ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ

ଜେରୁଜେଲମ,୬।୫: ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ ଉପରେ ଭାରି ପଡିଛି। ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଟେନସନ ପୁଣି ଥରେ ବୃଦ୍ଧି ପାଇଛି। ଗାଜା ଷ୍ଟ୍ରିପକୁ ସହାୟତା ଯୋଗାଇବା ପାଇଁ ହମାସ ଇସ୍ରାଏଲର ମୁଖ୍ୟ କ୍ରସିଂ ପଏଣ୍ଟ ଉପରେ ମିଶାଇଲ୍‌ ମାଡ କରିଛି। ସୋମବାର ଇସ୍ରାଏଲ ସୈନ୍ୟମାନେ ମାନବିକ ସହାୟତା ଟ୍ରକ୍‌ଗୁଡିକ […] The post ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ appeared first on Dharitri Odia News.

ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ

ଜେରୁଜେଲମ,୬।୫: ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ ଉପରେ ଭାରି ପଡିଛି। ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଟେନସନ ପୁଣି ଥରେ ବୃଦ୍ଧି ପାଇଛି। ଗାଜା ଷ୍ଟ୍ରିପକୁ ସହାୟତା ଯୋଗାଇବା ପାଇଁ ହମାସ ଇସ୍ରାଏଲର ମୁଖ୍ୟ କ୍ରସିଂ ପଏଣ୍ଟ ଉପରେ ମିଶାଇଲ୍‌ ମାଡ କରିଛି।
ସୋମବାର ଇସ୍ରାଏଲ ସୈନ୍ୟମାନେ ମାନବିକ ସହାୟତା ଟ୍ରକ୍‌ଗୁଡିକ ପାଇଁ କେରେମ ଶାଲୋମ କ୍ରସିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଗାଜାବାସୀଙ୍କ ସମସ୍ୟା ବଢାଇବାକୁ ଯାଉଛି। ଏଥିସହିତ ହମାସର ସାମରିକ ୱିଙ୍ଗ କସମ ବ୍ରିଗେଡ ଦାବି କରିଛି ଯେ, ଏହି ଆକ୍ରମଣରେ ସୀମା ନିକଟରେ ଇସ୍ରାଏଲର ଏକ ସୈନ୍ୟ ଟିମ୍‌ଙ୍କୁ ଟାର୍ଗେଟ କରାଯାଇଛି।

The post ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ appeared first on Dharitri Odia News.