ବାହୁଡା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ରଥର ଦକ୍ଷିଣ ମୋଡ଼

ପୁରୀ,୧୨ା୭: ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା ତିନିରଥ ବାହୁଡ଼ା ପାଇଁ ଶୁକ୍ରବାର ଦକ୍ଷିଣ ମୋଡ଼ ହେବ। ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଦକ୍ଷିଣ ମୋଡ଼ ପୂର୍ବରୁ ଭୋଇ ସେବକ, ମହାରଣା ସେବକ, ଓଝା ସେବକ, ରଥ ନିର୍ମାଣ କମିଟି ସଦସ୍ୟ ପ୍ରମୁଖ ତିନି ରଥକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଶୁକ୍ରବାର ସକାଳ ଧୂପ ସମ୍ପନ୍ନ ହେବା ପରେ ତିନିବାଡ଼ରୁ ଆଜ୍ଞାମାଳ […] The post ବାହୁଡା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ରଥର ଦକ୍ଷିଣ ମୋଡ଼ appeared first on Dharitri Odia News.

ବାହୁଡା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ରଥର ଦକ୍ଷିଣ ମୋଡ଼

ପୁରୀ,୧୨ା୭: ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା ତିନିରଥ ବାହୁଡ଼ା ପାଇଁ ଶୁକ୍ରବାର ଦକ୍ଷିଣ ମୋଡ଼ ହେବ। ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

ଦକ୍ଷିଣ ମୋଡ଼ ପୂର୍ବରୁ ଭୋଇ ସେବକ, ମହାରଣା ସେବକ, ଓଝା ସେବକ, ରଥ ନିର୍ମାଣ କମିଟି ସଦସ୍ୟ ପ୍ରମୁଖ ତିନି ରଥକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଶୁକ୍ରବାର ସକାଳ ଧୂପ ସମ୍ପନ୍ନ ହେବା ପରେ ତିନିବାଡ଼ରୁ ଆଜ୍ଞାମାଳ ଆସି ତିନି ରଥରେ ଦିଆଯିବ। ପରେ ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ପ୍ରଥମେ ସୁଭଦ୍ରାଙ୍କ ଦେବଦଳନ ଏବଂ ଦ୍ୱିତୀୟରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରଖାଯିବ।

The post ବାହୁଡା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ରଥର ଦକ୍ଷିଣ ମୋଡ଼ appeared first on Dharitri Odia News.