ଭାରତର ଆକ୍ସନ ଜାରି, ଧ୍ବଂସ ହେଲା ୩ ଆତଙ୍କବାଦୀଙ୍କ ଘର
ଜାମ୍ମୁ କାଶ୍ମୀର: କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ଆକ୍ରମଣ ଜାରି ରହିଛି। ପହଲଗାମ ଆକ୍ରମଣରେ ସନ୍ଦିଗ୍ଧ... The post ଭାରତର ଆକ୍ସନ ଜାରି, ଧ୍ବଂସ ହେଲା ୩ ଆତଙ୍କବାଦୀଙ୍କ ଘର appeared first on .
ଜାମ୍ମୁ କାଶ୍ମୀର: କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ଆକ୍ରମଣ ଜାରି ରହିଛି। ପହଲଗାମ ଆକ୍ରମଣରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆଉ ଦୁଇଟି ଘର ଧ୍ୱଂସ କରିଛି ସେନା। ଏହି ଆତଙ୍କବାଦୀଙ୍କ ଘର ପୁଲୱାମା ପାଖାପାଖି ବୋଲି କୁହାଯାଉଛି। ଶୁକ୍ରବାର ପୂର୍ବରୁ, ପହଲଗାମ ଆକ୍ରମଣରେ ସନ୍ଦିଗ୍ଧ ଆତଙ୍କବାଦୀ ଆଦିଲ ଏବଂ ଆସିଫଙ୍କ ଘର ମଧ୍ୟ ସେନା ଦ୍ୱାରା IED ବିସ୍ଫୋରଣ ମାଧ୍ୟମରେ ଧ୍ୱଂସ କରାଯାଇଥିଲା। ପହଲଗାମ ଆକ୍ରମଣ ପରେ ଉଭୟଙ୍କ ନାମ ସାମ୍ନାକୁ ଆସିଛି।
ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ପ୍ରଶାସନ ଗତକାଲି ରାତିରେ ଦୁଇ ସକ୍ରିୟ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛି। ଶୋପିଆନ ଏବଂ କୁଲଗାମ ଜିଲ୍ଲାରେ ରହିଥିଲା ଏହି ଦୁଇ ଆତଙ୍କବାଦୀଙ୍କ ଘର । ଶୋପିଆନ ଜିଲ୍ଲାର ଛୋଟିପୋରା ଗାଁରେ ପ୍ରଥମ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା, ଯେଉଁଠାରେ ସକ୍ରିୟ ଲସ୍କର-ଏ-ତୈବା କମାଣ୍ଡର ଶାହିଦ ଅହମ୍ମଦ କୁଟ୍ଟେଙ୍କ ଘର ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା। ଶାହିଦ ଗତ ୩ରୁ ୪ ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ଅଛି ଏବଂ ଅନେକ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ଅଛି। ଏହା ପରେ ଜାକିରର ଘର ଭଙ୍ଗା ଯାଇଛି ।
The post ଭାରତର ଆକ୍ସନ ଜାରି, ଧ୍ବଂସ ହେଲା ୩ ଆତଙ୍କବାଦୀଙ୍କ ଘର appeared first on .