ନମୂନା ପରୀକ୍ଷାରେ ୮୪ ଔଷଧ ଫେଲ୍; ଆସିଡିଟି, ଡାଇବେଟିକ୍, ଥାଇରଏଡ୍ ଭଳି ମେଡିସିନ୍ ସାମିଲ
ନୂଆଦିଲ୍ଲୀ: ଗୁଣାବତ୍ତା ପରୀକ୍ଷାରେ ୮୪ ମେଡିସିନ୍ ଫେଲ୍ । ଆସିଡିଟି, ଡାଇବେଟିକ୍, ଥାଇରଏଡ୍ ସହ ହାଇ-କୋଲେଷ୍ଟ୍ରଲ୍ ଭଳି ଔଷଧ ଏହି ତାଲକାରେ ସାମିଲ ରହିଛି । ତେବେ ନିମ୍ନମାନର ଟେଷ୍ଟିଂ ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାର ଆଲର୍ଟ ଜାରି କରିଛନ୍ତି । ଡାକ୍ତରଙ୍କ ବିନା ପରମର୍ଶରେ ଏହି ସବୁ ମେଡିସିନ ନଖାଇବାକୁ କୁହାଯାଇଛି । ସିଡିଏସସିଓ ପକ୍ଷରୁ ଔଷଧ ଗୁଡ଼ିକର ଗୁଣବତ୍ତା ପରୀକ୍ଷା କରାଯାଇଥିଲା । ଏଥିରେ ୮୪ଟି ମେଡିସିନ୍ ନିମ୍ନମାନର ବୋଲି ଜଣାରଡ଼ିଛି ।ଡିସେମ୍ବର ୨୦୨୪ରେ ଆସିଥିବା ନୂଆ ରିପୋର୍ଟ ଅନୁଯାୟୀ, ବିଭିନ୍ନ ଫାର୍ମା କମ୍ପାନି ପକ୍ଷରୁ ନିର୍ମିତ ହୋଇଥିବା ୮୪ ଔଷଧ ମାନକ ପରୀକ୍ଷଣରେ ଅସଫଳ ହୋଇଛି । ଏଥିରେ ଆସିଡିଟି, ଡାଇବେଟିକ୍, ଥାଇରଏଡ୍ ସହ ହାଇ-କୋଲେଷ୍ଟ୍ରଲ୍ ଏବଂ ଜୀବାଣୁ ସଂକ୍ରମଣ ଭଳି ସାମାନ୍ୟ ସ୍ଥିତି ପାଇଁ ନିର୍ଦ୍ଧାରିତ ଥିବା ମେଡିସିନ ସାମିଲ୍ ରହିଛି । ଏନଏସକ୍ୟୁ ଭାବେ ଔଷଧର ନମୂନା ପରୀକ୍ଷା ପାଇଁ ଗୋଟିଏ କିମ୍ବା ଦ୍ବିତୀୟ ନିର୍ଦ୍ଧିଷ୍ଟ ଗୁଣବତା ମାପଦଣ୍ଡ ବିଫଳତା ଆଧାରରେ ଏହି ତଥ୍ୟ ପ୍ରକାଶ କରାଯାଇଥାଏ । କିଛି ଦିନ ପୂର୍ବରୁ ସିଡିଏସସିଓ ଟେଷ୍ଟିଂ ପାଇଁ ନୂଆ ନିର୍ଦ୍ଦେଶମାନା ଜାରି କରିଥିଲା । ଏଥିରେ କୁହାଯାଇଥିଲା, ସମସ୍ତ ଡ୍ରଗ୍ସ ଇନସ୍ପେକ୍ଟର ମାସକୁ ସର୍ବନିମ୍ନ ୧୦ଟି ଔଷଧର ନମୂନା ଏକତ୍ର କରିବେ । ଏହାଛଡ଼ା ଯେଉଁ ଦିନ ନମୂନା ସଂଗ୍ରହ ହେବ ସମାନ ଦିନରେ ସାମ୍ପୂଲ ଲାବରେ ପହଞ୍ଚିବ ବୋଲି
ନୂଆଦିଲ୍ଲୀ: ଗୁଣାବତ୍ତା ପରୀକ୍ଷାରେ ୮୪ ମେଡିସିନ୍ ଫେଲ୍ । ଆସିଡିଟି, ଡାଇବେଟିକ୍, ଥାଇରଏଡ୍ ସହ ହାଇ-କୋଲେଷ୍ଟ୍ରଲ୍ ଭଳି ଔଷଧ ଏହି ତାଲକାରେ ସାମିଲ ରହିଛି । ତେବେ ନିମ୍ନମାନର ଟେଷ୍ଟିଂ ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାର ଆଲର୍ଟ ଜାରି କରିଛନ୍ତି । ଡାକ୍ତରଙ୍କ ବିନା ପରମର୍ଶରେ ଏହି ସବୁ ମେଡିସିନ ନଖାଇବାକୁ କୁହାଯାଇଛି । ସିଡିଏସସିଓ ପକ୍ଷରୁ ଔଷଧ ଗୁଡ଼ିକର ଗୁଣବତ୍ତା ପରୀକ୍ଷା କରାଯାଇଥିଲା । ଏଥିରେ ୮୪ଟି ମେଡିସିନ୍ ନିମ୍ନମାନର ବୋଲି ଜଣାରଡ଼ିଛି ।
ଡିସେମ୍ବର ୨୦୨୪ରେ ଆସିଥିବା ନୂଆ ରିପୋର୍ଟ ଅନୁଯାୟୀ, ବିଭିନ୍ନ ଫାର୍ମା କମ୍ପାନି ପକ୍ଷରୁ ନିର୍ମିତ ହୋଇଥିବା ୮୪ ଔଷଧ ମାନକ ପରୀକ୍ଷଣରେ ଅସଫଳ ହୋଇଛି । ଏଥିରେ ଆସିଡିଟି, ଡାଇବେଟିକ୍, ଥାଇରଏଡ୍ ସହ ହାଇ-କୋଲେଷ୍ଟ୍ରଲ୍ ଏବଂ ଜୀବାଣୁ ସଂକ୍ରମଣ ଭଳି ସାମାନ୍ୟ ସ୍ଥିତି ପାଇଁ ନିର୍ଦ୍ଧାରିତ ଥିବା ମେଡିସିନ ସାମିଲ୍ ରହିଛି ।
ଏନଏସକ୍ୟୁ ଭାବେ ଔଷଧର ନମୂନା ପରୀକ୍ଷା ପାଇଁ ଗୋଟିଏ କିମ୍ବା ଦ୍ବିତୀୟ ନିର୍ଦ୍ଧିଷ୍ଟ ଗୁଣବତା ମାପଦଣ୍ଡ ବିଫଳତା ଆଧାରରେ ଏହି ତଥ୍ୟ ପ୍ରକାଶ କରାଯାଇଥାଏ । କିଛି ଦିନ ପୂର୍ବରୁ ସିଡିଏସସିଓ ଟେଷ୍ଟିଂ ପାଇଁ ନୂଆ ନିର୍ଦ୍ଦେଶମାନା ଜାରି କରିଥିଲା । ଏଥିରେ କୁହାଯାଇଥିଲା, ସମସ୍ତ ଡ୍ରଗ୍ସ ଇନସ୍ପେକ୍ଟର ମାସକୁ ସର୍ବନିମ୍ନ ୧୦ଟି ଔଷଧର ନମୂନା ଏକତ୍ର କରିବେ । ଏହାଛଡ଼ା ଯେଉଁ ଦିନ ନମୂନା ସଂଗ୍ରହ ହେବ ସମାନ ଦିନରେ ସାମ୍ପୂଲ ଲାବରେ ପହଞ୍ଚିବ ବୋଲି କୁହାଯାଇଛି ।