ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହେଲେ ମୋନିଦୀପା

ଭୁବନେଶ୍ବର ୫।୪: ମୋନିଦୀପାଙ୍କୁ ନୂଆ ଦାୟିତ୍ବ ଦେଇଛି ବିଜେଡି । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ମୋନିଦୀପା । କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିବା ମୋନିଦୀପାଙ୍କୁ ନୂଆ ଦାୟିତ୍ବ ମିଳିଛି । ସେପଟେ ଗୁରୁବାର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବାପି ସର୍ଖେଲ । ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ପାରାଦୀପ ପାଇଁ ଏଯାଏ ପ୍ରାର୍ଥୀ ଘୋଷଣା ହୋଇନି । ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ବାପି ସର୍ଖେଲଙ୍କ ଇସ୍ତଫା ଖବର ରାଜନୈତିକ ମାହୋଲକୁ ଉଷ୍ମ କରିଛି । ପତ୍ନୀ ମୋନିଦୀପାଙ୍କୁ ବିଜେଡି ନୂଆ ଦାୟିତ୍ବ ଦେବା ପରେ ବାପି ସର୍ଖେଲଙ୍କ ଗତି କୁଆଡେ ତା ଉପରେ ସମସ୍ତଙ୍କ ନଜର  ।You Can Read :ବିଜେପିରେ ମିଶିଲେ ରଜତ ଚୌଧୁରୀ ଓ ବିଶ୍ୱ ଭୂଷଣ ଦାସ, ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ଦୁଇ ନେତା  

ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହେଲେ ମୋନିଦୀପା

ଭୁବନେଶ୍ବର ୫।୪: ମୋନିଦୀପାଙ୍କୁ ନୂଆ ଦାୟିତ୍ବ ଦେଇଛି ବିଜେଡି । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ମୋନିଦୀପା । କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିବା ମୋନିଦୀପାଙ୍କୁ ନୂଆ ଦାୟିତ୍ବ ମିଳିଛି । 

ସେପଟେ ଗୁରୁବାର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବାପି ସର୍ଖେଲ । ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ପାରାଦୀପ ପାଇଁ ଏଯାଏ ପ୍ରାର୍ଥୀ ଘୋଷଣା ହୋଇନି । ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ବାପି ସର୍ଖେଲଙ୍କ ଇସ୍ତଫା ଖବର ରାଜନୈତିକ ମାହୋଲକୁ ଉଷ୍ମ କରିଛି । ପତ୍ନୀ ମୋନିଦୀପାଙ୍କୁ ବିଜେଡି ନୂଆ ଦାୟିତ୍ବ ଦେବା ପରେ ବାପି ସର୍ଖେଲଙ୍କ ଗତି କୁଆଡେ ତା ଉପରେ ସମସ୍ତଙ୍କ ନଜର  ।

You Can Read :


ବିଜେପିରେ ମିଶିଲେ ରଜତ ଚୌଧୁରୀ ଓ ବିଶ୍ୱ ଭୂଷଣ ଦାସ, ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ଦୁଇ ନେତା