ଫେବୃଆରୀରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର, ୨୮।୧: ଆସନ୍ତା ମାସରେ ଦୁଇଥର ଓଡ଼ିଶା ଗସ୍ତରେ ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବ ଘୋଷଣା ଅନୁଯାୟୀ ଫେବୃଆରୀ ୩ ତାରିଖରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବାକୁ ଦିନିକିଆ ଗସ୍ତରେ ଓଡ଼ିଶା ଆସିବେ। ଏହାରି ମଧ୍ୟରେ ଓଡିଶା ଭାଜପା ସଭାପତି ମନମୋହନ ସାମଲ ରବିବାର ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫେବୃଆରୀ ୧୦ ତାରିଖରେ ମଧ୍ୟ ଓଡିଶା ଆସିପାରନ୍ତି। “ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଅନୁଯାୟୀ ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ଦୁଇଟି ମହିଳା ସମାବେଶ […] The post ଫେବୃଆରୀରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି appeared first on Dharitri Odia News.

ଫେବୃଆରୀରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର, ୨୮।୧: ଆସନ୍ତା ମାସରେ ଦୁଇଥର ଓଡ଼ିଶା ଗସ୍ତରେ ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବ ଘୋଷଣା ଅନୁଯାୟୀ ଫେବୃଆରୀ ୩ ତାରିଖରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବାକୁ ଦିନିକିଆ ଗସ୍ତରେ ଓଡ଼ିଶା ଆସିବେ। ଏହାରି ମଧ୍ୟରେ ଓଡିଶା ଭାଜପା ସଭାପତି ମନମୋହନ ସାମଲ ରବିବାର ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫେବୃଆରୀ ୧୦ ତାରିଖରେ ମଧ୍ୟ ଓଡିଶା ଆସିପାରନ୍ତି।

“ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଅନୁଯାୟୀ ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ଦୁଇଟି ମହିଳା ସମାବେଶ ଆୟୋଜିତ ହେବ। ଭୁବନେଶ୍ୱର ପାଇଁ ତାରିଖ ଫେବୃଆରୀ ୧୦ ରହିଥିଲା ବେଳେ ଏଥିରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ରାଜି ହୋଇଛନ୍ତି। କାର୍ଯ୍ୟକ୍ରମ ବିଷୟରେ ଅନ୍ତିମ ନିଶ୍ଚିତକରଣ ପରେ ହିଁ ଆମେ ଅଧିକ ସୂଚନା ପ୍ରଦାନ ବୋଲି ସାମଲ କହିଛନ୍ତି।

ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ ମୋଦି ଭୁବନେଶ୍ୱରରେ ଏକ ବିରାଟ ‘ମହିଳା ସାମାବେଶ’ରେ ଯୋଗଦେବେ। ସ୍ମାର୍ଟ ସିଟିରେ ପ୍ରାୟ ୧୪,୦୦୦ ରୁ ୨୫,୦୦୦ ୧୦ ମହିଳା ସମବେଶରେ ଯୋଗଦେବାର ସମ୍ଭାବନା ଅଛି। ଏହି ସମାବେଶରେ ପ୍ରଧାନମନ୍ତ୍ରୀ ମହିଳା ମାନଙ୍କୁ ସମ୍ବୋଧନ କରିବେ।

 

 

The post ଫେବୃଆରୀରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି appeared first on Dharitri Odia News.