୧୬ତମ କିସ୍ତି ଫେବୃଆରୀରେ ଜାରି କରାଯାଇଥିଲା। କହି ରଖୁଛୁ ଯେ ଏନେଇ କୌଣସି ଘୋଷଣା ସରକାରଙ୍କ ପକ୍ଷରୁ କରାଯାଇ ନାହିଁ।
କଣ ଏହି ଯୋଜନା ?
ପିଏମ୍ କିଷାନ ଯୋଜନାରେ ପଞ୍ଜୀକୃତ ପ୍ରତି କୃଷକ ପରିବାରକୁ ବର୍ଷକୁ ୬ ହାଜର ଟଙ୍କା ମିଳୁଛି। ତିନୋଟି କିସ୍ତିରେ ୨ ହଜାର ଲେଖାଏଁ ଚାଷୀଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା ହୋଇଥାଏ। ସାରା ଦେଶରେ ଲାଗୁ ହୋଇଥିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କୃଷକମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା। ଯାହାଫଳରେ ସେମାନେ କୃଷି ଜନିତ ଖର୍ଚ୍ଚ କରିପାରିବେ। ଯେଉଁ କୃଷକମାନଙ୍କ ନାମରେ ଜମି ରହିଛି ସେମନେ ଏହି ଯୋଜନାର ଲାଭ ଉଠାଇପାରିବେ।
The post ୧୨ କୋଟି କୃଷକଙ୍କ ପାଇଁ ଖୁସି ଖବର, ସରକାର ଗଠନ ପରେ ମିଳିବ ଟଙ୍କା ! appeared first on Dharitri Odia News.