ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ, ୧୬୦ କେଜି ଗଞ୍ଜେଇ ସହ ୭ ଗିରଫ

ବ୍ରହ୍ମପୁର: ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ। ସାତ ଜଣଙ୍କୁ ଗିରଫ କରିବା ସହ  ୧୬୦ କିଲୋ ଗଞ୍ଜେଇ, ୩ଟି କାର, ୧୦ଟି ମୋବାଇଲ ଫୋନ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ। ସାତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ। ଗଜପତିରୁ ମୁମ୍ବାଇ ଚାଲାଣ ବେଳେ ବ୍ରହ୍ମପୁର ନିକଟ ସିଂହଳ ଠାରେ ଚଢ଼ାଉ କରି କାବୁ କରିଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ମୁମ୍ବାଇରୁ ଏକ କାର ଆଣି ଏଠାରେ ଗଞ୍ଜେଇ ନେବାକୁ ଅପେକ୍ଷା କରିଥିଲେ ମୁମ୍ବାଇର କିଛି ବ୍ୟକ୍ତି। ଏହି ସମୟରେ ଗଜପତିରୁ ଗଞ୍ଜେଇ ସହ ଦୁଇଟି କାର ଆସି ପହଞ୍ଚିଥିଲେ। ଗଜପତିରୁ ଆସିଥିବା କାରରୁ ମୁମ୍ବାଇ କାରରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗ କାବୁ କରିଥିବା ଅବକାରୀ ଗୁଇନ୍ଦା ବିଭାଗର ଭାରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ଶ୍ରୁତିକାନ୍ତ ରାଉତ କହିଛନ୍ତି।    

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ, ୧୬୦ କେଜି ଗଞ୍ଜେଇ ସହ ୭ ଗିରଫ

ବ୍ରହ୍ମପୁର: ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ। ସାତ ଜଣଙ୍କୁ ଗିରଫ କରିବା ସହ  ୧୬୦ କିଲୋ ଗଞ୍ଜେଇ, ୩ଟି କାର, ୧୦ଟି ମୋବାଇଲ ଫୋନ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ। ସାତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ। 

ଗଜପତିରୁ ମୁମ୍ବାଇ ଚାଲାଣ ବେଳେ ବ୍ରହ୍ମପୁର ନିକଟ ସିଂହଳ ଠାରେ ଚଢ଼ାଉ କରି କାବୁ କରିଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ମୁମ୍ବାଇରୁ ଏକ କାର ଆଣି ଏଠାରେ ଗଞ୍ଜେଇ ନେବାକୁ ଅପେକ୍ଷା କରିଥିଲେ ମୁମ୍ବାଇର କିଛି ବ୍ୟକ୍ତି। ଏହି ସମୟରେ ଗଜପତିରୁ ଗଞ୍ଜେଇ ସହ ଦୁଇଟି କାର ଆସି ପହଞ୍ଚିଥିଲେ। ଗଜପତିରୁ ଆସିଥିବା କାରରୁ ମୁମ୍ବାଇ କାରରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗ କାବୁ କରିଥିବା ଅବକାରୀ ଗୁଇନ୍ଦା ବିଭାଗର ଭାରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ଶ୍ରୁତିକାନ୍ତ ରାଉତ କହିଛନ୍ତି।