ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହୁଛି। ଗୋଟିଏ ପଟେ ରୌଦ୍ର ତାପରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅନ୍ୟପଟେ ବଣ, ଜଙ୍ଗଲରେ ନିଆଁ ଲାଗି ଗରମ ଓ ଗୁଳୁଗୁଳି ଦ୍ବିଗୁଣିତ ହେଉଛି। ତେବେ ଜନସଚେତନ ଓ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପୂର୍ବାପେକ୍ଷା ଏବେ ପୋଡୁ ଚାଷ ପାଇଁ କିଛି […] The post ପକାରି ବନାଞ୍ଚଳରେ ନିଆଁ appeared first on Dharitri Odia News.

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହୁଛି। ଗୋଟିଏ ପଟେ ରୌଦ୍ର ତାପରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅନ୍ୟପଟେ ବଣ, ଜଙ୍ଗଲରେ ନିଆଁ ଲାଗି ଗରମ ଓ ଗୁଳୁଗୁଳି ଦ୍ବିଗୁଣିତ ହେଉଛି। ତେବେ ଜନସଚେତନ ଓ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପୂର୍ବାପେକ୍ଷା ଏବେ ପୋଡୁ ଚାଷ ପାଇଁ କିଛି ଅଞ୍ଚଳରେ ନିଆଁ ଲଗାଯାଉଥିବା ଜଣାପଡିଛି। ତେବେ ପାହାଡ଼ରେ ଚଲା ରାସ୍ତା ପାଇଁ ସୁବିଧା ଓ ସଲପ ରସ ପିଇବାକୁ ଯାତାୟତରେ ସୁବିଧା ହେବ ବୋଲି ଦୁର୍ବୁତ୍ତମାନେ ପାହାଡ଼ରେ ନିଆଁ ଲଗାଇଦେଉଥିବା ବେଳେ କିଛି ଶିକାରୀ ଜଙ୍ଗଲର ଜୀବଜନ୍ତୁଙ୍କୁ ଧରିବା ବା ତାଙ୍କ ପ୍ରାଣ ହାନୀ କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ଫାଇଦା ନେଉଥିବା ବନ ବିଭାଗ ଜାଣିସାରିଛି। ସେମାନଙ୍କୁ ଧରିବା ପାଇଁ ବନ ବିଭାଗର ଟିମ ଚେଷ୍ଟା ଚଳାଇଥିବା ବାଲିଗୁଡା ଏସ୍‌ସିଏଫ ତଥା ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତିଶ କୁମାର ଧାରୁଆ କହିଛନ୍ତି। ବାଲିଗୁଡ଼ା ବନ ଉପଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଏବଂ ଏସ୍‌ସି୍‌ଏଫ ସତୀଶ କୁମାର ଧାରୁଆଙ୍କ ସମେତ ବନ କର୍ମଚାରୀଙ୍କ ବୁଡ଼ାଗୁଡା ସେକ୍ସନ ପକାରୀ ବନାଞ୍ଚଳରେ ନିଆଁ ଲିଭାଇବାରେ ଡିଫଓ ସାମିଲ ହୋଇ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ।
ଯେ, ସଂରକ୍ଷିତ ଜଙ୍ଗଲ ସମେତ ରାଜସ୍ବ ଜଙ୍ଗଲ ଓ ପ୍ରସ୍ତାବିତ ସରଂକ୍ଷିତ ଜଙ୍ଗଲରେ ଦୁର୍ବୁତ୍ତମାନେ ନିଆଁ ଲଗାଇଦେଉଥିବାରୁ ଦାରିଙ୍ଗବାଡି ଓ ବ୍ରାହ୍ମଣୀଗାଁ ବନାଞ୍ଚଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ଦାରିଙ୍ଗବାଡି ବନାଞ୍ଚଳରେ ୩୦ ଜଣ ନିଆଁ ଜଗୁଆଳିଙ୍କୁ ୭ଟି ଦଳରେ ବିଭକ୍ତ କରାଯାଇ ବିଭିନ୍ନ ଜଙ୍ଗଲକୁ ସୁରକ୍ଷା ଯୋଗାଇବା କାର୍ଯ୍ୟ କରୁଛନ୍ତି। ସେହିପରି ଦାରିଙ୍ଗବାଡି ବନାଞ୍ଚଳରେ ୨୮ଟି ବନ ସଂରକ୍ଷଣ ସମିତି ସମେତ ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମ ମିଶି ମୋଟ ୧୯୩ ଟି ଗ୍ରାମରେ ସଚେତନତା ବୈଠକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଯାଇଥିବା ବେଳେ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା, ଭାରପ୍ରାପ୍ତ ବନପାଳ ଦୀପକ ପଟ୍ଟନାୟକଙ୍କ ନେତୃତ୍ୱରେ ମୋଟ ୫୭ଟି ବନ ସଂରକ୍ଷଣ ସମିତି ସମେତ ୧୪୩ଟି ବୈଠକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କରାଯାଇଛି। ଏଥିସହ ୧୦ଜଣ ଅଗ୍ନି ନିରାପତ୍ତା ବାହିନୀ,୧୫ଜଣ ପ୍ରୋଟେକ୍ସନ ସ୍କ୍ବାର୍ଡ ଏବଂ ୧୫ଜଣ ନିଆଁ ଜଗୁଆଳି, ୮ ଜଣ ଅଫିସର ଓ ଅନ୍ୟ କର୍ମଚାରୀ ଜଙ୍ଗଲ
ସୁରକ୍ଷାରେ ଦାୟିତ୍ୱରେ ରହିଛନ୍ତି।

The post ପକାରି ବନାଞ୍ଚଳରେ ନିଆଁ appeared first on Dharitri Odia News.