ପରିକ୍ରମା ପ୍ରକଳ୍ପ ଆଳରେ ଓଡ଼ିଆ ଅସ୍ମିତାକୁ ହୋଇଛି ବଜ୍ର ପ୍ରହାର

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ବେଳେ ଏହାର ଅତିଥି ଗୃହ, ମହନ୍ତଙ୍କ ରହଣୀସ୍ଥଳ ଓ ଯାତ୍ରୀ ନିବାସ ସବୁ କିଛି ଧୂଳିସାତ୍ । କେବଳ ବଞ୍ଚିଛି ସ୍ୱଳ୍ପ ଗାଦି ଗୃହ ।

ପରିକ୍ରମା ପ୍ରକଳ୍ପ ଆଳରେ ଓଡ଼ିଆ ଅସ୍ମିତାକୁ ହୋଇଛି ବଜ୍ର ପ୍ରହାର

ପରିକ୍ରମା ପ୍ରକଳ୍ପ ଆଳରେ ଓଡ଼ିଆ ଅସ୍ମିତାକୁ ହୋଇଛି ବଜ୍ର ପ୍ରହାର । ହଜି ଯାଇଛି ଅସ୍ଥିତ୍ୱ, ବୁଲଡୋଜର୍ ମାଡ଼ରେ ନିଶ୍ଚିନ୍ନ ହୋଇଛି ପୁରାତନ ଐତିହ୍ୟ । କର୍ପୂର ଉଡ଼ି ଯାଇ କନା ପଡ଼ି ରହିବା ନ୍ୟାୟରେ ଏଠି କେବଳ ଯାହା ବଞ୍ଚିଯାଇଛି ପୁରାତନ ମଠମାନଙ୍କର ଗାଦି ଘର । ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସହ ଗଭୀର ସଂପର୍କ ରଖୁଥିବା ଉତ୍ତରପାର୍ଶ୍ୱ ମଠ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ବେଳେ ଏହାର ଅତିଥି ଗୃହ, ମହନ୍ତଙ୍କ ରହଣୀସ୍ଥଳ ଓ ଯାତ୍ରୀ ନିବାସ ସବୁ କିଛି ଧୂଳିସାତ୍ । କେବଳ ବଞ୍ଚିଛି ସ୍ୱଳ୍ପ ଗାଦି ଗୃହ ।