ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ, କିନ୍ତୁ ସେ ସେଠାରେ ନିଜକୁ ବଜାୟ ରଖିପାରି ନ ଥିଲେ ଏବଂ ଖୁବ ଶୀଘ୍ର ସେ ଟିମ ଇଣ୍ଡିଆରେ ନିଜର ସ୍ଥାନ ହରାଇଥିଲେ। ଏବେ ଶ’ ଘରୋଇ କ୍ରିକେଟରେ ନିଜର ସ୍ଥାନ ହରାଇଥିବା ଜଣାପଡିଛି। ସଞ୍ଜୟ ପାଟିଲ (ସଭାପତି), ରବି ଠାକର, ଜିତେନ୍ଦ୍ର ଠାକରେ, କିରଣ […] The post ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ, କିନ୍ତୁ ସେ ସେଠାରେ ନିଜକୁ ବଜାୟ ରଖିପାରି ନ ଥିଲେ ଏବଂ ଖୁବ ଶୀଘ୍ର ସେ ଟିମ ଇଣ୍ଡିଆରେ ନିଜର ସ୍ଥାନ ହରାଇଥିଲେ। ଏବେ ଶ’ ଘରୋଇ କ୍ରିକେଟରେ ନିଜର ସ୍ଥାନ ହରାଇଥିବା ଜଣାପଡିଛି।
ସଞ୍ଜୟ ପାଟିଲ (ସଭାପତି), ରବି ଠାକର, ଜିତେନ୍ଦ୍ର ଠାକରେ, କିରଣ ପାୱାର ଏବଂ ବିକ୍ରାନ୍ତ ୟେଲିଗେଟୀଙ୍କୁ ନେଇ ମୁମ୍ବାଇ କ୍ରିକେଟ ଆସୋସିଏସନର ଚୟନ କମିଟି ଅତି କମରେ ଗୋଟିଏ ରଣଜୀ ଟ୍ରଫି ମ୍ୟାଚ ପାଇଁ ଶ’ଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଇଛି। ଯଦିଓ ଶ’ଙ୍କୁ ବହିଷ୍କାର ପାଇଁ କୌଣସି ଠୋସ କାରଣ ଦିଆଯାଇ ନାହିଁ, ଅନେକ ରିପୋର୍ଟରେ କୁହାଯାଇଛି ଯେ ଫିଟନେସ ଏବଂ ଅନୁଶାସନ ପ୍ରତି କୋଚ ଖୁସି ନାହାନ୍ତି।
ମୁମ୍ବାଇ କ୍ରିକେଟ ଆସୋସିଏସନ ପାଇଁ ଶ’ଙ୍କ ଖାମଖିଆଲ ନୀତି ବଡ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଚୟନକର୍ତ୍ତା ଏବଂ ଦଳ ପରିଚାଳନା ଶ’ଙ୍କୁ ତାଙ୍କୁ ବିଦା କରି ଏକ ଶିକ୍ଷା ଦେବାକୁ ଚାହୁଁଛନ୍ତି। ନେଟ ଅଧିବେଶନରେ ଶ’ଙ୍କ ବିଳମ୍ବରେ ପହଞ୍ଚିବା ଦଳ ପରିଚାଳନା ପାଇଁ ଏକ ବଡ଼ ଚିନ୍ତା। ଏହା ବ୍ୟତୀତ କୁହାଯାଇଥିଲା ଯେ ସେ ନେଟ ଅଧିବେଶନକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ ଏବଂ ତାଙ୍କ ଓଜନକୁ ନେଇ ଚିନ୍ତା ମଧ୍ୟ ବଢୁଛି।
ଶ’ ତାଙ୍କ କ୍ୟାରିୟରରେ ୫ଟି ଟେଷ୍ଟ, ୬ଟି ଦିନିକିଆ ଏବଂ ଗୋଟିଏ ଅନ୍ତର୍ଜାତୀୟ ଟି-୨୦ ଖେଳିଛନ୍ତି। ଏହା ବ୍ୟତୀତ ସେ ୫୮ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। ଟେଷ୍ଟରେ ସେ ଗୋଟିଏ ଶତକ ଏବଂ ୨ ଅର୍ଦ୍ଧଶତକ ସହ ୩୩୯ ରନ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ଶ’ ଦିନିକିଆରେ ୧୮୯ ରନ ସଂଗ୍ରହ କରିଥିବାବେଳେ ଅନ୍ତର୍ଜାତୀୟ ଟି-୨୦ ତାଙ୍କ ନାମରେ କୌଣସି ରନ ରେକର୍ଡ କରାଯାଇ ନାହିଁ।
The post ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି appeared first on Dharitri Odia News.