ଫେବ୍ରୁଆରି ୮ରେ ଆସିବ ସୁଭଦ୍ରା ଟଙ୍କା । ଯାଜପୁରରେ ଟଙ୍କା ଦେବେ ସରକାର  ।

କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ସାମିଲ ହୋଇନଥିବା ଆବେଦନକାରୀଙ୍କୁ ଆଶ୍ବସ୍ତି ମିଳିଛି। ବହୁ ଦିନର ଅପେକ୍ଷା ପରେ ଅପେକ୍ଷା କରିଥିବା ଆବେଦନକାରୀଙ୍କୁ ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କହିଛନ୍ତି, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଫେବ୍ରୁଆରି ୮ତାରିଖରେ ମିଳିବ। ଯାଜପୁରରେ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଟଙ୍କା ଦିଆଯିବ। ଏଥିସହ ଯେଉଁମାନଙ୍କ ପାଖକୁ ବ୍ୟାଙ୍କରୁ ଫୋନ ଯିବ, ସେମାନେ ୩ରୁ ୪ତାରିଖ ଭିତରେ ବ୍ୟାଙ୍କକୁ ଯାଇ ନିଜର ଇ-କେୱାଇସି ଠିକ୍ କରି ଦେଲେ ସେମାନଙ୍କୁ ବି ଟଙ୍କା ମିଳିବ।   କୋଟିଏ ହିତାଧିକାରୀ ପୂରଣ ଟାର୍ଗେଟ୍ ଏନପିସିଆଇ ତ୍ରୁଟି ସମାଧାନକୁ ଅପେକ୍ଷା  ଚତୁର୍ଥ ପର୍ଯ୍ୟାୟ ସୁଦ୍ଧା କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ହେଲେ, ବାଧକ ସାଜି ଆବେଦନକାରୀଙ୍କ ଏନପିସିଆଇରେ ତ୍ରୁଟି । ତେବେ, ୩/୪ ତାରିଖରେ ଏନପିସିଆଇ କ୍ଲିୟର ହୋଇଗଲେ ସୁଭଦ୍ରା ଯୋଜନାରେ ୧କୋଟି ହିତାଧିକାରୀ ହୋଇଯିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।  ପ୍ରଥମ ତିନୋଟି ପର୍ଯ୍ୟାୟ ରେ ଏପର୍ଯ୍ୟନ୍ତ ୮୦ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯାଇସାରିଛି । ଆହୁରି ପ୍ରାୟ ୨୭ ଲକ୍ଷ ଆବେଦନକାରୀ ଟଙ୍କା ପାଇବା ଅପେକ୍ଷାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ଲକ୍ଷରୁ ଉର୍ଦ୍ଧ

ଫେବ୍ରୁଆରି ୮ରେ ଆସିବ ସୁଭଦ୍ରା ଟଙ୍କା । ଯାଜପୁରରେ ଟଙ୍କା ଦେବେ ସରକାର  ।

କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ସାମିଲ ହୋଇନଥିବା ଆବେଦନକାରୀଙ୍କୁ ଆଶ୍ବସ୍ତି ମିଳିଛି। ବହୁ ଦିନର ଅପେକ୍ଷା ପରେ ଅପେକ୍ଷା କରିଥିବା ଆବେଦନକାରୀଙ୍କୁ ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କହିଛନ୍ତି, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଫେବ୍ରୁଆରି ୮ତାରିଖରେ ମିଳିବ। ଯାଜପୁରରେ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଟଙ୍କା ଦିଆଯିବ। ଏଥିସହ ଯେଉଁମାନଙ୍କ ପାଖକୁ ବ୍ୟାଙ୍କରୁ ଫୋନ ଯିବ, ସେମାନେ ୩ରୁ ୪ତାରିଖ ଭିତରେ ବ୍ୟାଙ୍କକୁ ଯାଇ ନିଜର ଇ-କେୱାଇସି ଠିକ୍ କରି ଦେଲେ ସେମାନଙ୍କୁ ବି ଟଙ୍କା ମିଳିବ। 
 
 କୋଟିଏ ହିତାଧିକାରୀ ପୂରଣ ଟାର୍ଗେଟ୍ 
ଏନପିସିଆଇ ତ୍ରୁଟି ସମାଧାନକୁ ଅପେକ୍ଷା  
ଚତୁର୍ଥ ପର୍ଯ୍ୟାୟ ସୁଦ୍ଧା କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ହେଲେ, ବାଧକ ସାଜି ଆବେଦନକାରୀଙ୍କ ଏନପିସିଆଇରେ ତ୍ରୁଟି । ତେବେ, ୩/୪ ତାରିଖରେ ଏନପିସିଆଇ କ୍ଲିୟର ହୋଇଗଲେ ସୁଭଦ୍ରା ଯୋଜନାରେ ୧କୋଟି ହିତାଧିକାରୀ ହୋଇଯିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 

ପ୍ରଥମ ତିନୋଟି ପର୍ଯ୍ୟାୟ ରେ ଏପର୍ଯ୍ୟନ୍ତ ୮୦ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯାଇସାରିଛି । ଆହୁରି ପ୍ରାୟ ୨୭ ଲକ୍ଷ ଆବେଦନକାରୀ ଟଙ୍କା ପାଇବା ଅପେକ୍ଷାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ଲକ୍ଷରୁ ଉର୍ଦ୍ଧ ଆବେଦନକାରୀଙ୍କ ଏନପିସିଆଇରେ ତ୍ରୁଟି ରହିଛି ।