‘ସୁଭଦ୍ରା’ ଟଙ୍କା ବ୍ୟାଙ୍କରୁ ନଉଠାଇଲେ ସରକାର ନେଇଯିବା କଥାକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଲେ……..

ଭୁବନେଶ୍ବର : ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପରେ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯାଇଛି। ପ୍ରାୟ ୨୫ଲକ୍ଷ ୧୧ଜଣ ମହିଳାଙ୍କ ଆକାଉଣ୍ଟକୁ ୪,୯୯୯ ଲେଖାଏଁ ଟଙ୍କା ଯାଇଛି। ପୂର୍ବରୁ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ଯାଇଥିଲା। ହିତାଧିକାରୀଙ୍କ ଆକାଉଣ୍ଟକୁ ୧୨୫୦କୋଟି ୫୫ହଜାର ଟଙ୍କା ଯାଇଛି। ସୁଭଦ୍ରା ଯୋଜନାର ପ୍ରଥମ […]

‘ସୁଭଦ୍ରା’ ଟଙ୍କା ବ୍ୟାଙ୍କରୁ ନଉଠାଇଲେ ସରକାର ନେଇଯିବା କଥାକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଲେ……..
the government will not take away the 'Subhadra' money if is not withdrawn from the bank

ଭୁବନେଶ୍ବର : ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପରେ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯାଇଛି। ପ୍ରାୟ ୨୫ଲକ୍ଷ ୧୧ଜଣ ମହିଳାଙ୍କ ଆକାଉଣ୍ଟକୁ ୪,୯୯୯ ଲେଖାଏଁ ଟଙ୍କା ଯାଇଛି। ପୂର୍ବରୁ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ଯାଇଥିଲା। ହିତାଧିକାରୀଙ୍କ ଆକାଉଣ୍ଟକୁ ୧୨୫୦କୋଟି ୫୫ହଜାର ଟଙ୍କା ଯାଇଛି।

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବା ପରେ ଏକ ଗୁଜବ ପ୍ରଚାରିତ ହେଉଛି। କୁହାଯାଉଛି କି ଆକାଉଣ୍ଟକୁ ଆସିଥିବା ସୁଭଦ୍ରା ଟଙ୍କା ନଉଠାଇଲେ ସରକାର ନେଇଯିବେ। ଯାହା ପରେ ବ୍ୟାଙ୍କ୍ ସାମ୍ନାରେ ମହିଳାମାନେ ପ୍ରବଳ ଭିଡ ଲଗାଇଥିବା ଦେଖିବାକୁ ମିଳୁଛି। କିଛି କିଛି ସ୍ଥାନରେ ବ୍ୟାଙ୍କରେ ଟଙ୍କା ଉଠାଣ ପାଇଁ ଦଳାଚକଟା ପରିସ୍ଥିତ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ସୁଭଦ୍ରା’କୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ବ୍ୟାଙ୍କରୁ ‘ସୁଭଦ୍ରା ଯୋଜନା’ ଟଙ୍କା ନଉଠାଇଲେ ସରକାର ନେଇଯିବା ନେଇ ଗୁଜବ କରାଯାଉଛି। ବାସ୍ତବରେ ସେଭଳି କିଛି ନାହିଁ, ଏଭଳି ମିଥ୍ୟା ପ୍ରଚାର ଶୁଣନ୍ତୁ ନାହିଁ। ଯେଉଁ ଟଙ୍କା ଯାଇଛି ତାହା ଆପଣଙ୍କର, ତାହାକୁ ସରକାର ନେବେ ନାହିଁ। ଆପଣ ସେ ଟଙ୍କାକୁ ଖର୍ଚ୍ଚ କରିବେ। ଯଦି ସେହି ଟଙ୍କାକୁ ଆପଣ ଡିଜିଟାଲ ମୋଡ୍‌ରେ ଖର୍ଚ୍ଚକରିବେ, ତେବେ ସରକାର ଆଉ ୫୦୦ ଟଙ୍କା ବୋନସ୍‌ ପ୍ରଦାନ କରିବେ ବୋଲି ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।