ପୁଣି ଥରି ଉଠିଲା ପାକିସ୍ତାନ

ଇସ୍‌ଲାମାବାଦ,୧୨।୫: ସୋମବାର ଅପରାହ୍ନରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ମୁତାବକ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରହିଥିଲା। ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇଥିବା ଖବର ଆସିପାରି ନାହିଁ। ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଲୋକେ ଘରୁ ବାହାରକୁ ଦୌଡି ପଳାଇ ଆସିଥିଲେ। ପୂର୍ବରୁ ଗତ ମେ’ ୫ ତାରିଖରେ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା । ଏହାର […] The post ପୁଣି ଥରି ଉଠିଲା ପାକିସ୍ତାନ appeared first on Dharitri Odia News.

ପୁଣି ଥରି ଉଠିଲା ପାକିସ୍ତାନ

ଇସ୍‌ଲାମାବାଦ,୧୨।୫: ସୋମବାର ଅପରାହ୍ନରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ମୁତାବକ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରହିଥିଲା। ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇଥିବା ଖବର ଆସିପାରି ନାହିଁ।
ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଲୋକେ ଘରୁ ବାହାରକୁ ଦୌଡି ପଳାଇ ଆସିଥିଲେ।

ପୂର୍ବରୁ ଗତ ମେ’ ୫ ତାରିଖରେ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୪.୨ ରହିଥିଲା। ଏଥିରେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇ ନ ଥିଲା। ପାକିସ୍ତାନ ସମେତ ଆଫଗାନିସ୍ତାନର କିଛି ସ୍ଥାନରେ ଏହି ଝଟକା ଅନୁଭୂତ ହୋଇଥିଲା ।

 

The post ପୁଣି ଥରି ଉଠିଲା ପାକିସ୍ତାନ appeared first on Dharitri Odia News.