ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଭାରତ

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ରବିବାର ନିଶ୍ଚିତ କରିଛି ଯେ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ଅନିଚ୍ଛା ପ୍ରକାଶ କରି ଭାରତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ ସୂଚନା ଦେଇଛି। ପିସିବି ଏକ ବିବୃତ୍ତିରେ କହିଛି ଯେ ଆଇସିସି ତରଫରୁ ପିସିବି ଏକ ଇ-ମେଲ୍ ଆସିଛି ଯେଉଁଥିରେ ଦର୍ଶାଯାଇଛି ଯେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ପାକିସ୍ତାନ ଯାତ୍ରା କରିବ ନାହିଁ। […]

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଭାରତ
Champions Trophy: India vs Pakistan match scheduled on March 1 in Lahore

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ରବିବାର ନିଶ୍ଚିତ କରିଛି ଯେ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ଅନିଚ୍ଛା ପ୍ରକାଶ କରି ଭାରତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ ସୂଚନା ଦେଇଛି। ପିସିବି ଏକ ବିବୃତ୍ତିରେ କହିଛି ଯେ ଆଇସିସି ତରଫରୁ ପିସିବି ଏକ ଇ-ମେଲ୍ ଆସିଛି ଯେଉଁଥିରେ ଦର୍ଶାଯାଇଛି ଯେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ପାକିସ୍ତାନ ଯାତ୍ରା କରିବ ନାହିଁ। ସେମାନଙ୍କ ପରାମର୍ଶ ଏବଂ ମାର୍ଗଦର୍ଶନ ପାଇଁ ପିସିବି ସେହି ଇ-ମେଲକୁ ପାକିସ୍ତାନ ସରକାରଙ୍କ ନିକଟକୁ ପଠାଇଛି ବୋଲି ପିସିବି ମୁଖପାତ୍ର କହିଛନ୍ତି।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ ତାହେଲେ ହାଇବ୍ରିଡ୍ ମଡେଲରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ମ୍ୟାଚ ଗୁଡ଼ିକ ୟୁଏଇରେ ଖେଳାଯିବ। ୨୦୨୩ ଏସିଆ କପ ମଧ୍ୟ ପାକିସ୍ତାନ ଆୟୋଜନ କରିଥିବାବେଳେ ଭାରତ ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା। କାରଣ ପାକିସ୍ତାନ ଯିବାକୁ ସରକାର ସିଧାସଳଖ ମନା କରି ଦେଇଥିଲେ। ଏବେ ମଧ୍ୟ ପାକିସ୍ତାନ ଯିବା ଉପରେ ପ୍ରତିବନ୍ଧକ ଲାଗିଛି।