ବଡ଼ ଗୁମର ଖୋଲିଲେ ସୌମ୍ୟାଙ୍କ ବାନ୍ଧବୀ, କହିଲେ ପ୍ରିନ୍ସପାଲ…
ବାଲେଶ୍ୱର,୧୬।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ର୍ନିଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଚଓଡି ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା, ତାଙ୍କୁ HOD ପଦରୁ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିଥିଲା । ଏକଥା ଗଣମାଧ୍ୟମ ଆଗରେ କହିଛନ୍ତି, କମିଟିର ଜଣେ ସଦସ୍ୟା ମିନତୀ […] The post ବଡ଼ ଗୁମର ଖୋଲିଲେ ସୌମ୍ୟାଙ୍କ ବାନ୍ଧବୀ, କହିଲେ ପ୍ରିନ୍ସପାଲ… appeared first on Dharitri Odia News.
ବାଲେଶ୍ୱର,୧୬।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ର୍ନିଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଚଓଡି ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା, ତାଙ୍କୁ HOD ପଦରୁ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିଥିଲା । ଏକଥା ଗଣମାଧ୍ୟମ ଆଗରେ କହିଛନ୍ତି, କମିଟିର ଜଣେ ସଦସ୍ୟା ମିନତୀ ସିରି । ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତାଙ୍କ ସୁପାରିସ ଅନୁସାରେ ପଦକ୍ଷେପ ନିଆଯାଇଥାନ୍ତା, ତାହେଲେ ହୁଏତ ଏଭଳି ଘଟଣା ଘଟିନଥାନ୍ତା । ଏହାର ଅର୍ଥ ହେଉଛି, କମିଟିର ରିପୋର୍ଟକୁ ଚାପି ଦେଇଥିଲେ କଲେଜର ଅଧ୍ୟକ୍ଷ ।
ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ମୃତ ସୌମ୍ୟାଶ୍ରୀଙ୍କ ବାନ୍ଧବୀ। ସେ କହିଛନ୍ତି, ସୋମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିନି। ତାଙ୍କ ସହ ଜମା ୧୫ଜଣ ଠିଆ ହୋଇଥିବାବେଳେ ଯିଏ ଅଭିଯୁକ୍ତ ଏଚଓଡି ସମୀର ସାରଙ୍କ ବିରୋଧରେ ୩୦୦ଜଣ ଛିଡା ହୋଇଥିଲେ। ଏହି ମାମଲାରେ ବିରୋଧୀ ପକ୍ଷରୁ ପ୍ରବଳ ଚାପ ପକାଯାଇଥିଲା। ସମସ୍ତେ ଏହି ମାମଲାରେ ସୋମ୍ୟାଶ୍ରୀଙ୍କ ଚରିତ୍ର ସଂହାର କରିଥିଲେ। ଯେତେବେଳେ ଏହିକଥା ସୋମ୍ୟାଶ୍ରୀ ଜାଣିବାକୁ ପାଇଲେ ତାଙ୍କୁ ପ୍ରମାଣ ଦେବାକୁ କୁହାଯାଇଥିଲା। ଅନ୍ୟ ଉପାୟ ନ ପାଇ ସେ ନିଜକୁ ଜାଳି ଦେଇଥିଲେ।
ଯେଉଁମାନେ ଅଭିଯୁକ୍ତଙ୍କ ସହ ଛିଡା ହୋଇଥିଲେ ସେମାନେ ଯଦି ପଲଟିକାଲ ଏଜେଣ୍ଡା ଭୁଲି ଆମ ସହ ଛିଡା ହୋଇଥାନ୍ତେ ତେବେ ପୀଡିତା ବଞ୍ଚିଯାଇ ପାରିଥାନ୍ତେ। ସୌମ୍ୟାଙ୍କ ମୃତ୍ୟୁରେ ଅନେକ ଲୋକ ଜଡିତ ଅଛନ୍ତି। କେବଳ ପ୍ରିନ୍ସପାଲ ଓ ଏଚଓଡି ନୁହେଁ। ପୂଙ୍ଖାନୁପୁଙ୍ଖ ତଦନ୍ତ ହେଲେ ଅସଲ ସତ ଜଣାପଡିବ।
The post ବଡ଼ ଗୁମର ଖୋଲିଲେ ସୌମ୍ୟାଙ୍କ ବାନ୍ଧବୀ, କହିଲେ ପ୍ରିନ୍ସପାଲ… appeared first on Dharitri Odia News.