ବିଷ ପିଇଦେଲେ ଶାଳୀ, ଭିଣୋଇ
ବେହେରା, ୪ା୭(ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କୋକସରା ଥାନା ପଲସପାଣି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଶାଳୀ ଓ ଭିଣୋଇ ବିଷ ପିଇଥିବା ବେଳେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ପଲସପାଣି ଗ୍ରାମର ତୁଳସିରାମ ନାଏକ ଓ ତାଙ୍କ ଶାଳୀ ଛତିଶଗଡ଼ ଦହିଗାଁର ସୁନିତା ବୋଡକିଆଙ୍କ ମଧ୍ୟରେ ଦୀର୍ଘବର୍ଷ ହେବ ପ୍ରେମସମ୍ପର୍କ ଗଢି ଉଠିଥିଲା। ଉଭୟେ ବିବାହିତ ଥିଲେ ମଧ୍ୟ ଗତ ମଙ୍ଗଳବାର ରାତିରୁ […] The post ବିଷ ପିଇଦେଲେ ଶାଳୀ, ଭିଣୋଇ appeared first on Dharitri Odia News.
ବେହେରା, ୪ା୭(ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କୋକସରା ଥାନା ପଲସପାଣି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଶାଳୀ ଓ ଭିଣୋଇ ବିଷ ପିଇଥିବା ବେଳେ ଭିଣୋଇଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ପଲସପାଣି ଗ୍ରାମର ତୁଳସିରାମ ନାଏକ ଓ ତାଙ୍କ ଶାଳୀ ଛତିଶଗଡ଼ ଦହିଗାଁର ସୁନିତା ବୋଡକିଆଙ୍କ ମଧ୍ୟରେ ଦୀର୍ଘବର୍ଷ ହେବ ପ୍ରେମସମ୍ପର୍କ ଗଢି ଉଠିଥିଲା। ଉଭୟେ ବିବାହିତ ଥିଲେ ମଧ୍ୟ ଗତ ମଙ୍ଗଳବାର ରାତିରୁ କେଉଁଆଡେ ଚାଲିଯାଇଥିଲେ। ଏ ନେଇ ଉଭୟ ପରିବାର ଲୋକେ ଗୁରୁବାର ଏକ ବୈଠକ କରି ପୁଅ ଝିଅଙ୍କୁ ଡକାଇ ସମାଧାନ ଉଦ୍ୟମ କରିଥିଲେ। କିନ୍ତୁ ଉଭୟ ଶାଳୀ ଓ ଭିଣୋଇ ଆପୋସ କଥାବାର୍ତ୍ତା ହେବା ବାହାନାରେ ସଭାସ୍ଥଳରୁ ଦୂରକୁ ଯାଇ ବିଷ ପିଇ ଦେଇଥିଲେ। ଏହା ଜାଣି ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଭିଣୋଇ ତୁଳସୀରାମଙ୍କୁ ମୃତ ଘୋଷଣା କରିଥିଲେ। ଶାଳୀ ସୁନିତା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ ତୁଳସୀରାମ ୬ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଏକ ୩ ବର୍ଷର ଝିଅ ରହିଛି। ଅନ୍ୟପଟେ ସୁନିତା ୭ବର୍ଷ ତଳେ ଧର୍ମଗଡ ବ୍ଲକ ଡୁମେରଗୁଡାରେ ବିବାହ କରିଥିବା ଜଣାପଡ଼ିଛି।
The post ବିଷ ପିଇଦେଲେ ଶାଳୀ, ଭିଣୋଇ appeared first on Dharitri Odia News.