ପ୍ରେମିକାଙ୍କ ସମର୍ଥନରେ ଆସିଲେ ଇମ୍ରାନ ଖାନ, କହିଲେ- ସେ ମୋ ଘର ଭାଙ୍ଗି ନାହାନ୍ତି…
ମୁମ୍ଵାଇ ୦୮।୦୩: ଅମୀର ଖାନ୍ଙ୍କ ଭଣଜା ଇମ୍ରାନ ଖାନ୍। ସେ ଦୀର୍ଘ ସମୟ ଧରି ବଲିଉଡ୍ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି।ପ୍ରୋଫେଶନାଲ ଅପେକ୍ଷା ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ଥିଲେ। ଗତ କିଛି ମାସ ହେବ ଇମ୍ରାନ ଆଲୋଚନାକୁ ଆସିଛନ୍ତି।ଆପଣ ସମସ୍ତେ ଜାଣନ୍ତି ଯେ ଇମ୍ରାନ ତାଙ୍କ ପତ୍ନୀ ଅବନ୍ତିକାଙ୍କ ଠାରୁ ଅଲଗା ହୋଇ ସାରିଛନ୍ତି। ଅବନ୍ତିକାଙ୍କ ଠାରୁ ଅଲଗା ହେବା ପରେ ଏବେ ସେ ସାଉଥ ଅଭିନେତ୍ରୀ ଲେଖା ୱାସିଂଟନକୁ ଡେଟ୍ କରୁଛନ୍ତି। ଦୁହିଁଙ୍କ ଡେଟିଂ ଖବର ବିଷୟରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହା ଶୁଣିବାକୁ ମିଳିଥିଲା କି ଦୁହେଁ ନିଜ ନିଜର ଜୀବନସାଥୀଙ୍କୁ ଧୋକା ଦେଇ ପରସ୍ପରର ନିକଟତର ହୋଇଥିଲେ । ଇମ୍ରାନ ଓ ଅବନ୍ତିକାଙ୍କ ସମ୍ପର୍କ ଭାଙ୍ଗିବା ପଛରେ ଲେଖାଙ୍କ ହାତ ଥିବା ନେଇ କୁହାଯାଉଛି। ଏବେ ଏହା ଉପରେ ନିଜେ ପ୍ରତିକ୍ରିୟା ରଖିଛନ୍ତି ଇମ୍ରାନ୍। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଅନେକ ସମୟ ଧରି ମୁଁ ନିଜକୁ ଲାଇମଲାଇଟରୁ ଦୂରେଇ ରଖିଥିଲି। ମୋ ଅନୁପସ୍ଥିତିରେ ଲୋକେ ମୋ ବିଷୟରେ ଅନେକ ମିଛ ପ୍ରଚାର କରିଛନ୍ତି। ଲେଖାଙ୍କ ସହ ମୋର ପ୍ରେମ ସମ୍ପର୍କ ଥିବା ଖବର ସତ। କିନ୍ତୁ ମୁଁ ଫେବ୍ରୁଆରି ୨୦୧୯ରେ ଅବନ୍ତିକାଙ୍କ ଠାରୁ ଛାଡ଼ପତ୍ର ନେଇଥିଲି। ଗତ ଦେଢ଼ବର୍ଷ ପରେ ଲକଡାଉନ ସମୟରେ ମୁଁ ଏବଂ ଲେଖା ପରସ୍ପରର ନିକଟତର ହୋଇଥିଲୁ। ସେତେବେଳେ ଲେଖା ନିଜ ପ୍ରେମିକଙ୍କ ସହ ବ୍ରେକଅପ କରିବା ଘଟଣାକୁ ପ୍
ମୁମ୍ଵାଇ ୦୮।୦୩: ଅମୀର ଖାନ୍ଙ୍କ ଭଣଜା ଇମ୍ରାନ ଖାନ୍। ସେ ଦୀର୍ଘ ସମୟ ଧରି ବଲିଉଡ୍ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି।ପ୍ରୋଫେଶନାଲ ଅପେକ୍ଷା ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ଥିଲେ। ଗତ କିଛି ମାସ ହେବ ଇମ୍ରାନ ଆଲୋଚନାକୁ ଆସିଛନ୍ତି।ଆପଣ ସମସ୍ତେ ଜାଣନ୍ତି ଯେ ଇମ୍ରାନ ତାଙ୍କ ପତ୍ନୀ ଅବନ୍ତିକାଙ୍କ ଠାରୁ ଅଲଗା ହୋଇ ସାରିଛନ୍ତି। ଅବନ୍ତିକାଙ୍କ ଠାରୁ ଅଲଗା ହେବା ପରେ ଏବେ ସେ ସାଉଥ ଅଭିନେତ୍ରୀ ଲେଖା ୱାସିଂଟନକୁ ଡେଟ୍ କରୁଛନ୍ତି।
ଦୁହିଁଙ୍କ ଡେଟିଂ ଖବର ବିଷୟରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହା ଶୁଣିବାକୁ ମିଳିଥିଲା କି ଦୁହେଁ ନିଜ ନିଜର ଜୀବନସାଥୀଙ୍କୁ ଧୋକା ଦେଇ ପରସ୍ପରର ନିକଟତର ହୋଇଥିଲେ । ଇମ୍ରାନ ଓ ଅବନ୍ତିକାଙ୍କ ସମ୍ପର୍କ ଭାଙ୍ଗିବା ପଛରେ ଲେଖାଙ୍କ ହାତ ଥିବା ନେଇ କୁହାଯାଉଛି। ଏବେ ଏହା ଉପରେ ନିଜେ ପ୍ରତିକ୍ରିୟା ରଖିଛନ୍ତି ଇମ୍ରାନ୍। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଅନେକ ସମୟ ଧରି ମୁଁ ନିଜକୁ ଲାଇମଲାଇଟରୁ ଦୂରେଇ ରଖିଥିଲି। ମୋ ଅନୁପସ୍ଥିତିରେ ଲୋକେ ମୋ ବିଷୟରେ ଅନେକ ମିଛ ପ୍ରଚାର କରିଛନ୍ତି। ଲେଖାଙ୍କ ସହ ମୋର ପ୍ରେମ ସମ୍ପର୍କ ଥିବା ଖବର ସତ। କିନ୍ତୁ ମୁଁ ଫେବ୍ରୁଆରି ୨୦୧୯ରେ ଅବନ୍ତିକାଙ୍କ ଠାରୁ ଛାଡ଼ପତ୍ର ନେଇଥିଲି। ଗତ ଦେଢ଼ବର୍ଷ ପରେ ଲକଡାଉନ ସମୟରେ ମୁଁ ଏବଂ ଲେଖା ପରସ୍ପରର ନିକଟତର ହୋଇଥିଲୁ।

ସେତେବେଳେ ଲେଖା ନିଜ ପ୍ରେମିକଙ୍କ ସହ ବ୍ରେକଅପ କରିବା ଘଟଣାକୁ ପ୍ରାୟ ବର୍ଷେ ବିତିସାରିଥିଲା।ତେଣୁ ଆମେ ଦୁହେଁ ପରସ୍ପରର ଘର ଭାଙ୍ଗିନାହିଁ। ଲେଖା ବିବାହିତ ଥିଲେ ବୋଲି କିଛି ଲୋକ ଦାବି କରୁଛନ୍ତି। ହେଲେ ଏହା ସତ ନୁହେଁ।ମୁଁ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଓ ଲେଖା ନିଜ ପ୍ରେମିକଙ୍କ ସହ ବ୍ରେକଅପ କରିବା ପରେ ହିଁ ଆମର ଦେଖା ହୋଇଥିଲା। ଏହା ବ୍ୟତୀତ ମିଥ୍ୟା ପ୍ରଚାର କରିବା ବନ୍ଦ କରନ୍ତୁ।
ପରିବାର ଉପରେ ଦୁଃଖର ପାହାଡ଼, ଭଉଣୀ ମୃତ୍ୟୁର କିଛି ଘଣ୍ଟା ପରେ ଚାଲିଗଲେ ଅଭିନେତ୍ରୀ ଡଲି ସୋହି