ନୀତିନ ଗଡକରୀଙ୍କ ବଡ ବୟାନ, ବିରୋଧୀ ମତେ ଯାଚିଥିଲେ ପ୍ରଧାନମନ୍ତ୍ରୀ ପଦ
କେନ୍ଦ୍ର ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଆଜି ଚାଞ୍ଚଲକର ବୟାନ ଦେଇଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଦିଆଯାଇଥିଲା କିନ୍ତୁ ସେ ପ୍ରତ୍ୟାଖାନ କରିଥିଲେ । ଏହି ଅଫର ତାଙ୍କୁ ବିପକ୍ଷଦଳର ଏକ ବଡ ନେତା ଏହି ପ୍ରସ୍ତାବ ଦେଇଥିଲେ । କିନ୍ତୁ ମୋର କୌଣସି ଲୋଭ ନାହିଁ ବୋଲି କହି ମୁଁ ତାଙ୍କୁ ମନା କରିଦେଇଥିଲି । ନାଗପୁରର ଏକ ସାମ୍ବାଦିକ ପୁରସ୍କାର ଉତ୍ସବରେ କହିଥିଲେ କି ମୁଁ କାହାର […] The post ନୀତିନ ଗଡକରୀଙ୍କ ବଡ ବୟାନ, ବିରୋଧୀ ମତେ ଯାଚିଥିଲେ ପ୍ରଧାନମନ୍ତ୍ରୀ ପଦ appeared first on KNews Odisha.

କେନ୍ଦ୍ର ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଆଜି ଚାଞ୍ଚଲକର ବୟାନ ଦେଇଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଦିଆଯାଇଥିଲା କିନ୍ତୁ ସେ ପ୍ରତ୍ୟାଖାନ କରିଥିଲେ । ଏହି ଅଫର ତାଙ୍କୁ ବିପକ୍ଷଦଳର ଏକ ବଡ ନେତା ଏହି ପ୍ରସ୍ତାବ ଦେଇଥିଲେ । କିନ୍ତୁ ମୋର କୌଣସି ଲୋଭ ନାହିଁ ବୋଲି କହି ମୁଁ ତାଙ୍କୁ ମନା କରିଦେଇଥିଲି । ନାଗପୁରର ଏକ ସାମ୍ବାଦିକ ପୁରସ୍କାର ଉତ୍ସବରେ କହିଥିଲେ କି ମୁଁ କାହାର ନାମ ନେବାକୁ ଚାହୁଁନାହିଁ କିନ୍ତୁ ଯେଉଁ ନେତା ମତେ ଏହି ଅଫର ଦେବାକୁ ଚାହୁଁଥିଲେ ସେ କହିଥିଲେ ଯଦି ମୁଁ ପ୍ରଧାନମନ୍ତ୍ରୀ ହୋଇଥାନ୍ତି ତାହେଲେ ସେ ମତେ ସମର୍ଥନ କରିଥାନ୍ତେ ।
ତେବେ ମୁଁ ତାଙ୍କୁ ପଚାରିଥିଲି ଆପଣ କାହିଁକି ମତେ ସମର୍ଥନ କରିବା ପାଇଁ ଚାହୁଛନ୍ତି ଏମିତିରେ ମୋର ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ୟ ନାହିଁ ବୋଲି ମନା କରିଥିଲି । ମୁଁ ଗୋଟିଏ ବିଚାରଧାରା ଓ ବିଶ୍ବାସକୁ ପାଳନ କରୁଥିବା ମଣିଷଟିଏ । ମୁଁ ଯେଉଁ ପାଟିରେ ଏଛି ସେ ମତେ ସବୁକିଛି ଦେଇଛି । ଯେଉଁ ବିଷୟରେ ମୁଁ କେବେ ସ୍ବପ୍ନରେ କଳ୍ପନା ମଧ୍ୟ କରିନାହିଁ ।କୌଣସି ପ୍ରସ୍ତାବ ମତେ ପ୍ରଲୋଭନ କରି ପାରିବ ନାହିଁ । ଯିଏ ସଚୋଟ୍ଟ ଭାବରେ ବିରୋଧ କରିଥାଏ ତାଙ୍କୁ ସମ୍ମାନ ଦିଆଯିବା ଆବଶକ । ଯେତେବେଳେ ନ୍ୟାୟପାଳିକା, କାର୍ଯ୍ୟପାଳିକା, ବିଧାୟିକ ଗଣ ମାଧ୍ୟମ ନୌତିକତା ପାଳନ କରିବେ ତାହେଲେ ଲୋକତନ୍ତ୍ର ସଫଳ ହୋଇପାରିବ ବୋଲି କହିଥିଲେ ।
୨୦୧୯ ଲୋକସଭା ନିର୍ବାଚନରେ ତାଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ଆସିଥିଲା । କିନ୍ତୁ କେନ୍ଦ୍ରୀୟ ମନ୍ତ୍ରୀ ତାଙ୍କ ନାମ ଖାରଜ କରିଥିଲେ । ମୋର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଛା ନଥିବା ସିଧା ସଳଖ ମନା କରିଦେଇଥିଲେ ନୀତିନ । ତେବେ ଗଡକରୀ ନାଗପୁର ଲୋକସଭା ର ତିନିଥର ସାଂସଦ । ଦଳ ଓ ସଂଘରେ ତାଙ୍କର ଏକ ଅଲଗା ପରିଚୟ ଅଛି ।
The post ନୀତିନ ଗଡକରୀଙ୍କ ବଡ ବୟାନ, ବିରୋଧୀ ମତେ ଯାଚିଥିଲେ ପ୍ରଧାନମନ୍ତ୍ରୀ ପଦ appeared first on KNews Odisha.