ବିହାର ବିଧାନସଭାରେ ଆଣ୍ଟି ପେପର ଲିକ୍‌ ବିଲ୍‌ ପାରିତ, ମିଳିଲା ସର୍ବାଧିକ ସମର୍ଥନ

ନୂଆଦିଲ୍ଲୀ ୨୪/୭: ବିହାରରେ ପ୍ରଶ୍ନପତ୍ର ଲିକ୍‌ କରୁଥିବା ଦୋଷୀଙ୍କୁ ନାହିଁ ନିସ୍ତାର । ମିଳିବ କଠୋରରୁ କଠୋର ଦଣ୍ଡ । ୧କୋଟି ଟଙ୍କା ଜରିମାନା ସାଙ୍ଗକୁ ୧୦ ବର୍ଷର ଜେଲ୍‌ରେ ବିତାଇବାକୁ ପଡିବ । ବିହାରରେ ଆରମ୍ଭ ହେବାକୁ ଯାଉଛି ନୂଆ ଆଇନ । ଆଜି ବିଧାନସଭାରେ ଆଣ୍ଟି ପେପର ଲିକ୍‌ ବିଲ୍‌ ପାରିତ ହୋଇଛି । ମନ୍ତ୍ରୀ ବିଜୟ କୁମାର ବିଲ୍‌ ଆଗତ କରିଥିଲେ । ସର୍ବାଧିକ ସମର୍ଥନ ସହ ବିଲ୍‌ ପାରିତ ହୋଇଛି ।ବିଲ୍‌ ପାରିତ ହେବା ପରେ ଯେକୌଣସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ କରୁଥିବା ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ । ନୂଆ ଆଇନ ଅନୁସାରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ୍‌ ଓ ୧ କୋଟି ଟଙ୍କା ଜରିମାନା ଦେବାକୁ ପଡିବ । ଏହା ସହ ଅପରାଧୀଙ୍କ ସଂପତ୍ତି ମଧ୍ୟ ଜବତ କରାଯିବ । NEET-UG ପ୍ରଶ୍ନ ପତ୍ର ଲିକ୍‌ ଓ ପରୀକ୍ଷାରେ ଅନିୟମିତତା ନେଇ ବିବାଦ ଥମୁ ନଥିବାବେଳେ ନୀତିଶ ସରକାର ଆଣ୍ଟି ପେପର ଲିକ୍‌ ଆଇନ ଆପଣାଇଛନ୍ତି । NEET-UG ପ୍ରଶ୍ନ ପତ୍ର ଲିକ୍‌ ମାମଲାରେ ବିହାରର ଏକାଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗତକାଲି ସୁପ୍ରିମକୋର୍ଟ ମାମଲା ଉପରେ ଶୁଣାଣି କରି ପୁଣି ଥରେ ପରୀକ୍ଷା ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।  

ବିହାର ବିଧାନସଭାରେ ଆଣ୍ଟି ପେପର ଲିକ୍‌ ବିଲ୍‌ ପାରିତ, ମିଳିଲା ସର୍ବାଧିକ ସମର୍ଥନ

ନୂଆଦିଲ୍ଲୀ ୨୪/୭: ବିହାରରେ ପ୍ରଶ୍ନପତ୍ର ଲିକ୍‌ କରୁଥିବା ଦୋଷୀଙ୍କୁ ନାହିଁ ନିସ୍ତାର । ମିଳିବ କଠୋରରୁ କଠୋର ଦଣ୍ଡ । ୧କୋଟି ଟଙ୍କା ଜରିମାନା ସାଙ୍ଗକୁ ୧୦ ବର୍ଷର ଜେଲ୍‌ରେ ବିତାଇବାକୁ ପଡିବ । ବିହାରରେ ଆରମ୍ଭ ହେବାକୁ ଯାଉଛି ନୂଆ ଆଇନ । ଆଜି ବିଧାନସଭାରେ ଆଣ୍ଟି ପେପର ଲିକ୍‌ ବିଲ୍‌ ପାରିତ ହୋଇଛି । ମନ୍ତ୍ରୀ ବିଜୟ କୁମାର ବିଲ୍‌ ଆଗତ କରିଥିଲେ । ସର୍ବାଧିକ ସମର୍ଥନ ସହ ବିଲ୍‌ ପାରିତ ହୋଇଛି ।

ବିଲ୍‌ ପାରିତ ହେବା ପରେ ଯେକୌଣସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ କରୁଥିବା ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ । ନୂଆ ଆଇନ ଅନୁସାରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ୍‌ ଓ ୧ କୋଟି ଟଙ୍କା ଜରିମାନା ଦେବାକୁ ପଡିବ । ଏହା ସହ ଅପରାଧୀଙ୍କ ସଂପତ୍ତି ମଧ୍ୟ ଜବତ କରାଯିବ । 

NEET-UG ପ୍ରଶ୍ନ ପତ୍ର ଲିକ୍‌ ଓ ପରୀକ୍ଷାରେ ଅନିୟମିତତା ନେଇ ବିବାଦ ଥମୁ ନଥିବାବେଳେ ନୀତିଶ ସରକାର ଆଣ୍ଟି ପେପର ଲିକ୍‌ ଆଇନ ଆପଣାଇଛନ୍ତି । NEET-UG ପ୍ରଶ୍ନ ପତ୍ର ଲିକ୍‌ ମାମଲାରେ ବିହାରର ଏକାଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗତକାଲି ସୁପ୍ରିମକୋର୍ଟ ମାମଲା ଉପରେ ଶୁଣାଣି କରି ପୁଣି ଥରେ ପରୀକ୍ଷା ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ