ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍ ସ୍ଲାଭେନ
ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏପରିକି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ତା’ର ସିଇଓ ଜନ୍ ସ୍ଲାଭେନଙ୍କୁ ଆଇଏଆଇର ଉପାଧ୍ୟକ୍ଷ ଭାବେ ମଧ୍ୟ ଘୋଷଣା କରିଛି। ସେହିଭଳି ସ୍ଲାଭେନ୍ ଆଲୁମିନିୟମ୍ ଶିଳ୍ପର ସ୍ଥାୟୀ ରୂପାନ୍ତରଣକୁ ବୃଦ୍ଧି କରିବା ତଥା ଜିରୋ କାର୍ବନ୍ ଆଧୁନିକ ଦୁନିଆରେ ଶକ୍ତି ପରିବର୍ତ୍ତନକୁ ସକ୍ଷମ କରିବା ସହିତ ଆଲୁମିନିୟମର […] The post ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍ ସ୍ଲାଭେନ appeared first on Dharitri Odia News.
ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏପରିକି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ତା’ର ସିଇଓ ଜନ୍ ସ୍ଲାଭେନଙ୍କୁ ଆଇଏଆଇର ଉପାଧ୍ୟକ୍ଷ ଭାବେ ମଧ୍ୟ ଘୋଷଣା କରିଛି। ସେହିଭଳି ସ୍ଲାଭେନ୍ ଆଲୁମିନିୟମ୍ ଶିଳ୍ପର ସ୍ଥାୟୀ ରୂପାନ୍ତରଣକୁ ବୃଦ୍ଧି କରିବା ତଥା ଜିରୋ କାର୍ବନ୍ ଆଧୁନିକ ଦୁନିଆରେ ଶକ୍ତି ପରିବର୍ତ୍ତନକୁ ସକ୍ଷମ କରିବା ସହିତ ଆଲୁମିନିୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପଗୁଡିକର ନେତୃତ୍ୱ ନେବେ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ୧୯୭୨ରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ) ହେଉଛି ଏକମାତ୍ର ସଂଗଠନ, ଯାହାକି ବିଶ୍ୱବ୍ୟାପୀ ପ୍ରାଥମିକ ଆଲୁମିନିୟମ ଶିଳ୍ପକୁ ପ୍ରତିନିଧିତ୍ୱ କରିଥାଏ। ବର୍ତ୍ତମାନ ବିଶ୍ୱର ଅଗ୍ରଣୀ ବକ୍ସାଇଟ୍, ଆଲୁମିନା ଏବଂ ଆଲୁମିନିୟମ୍ କମ୍ପାନୀଗୁଡିକ ହେଉଛନ୍ତି ଆଇଏଆଇ ସଦସ୍ୟ। ଉତ୍ପାଦନ, ବ୍ୟବହାର, ଶକ୍ତି ବ୍ୟବହାର ଏବଂ ପରିବେଶ ପ୍ରଭାବ ଉପରେ ୪୦ବର୍ଷରୁ ଅଧିକ ବିଶ୍ଳେଷଣ ସହିତ ଏହା ଆଲୁମିନିୟମ ଶିଳ୍ପ ଉପରେ ସର୍ବଭାରତୀୟ ବିଶ୍ୱସ୍ତରୀୟ ତଥ୍ୟକୁ ଧାରଣ କରିଥାଏ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ୍ର ସିଇଓ ଜନ୍ ସ୍ଲାଭେନ୍ କହିଛନ୍ତି, ଅନ୍ତର୍ଜାତୀୟ ଆଲୁମିନିୟମ୍ ପ୍ରତିଷ୍ଠାନର ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରି ମୁଁ ବେଶ୍ ଉତ୍ସାହିତ ଅଛି। ଏପରିକି ଏକ ନେଟ୍ ଜିରୋ ଭବିଷ୍ୟତ ଦିଗରେ ଆବଶ୍ୟକ ପଦକ୍ଷେପ ସହ ବିଶ୍ୱ ପରିବର୍ତ୍ତନରେ ଆଲୁମିନିୟମ୍ ନିଜକୁ ଜରୁରୀ ପ୍ରମାଣିତ କରିସାରିଛି। ମୁଁ ବିଶ୍ୱାସ କରେ ଯେ, ଆଲୁମିନିୟମ୍ର ଅସୀମ ସମ୍ଭାବନା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସବୁଜ ଗୃହ ନିର୍ମାଣରେ ଏହାର ପ୍ରୟୋଗକୁ ସୃଦୁଢ କରିବା ପାଇଁ ସାମୂହିକ ଶିଳ୍ପର ବିଶ୍ୱସ୍ତରୀୟ ନେତା ଭାବେ ଆମ ଉପରେ ପ୍ରଭାବ ପଡିଛି। ଏହି ପରିପ୍ରେକ୍ଷୀରେ ଆଇଏଆଇ ପ୍ରୟାସ ଜାରି ରଖିଛି ଏବଂ ଭବିଷ୍ୟତର ନିର୍ଦ୍ଦିଷ୍ଟ ଧାତୁ ଭାବେ ଆଲୁମିନିୟମକୁ ସୁଦୃଢ କରିବା ପାଇଁ ମୁଁ ମୋର ସାଥୀ ବୋର୍ଡ ସଦସ୍ୟ ଏବଂ ସହକର୍ମୀମାନଙ୍କ ସହିତ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।
The post ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍ ସ୍ଲାଭେନ appeared first on Dharitri Odia News.