ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଅଟକିଛି ଶହ ଶହ ଆଳୁ ଟ୍ରକ୍, ପ୍ରବେଶ ଅନୁମତି ନଥିବାରୁ ଆସିପାରୁନି

ଭୁବନେଶ୍ବର ୨୬।୭: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସି ପାରୁନାହିଁ ଆଳୁ । ପଶ୍ଚିମବଙ୍ଗ ଓଡ଼ିଶା ସୀମାରେ ଅଟକିଛି ଶତାଧିକ ଟ୍ରକ୍ । ପଶ୍ଚିମବଙ୍ଗ ପ୍ରଶାସନ ଦ୍ବାରା ଅଟକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୀମାନ୍ତ ଲକ୍ଷ୍ମଣନାଥ ଟୋଲପ୍ଲାଜାର ଅନତୀ ଦୂରରେ । ସୂଚନାଯୋଗ୍ୟ ଯେ, ଓଡ଼ିଶା ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଆସୁଥିବା ବେଳେ, ଲଗାତର କିଛି ଦିନ ଧରି ଆଳୁକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଆଳୁ ଦର ୨୦ ଟଙ୍କା କେଜି ପ୍ରତି ଥିବାବେଳେ, ଏବେ ୪୫ ଟଙ୍କାରେ ପହଞ୍ଚିଛି । ଏହାର କାରଣ ପାଲଟିଛି ପଶ୍ଚିମବଙ୍ଗ ସରକାର । ପ୍ରବେଶ ଅନୁମତି ନଥିବାରୁ ଟ୍ରକ୍ ଆସିପାରୁନଥିବା ସୂଚନା । ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ପୋଲିସ ନାକା ପଏଣ୍ଟ କରି ସମସ୍ତ ଗାଡ଼ି ତନଖି କରି ଅଟକ ରଖିଛି । ତେବେ ସୀମାରେ ଓଡ଼ିଶା ଅଭିମୁଖେ ଯାଉଥିବା ଶତାଧିକ ଆଳୁ ବୋଝେଇ ଟ୍ରକ ଅଟକ ଥିବା ଦେଖିବାକୁ ମିଳିଛି । ତେବେ ଗାଡ଼ିର ଡ଼୍ରାଇଭର, ହେଲ୍ପର ମାନେ ପଶ୍ଚିମବଙ୍ଗ ପ୍ରଶାସନ ଦ୍ବାରା ଅଟକ ଥିବା କହିଛନ୍ତି ।You Can Read:ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ : ଆଗାମୀ ୨ ଦିନ ମଧ୍ୟରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହେବ

ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଅଟକିଛି ଶହ ଶହ ଆଳୁ ଟ୍ରକ୍, ପ୍ରବେଶ ଅନୁମତି ନଥିବାରୁ ଆସିପାରୁନି

ଭୁବନେଶ୍ବର ୨୬: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସି ପାରୁନାହିଁ ଆଳୁ । ପଶ୍ଚିମବଙ୍ଗ ଓଡ଼ିଶା ସୀମାରେ ଅଟକିଛି ଶତାଧିକ ଟ୍ରକ୍ । ପଶ୍ଚିମବଙ୍ଗ ପ୍ରଶାସନ ଦ୍ବାରା ଅଟକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୀମାନ୍ତ ଲକ୍ଷ୍ମଣନାଥ ଟୋଲପ୍ଲାଜାର ଅନତୀ ଦୂରରେ । 

ସୂଚନାଯୋଗ୍ୟ ଯେ, ଓଡ଼ିଶା ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଆସୁଥିବା ବେଳେ, ଲଗାତର କିଛି ଦିନ ଧରି ଆଳୁକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଆଳୁ ଦର ୨୦ ଟଙ୍କା କେଜି ପ୍ରତି ଥିବାବେଳେ, ଏବେ ୪୫ ଟଙ୍କାରେ ପହଞ୍ଚିଛି । ଏହାର କାରଣ ପାଲଟିଛି ପଶ୍ଚିମବଙ୍ଗ ସରକାର । ପ୍ରବେଶ ଅନୁମତି ନଥିବାରୁ ଟ୍ରକ୍ ଆସିପାରୁନଥିବା ସୂଚନା । ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ପୋଲିସ ନାକା ପଏଣ୍ଟ କରି ସମସ୍ତ ଗାଡ଼ି ତନଖି କରି ଅଟକ ରଖିଛି । ତେବେ ସୀମାରେ ଓଡ଼ିଶା ଅଭିମୁଖେ ଯାଉଥିବା ଶତାଧିକ ଆଳୁ ବୋଝେଇ ଟ୍ରକ ଅଟକ ଥିବା ଦେଖିବାକୁ ମିଳିଛି । ତେବେ ଗାଡ଼ିର ଡ଼୍ରାଇଭର, ହେଲ୍ପର ମାନେ ପଶ୍ଚିମବଙ୍ଗ ପ୍ରଶାସନ ଦ୍ବାରା ଅଟକ ଥିବା କହିଛନ୍ତି ।

You Can Read:

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ : ଆଗାମୀ ୨ ଦିନ ମଧ୍ୟରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହେବ